ନୂଆପଡ଼ା ଉପନିର୍ବାଚନ: କିଭଳି ହୋଇଥିଲା ଅନିୟମିତତା, ଗୋଟି ଗୋଟି କରି କହିଲା ବିଜେଡ଼ି

'ଗଣତନ୍ତ୍ରକୁ ହତ୍ୟା କରି ଜଦି ରାଜୁତି କରିବାକୁ ଚେଷ୍ଟା କରୁଥାନ୍ତି , ସାଧରଣ ଲୋକେ କ୍ଷମା ଦେବେ ନାହିଁ '

Deviprasad Mohanty Picture
Published On

ଚୋରକୁ ଧରେ ପୁଲିସ, ଜଦି ଏଠି ଚୋର-ପୁଲିସ ଗୋଟିଏ ଦଳକୁ ପଳେଇବେ କିଏ କାହାକୁ ଧରିବ: ଇପ୍ସିତା ସାହୁ

ଭୁବନେଶ୍ବର: ଯାହା ଯାହା ବିଜେଡି CEOଙ୍କ ପାଖରେ ଅଭିଯୋଗ କରିଥିଲା ତାହା ଗଣମାଧ୍ୟମରେ ପରିବେଷଣ କରାଯାଇଥିବାରୁ ବିଜେଡ଼ି ଧନ୍ୟବାଦ ଜଣାଇଛି। ଏଥିସହ ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତାକୁ ନେଇ ବିଜେଡ଼ି ବର୍ଷିଛି। ଭୋଟ ଚୋରି ଅଭିଯୋଗ ସହ, ସରକାରୀ କଳର ଅପବ୍ୟବହାରକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡ଼ି। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ତେବେ ନିର୍ବାଚନର ପ୍ରହସନ କାହିଁକି ବୋଲି ବିଜେଡ଼ି ପ୍ରଶ୍ନ କରିଛି।  

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅଭିଯୋଗ ଥିଲା- ମହିଳାମାନଙ୍କୁ ଶାଢ଼ୀ ଟଙ୍କା ବଣ୍ଟନ, ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘରେ ବିନା ୱାରେଣ୍ଟ ସର୍ଚ୍ଚ, ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରେଡ, କୋରାପୁଟ ବିଜେପି ବିଧାୟକଙ୍କ PSO ଗୁଳି ଚଳାଇଲେ, ଜାଣିଶୁଣି ନବୀନ ପଟ୍ଟନାୟକଙ୍କ ବିମାନ ଉଡାଣ ବିଳମ୍ବ କରାଗଲା, ମତଦାନ କେନ୍ଦ୍ର ଆଗରେ ବିଜେପି ତମ୍ବୁ ବାନ୍ଧି ଭୋଟରଙ୍କୁ ପ୍ରଭାବିତ କରୁଥିଲେ, ସ୍କୁଲରେ ମନ୍ତ୍ରୀଙ୍କ ସଭା, ଛତିଶଗଡ ଅପରାଧୀଙ୍କୁ ଆଣି ଲୋକଙ୍କୁ ଭୟଭୀତ କଲେ, ମୁଖ୍ୟମନ୍ତ୍ରୀ ରାସ୍ତା ଅବରୋଧ କରି କିପରି ସଭା କରୁଥିଲେ। ଏତେ ଇର୍ଷା ଯେ ବିଜେଡି ପୋଷ୍ଟର ଲାଗିଲେ, ତାକୁ ବୁଲି ବୁଲି ନଷ୍ଟ କଲେ। ଛତିଶଗଡରୁ ଅସାମାଜିକ ଲୋକଙ୍କ ଦ୍ୱାରା ଲୋକଙ୍କୁ ଭୟଭୀତ କରୁଥିଲେ। ସାଇଲେଣ୍ଟ ପିରିଅଡରେ ବିଜେପି ନେତା ବୁଲିବା କଥା ଜିଲ୍ଲାପାଳ, CEO ଦେଖି ବି ନିରବ ରହିଲେ। ବିଜେପି ଛତିଶଗଡ, ମଧ୍ୟ ପ୍ରଦେଶ, ଗୁଜୁରାଟରୁ ନେତା ଆଣିଥିଲେ। ସେମାନେ ଓ ବିଜେପି ନେତା ରହି ଟଙ୍କା ବାଣ୍ଟିଲେ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବିଜେଡି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆଚରଣ ବିଧି ମାନିଛି। ବିଜେପି ନେତାଙ୍କ ଗାଡି ସର୍ଚ୍ଚ ନ କରି ଟଙ୍କା ବାଣ୍ଟିବାରେ ସରକାରୀ କର୍ମଚାରୀ ସାହାଯ୍ୟ କରୁଥିଲେ। ବିଜେଡି କର୍ମୀ ଅଭିଯୋଗ କଲେ, ତାଙ୍କୁ ମିଛ ମାମଲାରେ ପୋଲିସ ଧରୁଥିଲା। ସରକାରୀ କଳ ବିଜେପି ପାଇଁ କାମ କରୁଥିଲା। EVM ଗୋଟେ ଟ୍ରକରେ ଗଞ୍ଜାମରୁ ଆସିଥିଲା। ଜିଲ୍ଲାପାଳ ତାକୁ ଷ୍ଟ୍ରଙ୍ଗ ରୁମ ବଦଳରେ ଅନ୍ୟ କେଉଁଠି ରଖିଥିଲେ। ଯେଉଁ EVM ବ୍ୟବହାର ହେଲା, ଯେଉଁଥିରେ ଭୋଟ ଦେଲେ ବି ବିଜେପିକୁ ଯାଉଥିଲା। ବିଜେପି କର୍ମୀ ବୁଥରେ ପଶି ବିଜେଡି ଏଜେଣ୍ଟଙ୍କୁ ଧମାକାଉଥିଲେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

କୋମନାରେ ମହିଳା ଭୋଟରଙ୍କ ଭୋଟ ବିଜେପି କର୍ମୀ ଦେଇ ଦେଇଥିଲେ। ହେଲେ ଆମର ବିଶ୍ୱାସ, ନୂଆପଡା ଲୋକଙ୍କ ନବୀନ ପଟ୍ଟନାୟକଙ୍କ ଉପରେ ଭଲ ପାଇବା ଅଛି। ସେମାନେ ବହୁ ମାତ୍ରାରେ ବିଜେଡିକୁ ଭୋଟ ଦେଇଛନ୍ତି। ଯଦି EVM ଜାଲିଆତି ହୋଇଛି, ତାହା କିଛି ଦିନରେ ଜଣା ପଡିଯିବ। ଲୋକ କ୍ଷମା ଦେବେନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।       

ନୂଆପଡାରେ ନିର୍ବାଚନୀ ଅନିୟମିତତା ହେଲା । ଯେମିତି ଆଚରଣ ଵିଧି ମାନିବା କଥା, ହେଲାନି। ବିଜେଡିକୁ ସରକାରୀ ଅଫିସର ଆକ୍ଷେପ କରୁଥିଲେ। ସେମାନେ ବିଜେପି ଏଜେଣ୍ଟ ଭାବେ କାମ କରୁଥିଲେ। ବୁଥର 100 ମିଟର ଭିତରେ ନିର୍ବାଚନ ଚିହ୍ନ ବ୍ୟବହାର କରି ପାରିବେ ନାହିଁ। ହେଲେ ବିଜେପି ତାହା କଲା। ପ୍ରତି ବିଜେଡି ନେତାଙ୍କୁ ଟାର୍ଗେଟ କରି ହଇରାଣ କରାଯାଇଥିଲା। ଯଦି ସରକାରୀ କଳ ଲଗାଇ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି, ତାହା ବିଜୟ ନୁହେଁ। ଲୋକେ ଆଜି ବି ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି। ସେ ବିକାଶ କରିଛନ୍ତି। 16 ମାସରେ ବିଜେପି ସରକାର କିଛି କଲେନି। ନିର୍ବାଚନ କମିଶନ ଆଇନଗତ ଦିଗରେ କାମ କରନ୍ତୁ। ଯଦି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ନିର୍ବାଚନର ପ୍ରହସନ କାହିଁକି? ଏହା ନିନ୍ଦନୀୟ। ଏହାକୁ ଭଗବାନ କ୍ଷମା ଦେବେନି ବୋଲି ବିଜେଡି PAC ସଦସ୍ୟ ଟୁକୁନି ସାହୁ କହିଛନ୍ତି।

ଗାଡି ନମ୍ବର OD- 26-C- 2222। ଏହି ଘରୋଇ ଗାଡିରେ EVM ଅଛି। ଗଞ୍ଜାମରୁ ଟ୍ରକରେ EVM ଆସିଥିବା CEO ପାଖରେ ବିଜେଡି ଅଭିଯୋଗ କରିଥିଲେ। ଯାହାକୁ ଖଣ୍ଡନ କରିଥିଲେ CEO। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ଦେଇଛି ବିଜେଡ଼ି। ଏ ଲୋକ କିଏ ବୋଲି ପ୍ରଶ୍ନ କରିଛି ବିଜେଡ଼ି। ସେ ତ ସରକାରୀ ଅଧିକାରୀ ନୁହେଁ। EVM ନେବାର ଅନୁମତି ପତ୍ର କାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଚୋର ଓ ପୋଲିସ ଗୋଟେ ଦଳକୁ ପଳେଇଲେ। ଆଉ କେମିତି ଚୋରକୁ ଧରିବେ। IG ହିମାଂଶୁ ଲାଲ ଛୁଟି ନେଇ ପରିବାର ଛାଡି ନୂଆପଡା ଗଲେ। ପୋଲିସର କର୍ଡନରେ ଟଙ୍କା ବଣ୍ଟନ, EVM ବୁଲା ପାଇଁ ସେ ଏକ ରୁମରୁ ମନିଟରିଂ କରାଯିବ। ତାଙ୍କୁ ଲୋଭ ଦିଆଯାଇଛି ଡିଜିପି କରିବାକୁ। ଗତକାଲି ନିର୍ବାଚନ ସମୟରେ ଗଣତନ୍ତ୍ରକୁ ଗଳା ଚାପି ହତ୍ୟା କରାଗଲା। ଲୋକମତ EVM ରେ ପଡିବା ଆଗରୁ ସଭାସମିତିରୁ ଜଣା ପଡେ। ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମରେ ଲୋକ ନଥିଲେ। ବଳକା ଖାଦ୍ୟ ଖାଇ ଗାଈ ମଲେ। ମନମୋହନ ସାମଲଙ୍କ କାର୍ଯ୍ୟକ୍ରମରେ ୨୦ ଲୋକ ଥିଲେ। ହେଲେ ନବୀନ ପଟ୍ଟନାୟକଙ୍କ କୋମନା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ରହିଲେ।

ଗୁଇନ୍ଦା ରିପୋର୍ଟ ଗଲା ଯେ, କୋମନା ବିଜେଡି ଦଖଲରେ ଅଛି। ସରକାର ଆରମ୍ଭ କଲେ ଅପରେସନ। ଯେଉଁ ବୁଥରେ ବିଜେଡି ଭଲ ଭୋଟ ପାଇଥାନ୍ତା, ସେଠି EVM ଖରାପ ବାହାରିଲା ।  ନୂଆପଡା ଲୋକ କହିଲେ ବିଜେପି ଟଙ୍କା ବାଣ୍ଟୁଛି। ବିଜଡ଼ି ଥାନାକୁ ଜଣାଇଲା। ହେଲେ ବିଜେଡି ନେତା ଗିରଫ ହେଲେ। ନିର୍ବାଚନର କଣ ଆବଶ୍ୟକ ଥିଲା ଯେତେବେଳେ ଗଣତନ୍ତ୍ରକୁ ହତ୍ୟା କରାଗଲା.। ବିଜେପି ମାଡିମୋକାଚି ନିଜ ଆଡ଼କୁ ଭୋଟ ନେବାକୁ କାମ କଲେ। ସରକାରୀ ଅଧିକାରୀ ବିଜେପି ଚିରୁକୁଟି ବାଣ୍ଟିଲେ। ପ୍ରଶାସନ ସରକାରଙ୍କ ପୋଷା ଶୁଆ ପାଲଟି ଗଲା। ଗଣତନ୍ତ୍ରକୁ ବଞ୍ଚାଇବାକୁ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ସମୟରେ ଫଳାଫଳ ଆସିବ। ଆଗାମୀ ସମୟରେ ଓଡ଼ିଶାବାସୀ ଏହାର ଜବାବ ଦେବେ। ବିଜେପି ଭିତରେ ଭୟ ଭରି ଯାଇଛି ବୋଲି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି।

12 Nov 2025 By Deviprasad Mohanty

https://www.thesakala.in/latest-odisha-news/nuapada-byelection--how-did-the-irregularities-happen--bjd-says--detailed-it-one-by-one/article-43092
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର