ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର: ନାହାଁନ୍ତି ଡାକ୍ତର, ପ୍ରଶାସନ ବେଫିକର

The Sakala Picture
Published On

ଭଦ୍ରକ/ଘଣ୍ଟେଶ୍ୱର: ସ୍ୱାସ୍ଥ୍ୟସେବାକୁ ସରକାର ସର୍ବଦା ଗୁରୁôତ୍ୱ ଦେଉଛନ୍ତି। ହେଲେ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସେବା ପ୍ରତି ଦୃଷ୍ଟି ପଡୁନି। ଏଠାରେ ଦୀର୍ଘବର୍ଷ ହେବ ଏକମାତ୍ର ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ବର୍ଷେରୁ ଅଧିକ ହେବ ଏକମାତ୍ର ଫାର୍ମାସିଷ୍ଟ ପଦବୀ ଖାଲି ରହିଛି। ଫଳରେ ଜଣେ ମାତ୍ର ଆଟେଣ୍ଡାଣ୍ଟ ଓ ସୁଇପରକୁ ନେଇ ଏହି ଡାକ୍ତରଖାନା ଚାଲିଛି। ସାଧାରଣ ରୋଗୀ ଠୁଁ ଆରମ୍ଭ କରି ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ କେବଳ […]

ଭଦ୍ରକ/ଘଣ୍ଟେଶ୍ୱର: ସ୍ୱାସ୍ଥ୍ୟସେବାକୁ ସରକାର ସର୍ବଦା ଗୁରୁôତ୍ୱ ଦେଉଛନ୍ତି। ହେଲେ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସେବା ପ୍ରତି ଦୃଷ୍ଟି ପଡୁନି। ଏଠାରେ ଦୀର୍ଘବର୍ଷ ହେବ ଏକମାତ୍ର ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ବର୍ଷେରୁ ଅଧିକ ହେବ ଏକମାତ୍ର ଫାର୍ମାସିଷ୍ଟ ପଦବୀ ଖାଲି ରହିଛି। ଫଳରେ ଜଣେ ମାତ୍ର ଆଟେଣ୍ଡାଣ୍ଟ ଓ ସୁଇପରକୁ ନେଇ ଏହି ଡାକ୍ତରଖାନା ଚାଲିଛି। ସାଧାରଣ ରୋଗୀ ଠୁଁ ଆରମ୍ଭ କରି ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ କେବଳ ଦୁର୍ଦଶା ଭୋଗୁନାହାନ୍ତି ବରଂ ମୃତ୍ୟୁମୁଖରେ ବି ପଡୁଥିବାର ଏକାଧିକ ନଜିର ରହିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ବର୍ଷକ ତଳେ ଅର୍ଥାତ ଗତ ୩.୧.୨୦ତାରିଖରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଏହି ଅଞ୍ଚଳର ଜଣେ ଡାକ୍ତର ସୁଧାକର କର ସାମନ୍ୟ ଏକ ଇଞ୍ଜେକସନ ନପାଇବାରୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଯାଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ସେହିଭଳି ସ୍ଥାନୀୟ ଅପର୍ତ୍ତି ଚରଣ ହାଇସ୍କୁଲରେ ପାଠପଢୁଥିବା ଗଙ୍ଗାଧର ବାରିକଙ୍କ ୧୧ବର୍ଷର ପୁଅ ଗତ ୨୮. ୧୧.୧୯ରେ ଏକ ଭୁଲ ଇଂଜେକସନ ନେଇ ମୃତ୍ୟୁବରଣ କରିଥିଲା। ଏସବୁର ମୂଳ କାରଣ ହେଉଛି ଡାକ୍ତର ଅଭାବ। ଦୀର୍ଘବର୍ଷ ହେଲା ଘଣ୍ଟେଶ୍ୱର ଡାକ୍ତରଖାନାରେ ଜଣେ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବାରମ୍ବାର ଦାବି, ଆନ୍ଦୋଳନ ହେଉଛି, ଲାଭ କିଛି ନାହିଁ। ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଗତ ୧୬.୧.୨୦ତାରିଖରେ ଘଣ୍ଟେଶ୍ୱରରୁ ଅନେକ ସ୍ଥାନୀୟ ଅଞ୍ଚଳବାସୀ ପାଦରେ ଚାଲିଚାଲି ଭଦ୍ରକ ଜିଲ୍ଲାପାଳଙ୍କ ଦପ୍ତରକୁ ଆସିଥିଲେ। ସେହି ସମୟରେ ଡାକ୍ତର ରାକେଶ ପାଢୀଙ୍କୁ ଡେପୁଟେସନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଠାଇଥିଲେ। କିଛି ଦିନ ପରେ ସେ ବି ଉଭାନ ହୋଇଗଲେ। ଫଳରେ ଡାକ୍ତରଶୂନ୍ୟ ହୋଇ କେବଳ ସାଇନ୍‍ବୋର୍ଡରେ ଚାଲିଛି ଡାକ୍ତରଖାନା। ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଅଭାବରୁ ଏହି ଅଞ୍ଚଳରେ ଏବେ ନକଲି ଚିକିତ୍ସକ, କ୍ୱାକ ଓ ମେଡ଼ିସିନ ଦୋକାନୀ ବେନିୟମ ଭାବେ ଅର୍ଥ ଉପାର୍ଜନ ଲାଗି ରୋଗୀସେବା ଚଳାଇଛନ୍ତି। ଫଳରେ ଗ୍ରାମାଞ୍ଚଳର ନୀରିହ ରୋଗୀଙ୍କ ଜୀବନ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଘଣ୍ଟେଶ୍ୱର ଡାକ୍ତରଖାନା ଉପରେ ଗୋପୀନାଥପୁର, ତୋଟାପଡା, ବଜରାପୁର, ନରେନ୍ଦ୍ରପୁର, ନୂଆଗାଁ ପଞ୍ଚାୟତ ସମେତ ପ୍ରାୟ ୧୦ଟି ପଞ୍ଚାୟତର ୪୫ହଜାର ଲୋକେ ନିର୍ଭରଶୀଳ। ବର୍ଷ ବର୍ଷ ଧରି ଡାକ୍ତର ନଥିବା ଭଳି ଗୁରୁତର ସମସ୍ୟା ପ୍ରତି ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ଆଦୌ ଗୁରୁତ୍ୱ ନଦେବା ଅସନ୍ତୋଷ ସୃଷ୍ଟି କରିଛି। ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ୱର ସହ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

10 Mar 2021 By The Sakala

ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର: ନାହାଁନ୍ତି ଡାକ୍ତର, ପ୍ରଶାସନ ବେଫିକର

ଭଦ୍ରକ/ଘଣ୍ଟେଶ୍ୱର: ସ୍ୱାସ୍ଥ୍ୟସେବାକୁ ସରକାର ସର୍ବଦା ଗୁରୁôତ୍ୱ ଦେଉଛନ୍ତି। ହେଲେ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିପର୍ଯ୍ୟସ୍ତ ସେବା ପ୍ରତି ଦୃଷ୍ଟି ପଡୁନି। ଏଠାରେ ଦୀର୍ଘବର୍ଷ ହେବ ଏକମାତ୍ର ଏଲୋପାଥିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ବର୍ଷେରୁ ଅଧିକ ହେବ ଏକମାତ୍ର ଫାର୍ମାସିଷ୍ଟ ପଦବୀ ଖାଲି ରହିଛି। ଫଳରେ ଜଣେ ମାତ୍ର ଆଟେଣ୍ଡାଣ୍ଟ ଓ ସୁଇପରକୁ ନେଇ ଏହି ଡାକ୍ତରଖାନା ଚାଲିଛି। ସାଧାରଣ ରୋଗୀ ଠୁଁ ଆରମ୍ଭ କରି ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ କେବଳ ଦୁର୍ଦଶା ଭୋଗୁନାହାନ୍ତି ବରଂ ମୃତ୍ୟୁମୁଖରେ ବି ପଡୁଥିବାର ଏକାଧିକ ନଜିର ରହିଛି।

ବର୍ଷକ ତଳେ ଅର୍ଥାତ ଗତ ୩.୧.୨୦ତାରିଖରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଏହି ଅଞ୍ଚଳର ଜଣେ ଡାକ୍ତର ସୁଧାକର କର ସାମନ୍ୟ ଏକ ଇଞ୍ଜେକସନ ନପାଇବାରୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଯାଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ସେହିଭଳି ସ୍ଥାନୀୟ ଅପର୍ତ୍ତି ଚରଣ ହାଇସ୍କୁଲରେ ପାଠପଢୁଥିବା ଗଙ୍ଗାଧର ବାରିକଙ୍କ ୧୧ବର୍ଷର ପୁଅ ଗତ ୨୮. ୧୧.୧୯ରେ ଏକ ଭୁଲ ଇଂଜେକସନ ନେଇ ମୃତ୍ୟୁବରଣ କରିଥିଲା। ଏସବୁର ମୂଳ କାରଣ ହେଉଛି ଡାକ୍ତର ଅଭାବ। ଦୀର୍ଘବର୍ଷ ହେଲା ଘଣ୍ଟେଶ୍ୱର ଡାକ୍ତରଖାନାରେ ଜଣେ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବାରମ୍ବାର ଦାବି, ଆନ୍ଦୋଳନ ହେଉଛି, ଲାଭ କିଛି ନାହିଁ। ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଗତ ୧୬.୧.୨୦ତାରିଖରେ ଘଣ୍ଟେଶ୍ୱରରୁ ଅନେକ ସ୍ଥାନୀୟ ଅଞ୍ଚଳବାସୀ ପାଦରେ ଚାଲିଚାଲି ଭଦ୍ରକ ଜିଲ୍ଲାପାଳଙ୍କ ଦପ୍ତରକୁ ଆସିଥିଲେ। ସେହି ସମୟରେ ଡାକ୍ତର ରାକେଶ ପାଢୀଙ୍କୁ ଡେପୁଟେସନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଠାଇଥିଲେ। କିଛି ଦିନ ପରେ ସେ ବି ଉଭାନ ହୋଇଗଲେ। ଫଳରେ ଡାକ୍ତରଶୂନ୍ୟ ହୋଇ କେବଳ ସାଇନ୍‍ବୋର୍ଡରେ ଚାଲିଛି ଡାକ୍ତରଖାନା। ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଅଭାବରୁ ଏହି ଅଞ୍ଚଳରେ ଏବେ ନକଲି ଚିକିତ୍ସକ, କ୍ୱାକ ଓ ମେଡ଼ିସିନ ଦୋକାନୀ ବେନିୟମ ଭାବେ ଅର୍ଥ ଉପାର୍ଜନ ଲାଗି ରୋଗୀସେବା ଚଳାଇଛନ୍ତି। ଫଳରେ ଗ୍ରାମାଞ୍ଚଳର ନୀରିହ ରୋଗୀଙ୍କ ଜୀବନ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଘଣ୍ଟେଶ୍ୱର ଡାକ୍ତରଖାନା ଉପରେ ଗୋପୀନାଥପୁର, ତୋଟାପଡା, ବଜରାପୁର, ନରେନ୍ଦ୍ରପୁର, ନୂଆଗାଁ ପଞ୍ଚାୟତ ସମେତ ପ୍ରାୟ ୧୦ଟି ପଞ୍ଚାୟତର ୪୫ହଜାର ଲୋକେ ନିର୍ଭରଶୀଳ। ବର୍ଷ ବର୍ଷ ଧରି ଡାକ୍ତର ନଥିବା ଭଳି ଗୁରୁତର ସମସ୍ୟା ପ୍ରତି ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ଆଦୌ ଗୁରୁତ୍ୱ ନଦେବା ଅସନ୍ତୋଷ ସୃଷ୍ଟି କରିଛି। ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ୱର ସହ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର