ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲିବା ମୋତେ ଦୁଃଖିତ କରିଥିଲା-ମୁଖ୍ୟମନ୍ତ୍ରୀ

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି। ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାକାର ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲୁଥିଲେ । ଏହା ମୋତେ ଦୁଃଖିତ କରେ, ସେଥିପାଇଁ ପାଇପ୍‌ ପାଣି ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜି ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦଘାଟନ କରି […]

ନୂଆପଡ଼ା: ନୂଆପଡ଼ା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି। ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାକାର ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲୁଥିଲେ । ଏହା ମୋତେ ଦୁଃଖିତ କରେ, ସେଥିପାଇଁ ପାଇପ୍‌ ପାଣି ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜି ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହା ସହ ଖଡ଼ିଆଳରେ ଆୟୋଜିତ ସଭାରେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି। ନିଜ ଅଭିଭାଷଣରେ ନୂଆପଡ଼ାର ମାଆ ମାନଙ୍କୁ ପ୍ରଶଂସା କରିବା ସହିତ ସ୍ୱାଧୀନତା ସଂଗ୍ରାମରେ ଭୂମିକାକୁ ସଲାମ ଜଣାଇଥିଲେ। କହିଥିଲେ ନୂଆପଡାକୁ ଆସି ମୁଁ ବହୁତ ଖୁସି। ନୂଆପଡ଼ା  ଭେଲା ଗାଁ ର ମା’ ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ  ପ୍ରେରଣା ଦେଉଛି। ୨୦୨୨ ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ। ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବ ବୋଲି ଘୋଷଣା କରିଥିଲେ ନବୀନ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

୧୯୯୩ ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ। ସେତେବେଳେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ କରିବାରୁ ବିଜୁ କହିଥିଲେ ଦୂରରେ ରହୁଥିବା ପିଲାଙ୍କୁ ଯେପରି ବାପା ମା ବହୁତ ଭଲ ପାଆନ୍ତି ସେହିପରି ବିଜୁ ବାବୁ ନୂଆପଡ଼ାକୁ ଭଲ ପାଆନ୍ତି ବୋଲି ଜବାବ ରଖିଥିଲେ।  ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି ।  ନୂଆପଡାର ଜିଲ୍ଲା ମୁଖ୍ୟ ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ । ସେହିପରି ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟହାର ବହୁତ ହ୍ରାସ ପାଇଛି  ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

ନୂଆପଡାର ଫ୍ଲୋରାଇଡ ପାଣି ସମସ୍ୟାର ସମାଧାନ କରାଯାଇଛି  । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ହଜାରେରୁ ଅଧିକ  ଫ୍ଲୋରାଇଡ ରାଇଭୋଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି  । ୯୦୦ ରୁ ଅଧିକ ଗାଁ କୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇ ପାରିଛି। କେବଳ ସେତିକି ନୁହେଁ  ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା  ନୂଆପଡା ର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାମ ଚାଲିଛି।

ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପ ଦ୍ୱାରା ନୂଆପଡାର କୋମନା, ଖଡିଆଳ ଏବଂ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଗାଁର ଏକ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଏହାଦ୍ୱାରା କୋମନା, ନୂଆପଡା, ସିନାପାଲି ଓ ବୋଡେନ ଅଞ୍ଚଳର ୧୮ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ । ଆଗକୁ ଏହି ପ୍ରକଳ୍ପରୁ ଆଉ ୭ ହଜାର ୫ଶହ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ବିଜ୍ଞାନର ବିକାଶ ପାଇଁ ଲୋୟର ଇନ୍ଦ୍ର ଡ୍ୟାମ ସାଇଟ ପାଖରେ ୩ କୋଟି ଟଙ୍କାରେ ଏକ ସାଇନ୍‌ସ ପାର୍କ ଓ ମ୍ୟୁଜିୟମ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ନୂଆପଡାରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ନୂଆପଡା ଓ ଖଡିଆଳ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ। ଖଡିଆଳ ସ୍ୱୟଂଶାସିତ କଲେଜରେ କ୍ରୀଡା ସୁବିଧାର ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ। ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି। ସବୁଜ ହୋଇଛି। ଓଡ଼ିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗକୁ ନୂଆପଡ଼ାର ବିକାଶ ଧାରା ଆହୁରି ବଢିବ ବୋଲି କହି ଆନନ୍ଦ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।

10 Mar 2021 By The Sakala

ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲିବା ମୋତେ ଦୁଃଖିତ କରିଥିଲା-ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି। ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାକାର ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲୁଥିଲେ । ଏହା ମୋତେ ଦୁଃଖିତ କରେ, ସେଥିପାଇଁ ପାଇପ୍‌ ପାଣି ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜି ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହା ସହ ଖଡ଼ିଆଳରେ ଆୟୋଜିତ ସଭାରେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି। ନିଜ ଅଭିଭାଷଣରେ ନୂଆପଡ଼ାର ମାଆ ମାନଙ୍କୁ ପ୍ରଶଂସା କରିବା ସହିତ ସ୍ୱାଧୀନତା ସଂଗ୍ରାମରେ ଭୂମିକାକୁ ସଲାମ ଜଣାଇଥିଲେ। କହିଥିଲେ ନୂଆପଡାକୁ ଆସି ମୁଁ ବହୁତ ଖୁସି। ନୂଆପଡ଼ା  ଭେଲା ଗାଁ ର ମା’ ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ  ପ୍ରେରଣା ଦେଉଛି। ୨୦୨୨ ରେ ଆମେ ସ୍ଵାଧୀନତାର ୭୫ ବର୍ଷ ପାଳନ କରୁଛୁ। ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବ ବୋଲି ଘୋଷଣା କରିଥିଲେ ନବୀନ।

୧୯୯୩ ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ। ସେତେବେଳେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ କରିବାରୁ ବିଜୁ କହିଥିଲେ ଦୂରରେ ରହୁଥିବା ପିଲାଙ୍କୁ ଯେପରି ବାପା ମା ବହୁତ ଭଲ ପାଆନ୍ତି ସେହିପରି ବିଜୁ ବାବୁ ନୂଆପଡ଼ାକୁ ଭଲ ପାଆନ୍ତି ବୋଲି ଜବାବ ରଖିଥିଲେ।  ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି ।  ନୂଆପଡାର ଜିଲ୍ଲା ମୁଖ୍ୟ ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ । ସେହିପରି ନୂଆପଡ଼ାରେ ଶିଶୁ ଓ ମାତୃ ମୃତ୍ୟହାର ବହୁତ ହ୍ରାସ ପାଇଛି  ।

ନୂଆପଡାର ଫ୍ଲୋରାଇଡ ପାଣି ସମସ୍ୟାର ସମାଧାନ କରାଯାଇଛି  । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ହଜାରେରୁ ଅଧିକ  ଫ୍ଲୋରାଇଡ ରାଇଭୋଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି  । ୯୦୦ ରୁ ଅଧିକ ଗାଁ କୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇ ପାରିଛି। କେବଳ ସେତିକି ନୁହେଁ  ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା  ନୂଆପଡା ର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାମ ଚାଲିଛି।

ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପ ଦ୍ୱାରା ନୂଆପଡାର କୋମନା, ଖଡିଆଳ ଏବଂ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର ୨୦୦ ଗାଁର ଏକ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ନୂଆପଡାରେ ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଏହାଦ୍ୱାରା କୋମନା, ନୂଆପଡା, ସିନାପାଲି ଓ ବୋଡେନ ଅଞ୍ଚଳର ୧୮ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ । ଆଗକୁ ଏହି ପ୍ରକଳ୍ପରୁ ଆଉ ୭ ହଜାର ୫ଶହ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ବିଜ୍ଞାନର ବିକାଶ ପାଇଁ ଲୋୟର ଇନ୍ଦ୍ର ଡ୍ୟାମ ସାଇଟ ପାଖରେ ୩ କୋଟି ଟଙ୍କାରେ ଏକ ସାଇନ୍‌ସ ପାର୍କ ଓ ମ୍ୟୁଜିୟମ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ନୂଆପଡାରେ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ନୂଆପଡା ଓ ଖଡିଆଳ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ। ଖଡିଆଳ ସ୍ୱୟଂଶାସିତ କଲେଜରେ କ୍ରୀଡା ସୁବିଧାର ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି ନବୀନ। ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି। ସବୁଜ ହୋଇଛି। ଓଡ଼ିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗକୁ ନୂଆପଡ଼ାର ବିକାଶ ଧାରା ଆହୁରି ବଢିବ ବୋଲି କହି ଆନନ୍ଦ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର