ଗୁଣିଗାରେଡ଼ି ସନ୍ଦେହ: କଙ୍ଗାରୁକୋର୍ଟରେ ବୃଦ୍ଧଙ୍କୁ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲ‌‌ରେ ଭର୍ତ୍ତି

The Sakala Picture
Published On

ନୂଆପଡ଼ା: ଗୁଣି ସନ୍ଦେହ‌ରେ ଜଣେ ବୃଦ୍ଧଙ୍କୁ କଙ୍ଗାରୁ କୋର୍ଟରେ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଛି। ସର୍ବସମ୍ମୁଖ‌‌ରେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଦେହରେ ନିଆଁ ଲାଗିବା ପରେ ବୃଦ୍ଧଜଣଙ୍କ କଲବଲ ହୋଇ ଦୌଡ଼ି ପଳାଇବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗ୍ରାମବାସୀମାନେ ଟେକାପଥର ମାଡ଼ କରିଛନ୍ତି। ଏଭଳି ଘଟଣା ଘଟିଛି, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନୂଆ ମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ। ତେବେ ସୌଭାଗ୍ୟବଶତଃ ବୃଦ୍ଧଜଣଙ୍କ […]

ନୂଆପଡ଼ା: ଗୁଣି ସନ୍ଦେହ‌ରେ ଜଣେ ବୃଦ୍ଧଙ୍କୁ କଙ୍ଗାରୁ କୋର୍ଟରେ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଛି। ସର୍ବସମ୍ମୁଖ‌‌ରେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଦେହରେ ନିଆଁ ଲାଗିବା ପରେ ବୃଦ୍ଧଜଣଙ୍କ କଲବଲ ହୋଇ ଦୌଡ଼ି ପଳାଇବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗ୍ରାମବାସୀମାନେ ଟେକାପଥର ମାଡ଼ କରିଛନ୍ତି। ଏଭଳି ଘଟଣା ଘଟିଛି, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନୂଆ ମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ। ତେବେ ସୌଭାଗ୍ୟବଶତଃ ବୃଦ୍ଧଜଣଙ୍କ ଏକ ପୋଖରୀକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ସେ ହେଲେ, ଗାଁର ଖାମସିଂ ମାଝୀ (୬୫)। ସେ ଗୁରୁତର ଅବସ୍ଥାରେ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୁଲିସ୍‌ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ସଂଧ୍ୟା‌ରେ ପୁଲିସ୍‌ର ଏକ ଟିମ୍‌ ଗାଁ ଅଭି‌ମୁଖେ ଯାଇଥିିବା ବେଳେ ପୂରା ଗାଁ ଜନଶୂନ୍ୟ ହୋଇଯାଇଛି। ଗିରଫଦାରୀ ଭୟରେ ଗାଁଲୋକ ଘର ଛାଡ଼ି ଆତ୍ମଗୋପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରତିନିଧିମଣ୍ଡଳୀର ସ୍ମାରକପତ୍ର: ଏସ୍‌ଆଇଆର-୨୦୨୬ ଅଧୀନରେ ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ ଦାବି

ସୂଚନାନୁଯାୟୀ, ଗତ କିଛି ଦିନ ହେଲା ଗାଁରେ କିଛି ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଥିଲା। ବୃଦ୍ଧ ଖାମସିଂଙ୍କ ଗୁଣିଗାରେଡ଼ି କରି ଲୋକଙ୍କୁ ମାରୁଛନ୍ତି ବୋଲି ଏକ ଗୁଜବ ପ୍ରଚାରିତ ହୋଇଯିବାରୁ ଗୁରୁବାର ବିଳମ୍ବିତ ରାତିରେ ଗାଁରେ କଙ୍ଗାରୁକୋର୍ଟ ବସିଥିଲା। ବୃଦ୍ଧ ଖାମସିଂଙ୍କୁ ସେଠାରେ ହାଜର କରାଯାଇଥିଲା। ଗୁଣିଗାରେଡ଼ି ଓ ତନ୍ତ୍ରମନ୍ତ୍ରରୁ ନିବୃତ୍ତ ନ ରହିଲେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ଖାମସିଂ କୌଣସି ମନ୍ତ୍ରତନ୍ତ୍ର କରୁ ନଥିବା କହିବାରୁ କିଛି ଯୁବକ ଜୋରଜବରଦସ୍ତ ତାଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଛଟପଟ ହୋଇ ଖାମସିଂ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ ଲୋକେ ତାଙ୍କୁ ପିଛା କରି ପଥର ମାଡ଼ କରିଥିଲେ। ଶେଷରେ ସେ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ପାଣି ଭିତରେ ଏକ ବୁଦା ମୂଳେ ଲୁଚି ରହିଥିଲେ। ପରିବାରଲୋକ ଲୁଚି ଛପି ସିନାପାଲି ପୁଲିସ ଓ ମେଡିକାଲ ଟିମକୁ ଖବର ଦେଇଥିଲେ। ରାତି ଗୋଟାଏ ବେଳେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କାର କ୍ଷତିପୂରଣ

19 Oct 2024 By The Sakala

ଗୁଣିଗାରେଡ଼ି ସନ୍ଦେହ: କଙ୍ଗାରୁକୋର୍ଟରେ ବୃଦ୍ଧଙ୍କୁ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲ‌‌ରେ ଭର୍ତ୍ତି

ନୂଆପଡ଼ା: ଗୁଣି ସନ୍ଦେହ‌ରେ ଜଣେ ବୃଦ୍ଧଙ୍କୁ କଙ୍ଗାରୁ କୋର୍ଟରେ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଛି। ସର୍ବସମ୍ମୁଖ‌‌ରେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଦେହରେ ନିଆଁ ଲାଗିବା ପରେ ବୃଦ୍ଧଜଣଙ୍କ କଲବଲ ହୋଇ ଦୌଡ଼ି ପଳାଇବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗ୍ରାମବାସୀମାନେ ଟେକାପଥର ମାଡ଼ କରିଛନ୍ତି। ଏଭଳି ଘଟଣା ଘଟିଛି, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନୂଆ ମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ। ତେବେ ସୌଭାଗ୍ୟବଶତଃ ବୃଦ୍ଧଜଣଙ୍କ ଏକ ପୋଖରୀକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ସେ ହେଲେ, ଗାଁର ଖାମସିଂ ମାଝୀ (୬୫)। ସେ ଗୁରୁତର ଅବସ୍ଥାରେ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୁଲିସ୍‌ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ସଂଧ୍ୟା‌ରେ ପୁଲିସ୍‌ର ଏକ ଟିମ୍‌ ଗାଁ ଅଭି‌ମୁଖେ ଯାଇଥିିବା ବେଳେ ପୂରା ଗାଁ ଜନଶୂନ୍ୟ ହୋଇଯାଇଛି। ଗିରଫଦାରୀ ଭୟରେ ଗାଁଲୋକ ଘର ଛାଡ଼ି ଆତ୍ମଗୋପନ କରିଛନ୍ତି।

ସୂଚନାନୁଯାୟୀ, ଗତ କିଛି ଦିନ ହେଲା ଗାଁରେ କିଛି ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଥିଲା। ବୃଦ୍ଧ ଖାମସିଂଙ୍କ ଗୁଣିଗାରେଡ଼ି କରି ଲୋକଙ୍କୁ ମାରୁଛନ୍ତି ବୋଲି ଏକ ଗୁଜବ ପ୍ରଚାରିତ ହୋଇଯିବାରୁ ଗୁରୁବାର ବିଳମ୍ବିତ ରାତିରେ ଗାଁରେ କଙ୍ଗାରୁକୋର୍ଟ ବସିଥିଲା। ବୃଦ୍ଧ ଖାମସିଂଙ୍କୁ ସେଠାରେ ହାଜର କରାଯାଇଥିଲା। ଗୁଣିଗାରେଡ଼ି ଓ ତନ୍ତ୍ରମନ୍ତ୍ରରୁ ନିବୃତ୍ତ ନ ରହିଲେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ଖାମସିଂ କୌଣସି ମନ୍ତ୍ରତନ୍ତ୍ର କରୁ ନଥିବା କହିବାରୁ କିଛି ଯୁବକ ଜୋରଜବରଦସ୍ତ ତାଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଛଟପଟ ହୋଇ ଖାମସିଂ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ ଲୋକେ ତାଙ୍କୁ ପିଛା କରି ପଥର ମାଡ଼ କରିଥିଲେ। ଶେଷରେ ସେ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ପାଣି ଭିତରେ ଏକ ବୁଦା ମୂଳେ ଲୁଚି ରହିଥିଲେ। ପରିବାରଲୋକ ଲୁଚି ଛପି ସିନାପାଲି ପୁଲିସ ଓ ମେଡିକାଲ ଟିମକୁ ଖବର ଦେଇଥିଲେ। ରାତି ଗୋଟାଏ ବେଳେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର