ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ପ୍ରାର୍ଥୀ...

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ  ପୂର୍ବତନ ମନ୍ତ୍ରୀ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ନବୀନ ନିବାସରେ ସେ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ତାଙ୍କ ପାଇଁ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି । 

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ବୁଧବାର ଦଳୀୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସ୍ନେହାଙ୍ଗିନୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଅତୀତରେ ବିଜେଡି ସରକାରରେ ଏକାଧିକ ବିଭାଗରେ ମନ୍ତ୍ରୀ ରହିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି। ସେ ସବୁବେଳେ ଗରିବ, ତଳସ୍ତରରେ ଥିବା ଲୋକ ବିଶେଷକରି ମହିଳାଙ୍କ ପାଇଁ ଲଢେ଼ଇ କରି ଆସିଛନ୍ତି। ସେଥିପାଇଁ ଆମେ ତାଙ୍କୁ ବିଜେଡିର ପ୍ରାର୍ଥୀ ରୂପେ ଚୟନ କରିଛୁ। ମୁଁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଅତୀତରେ ସେ ରାଜ୍ୟବାସୀଙ୍କ ପାଇଁ ବହୁ ଭଲ କାମ କରିଛନ୍ତି। ବିଶେଷକରି ଗରିବ ତଥା ମହିଳାଙ୍କ ପାଇଁ ତାଙ୍କ କାମ ବେଶ୍‌ ପ୍ରଶଂସନୀୟ୤  ଆମେ ସମସ୍ତେ ତାଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ନିଜ ବକ୍ତବ୍ୟରେ ସ୍ନେହାଙ୍ଗିନୀ କହିଛନ୍ତି ଯେ ଦଳର ସଭାପତି ନବୀନ ପଟ୍ଟନାୟକ ମୋ ଉପରେ ଭରସା ଓ ବିଶ୍ୱାସ କରି ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।  ଏହି ଅବସରରେ ମୁଁ ସମସ୍ତ ନୂଆପଡ଼ାବାସୀଙ୍କୁ ପ୍ରଣାମ ଜଣାଉଛି। ନୂଆପଡ଼ାରେ ୪ ବର୍ଷ ଧରି ଦଳର ପର୍ଯ୍ୟବେକ୍ଷକ ଭାବେ କାମ କରିଛି। ନୂଆପଡ଼ାବାସୀଙ୍କ ଆଶୀର୍ବାଦ ମୋ ଉପରେ ରହିବା ସହ ସେମାନେ ମୋତେ ବିପୁଳ ସଂଖ୍ୟାରେ ବିଜୟୀ କରିବେ ବୋଲି ମୋର ବିଶ୍ୱାସ ରହିଛି। ଆଜିଦିନଠାରୁ  ନୂଆପଡ଼ାବାସୀଙ୍କ ସୁଖ, ଦୁଃଖ ସମୟରେ ମୁଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବି,ସେବା କରିବି୤ ନୂଆପଡ଼ାରେ ବିଚାରଧାରା, ନୀତି, ଆଦର୍ଶ ଏବଂ ଧର୍ମର ଲଢେ଼ଇ ହେବ। ଏହି ନିର୍ବାଚନରେ ଧର୍ମ ଏବଂ ନ୍ୟାୟ ସଂସ୍ଥାପନ ହେବ। ଯେଉଁମାନେ ନୀତି, ଆଦର୍ଶ ବାହାରେ ରାଜନୀତି କରିବାକୁ ଚାହୁଁଛନ୍ତି, ନୂଆପଡ଼ାବାସୀ ଠିକଣା ସମୟରେ ସେମାନଙ୍କୁ ଜବାବ୍‌ ଦେବେ ବୋଲି ସ୍ନେହାଙ୍ଗିନୀ କହିଛନ୍ତି।  ଏହି ଅବସରରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ନେହାଙ୍ଗିନୀ ଅତାବିରା ନିର୍ବାଚନମଣ୍ଡଳୀରୁ ୨ଥର ବିଧାନସଭାକୁ ପ୍ରତିନିଧିତ୍ୱ କରିଛନ୍ତି। ବିଜେଡିର ପଞ୍ଚମ ପାଳି ଶାସନରେ ସେ ଏକାଧିକ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୪ଟି ବିଧାନସଭା ନିର୍ବାଚନ ଲଢ଼ିଥିବାର ଅଭିଜ୍ଞତା ରଖିଥିବା ସ୍ନେହାଙ୍ଗିନୀଙ୍କ ନିକଟରେ ପ୍ରଚୁର ସାଂଗଠନିକ ଦକ୍ଷତା ରହିଛି। ସେହିପରି ସେ ନୂଆପଡ଼ାରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିବାରୁ, ଜିଲ୍ଲାବାସୀ ତଥା ସ୍ଥାନୀୟ ବିଜେଡି ନେତାଙ୍କ ସହ ମଧ୍ୟ ସୁସମ୍ପର୍କ ରହିଛି। ସେହିଦୃଷ୍ଟିରୁ ତାଙ୍କ ପ୍ରାର୍ଥିତ୍ୱ ଦଳକୁ ଫାଇଦା ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର