ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ

The Sakala Picture
Published On

ନୟାଗଡ଼/ଓଡ଼ଗାଁ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ଉଦେଶ୍ୟରେ ଆଜି ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ଥାନାରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ଆଦର୍ଶଥାନା ତରଫରୁ କୁରାଳ ପଞ୍ଚାୟତରେ ଆଜି ଫ୍ଳାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ବ୍ଲକ ଅଞ୍ଚଳରେ ଫେବୃଆରୀ ୧୬ ତାରିଖ ଦିନ ଭୋଟଗ୍ରହଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ୧ଲକ୍ଷ ୩୫ ହଜାର ଭୋଟର ମତଦାନ ସାବ୍ୟସ୍ତ କରିବେ । ୧୮ ପଞ୍ଚାୟତ ପାଇଁ ଘୋଷଣା […]

ନୟାଗଡ଼/ଓଡ଼ଗାଁ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ଉଦେଶ୍ୟରେ ଆଜି ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ଥାନାରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ଆଦର୍ଶଥାନା ତରଫରୁ କୁରାଳ ପଞ୍ଚାୟତରେ ଆଜି ଫ୍ଳାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ବ୍ଲକ ଅଞ୍ଚଳରେ ଫେବୃଆରୀ ୧୬ ତାରିଖ ଦିନ ଭୋଟଗ୍ରହଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ୧ଲକ୍ଷ ୩୫ ହଜାର ଭୋଟର ମତଦାନ ସାବ୍ୟସ୍ତ କରିବେ । ୧୮ ପଞ୍ଚାୟତ ପାଇଁ ଘୋଷଣା କରାଯାଇଥିବା ୨୮୯ ଭୋଟ କେନ୍ଦ୍ର ମଧ୍ୟରୁ ୭୯ ସମ୍ବେଦନଶୀଳ ଏବଂ ୬୨ ଅତି ସମ୍ବେଦନଶୀଳ ଭୋଟ କେନ୍ଦ୍ର ଚିହ୍ନଟ ହୋଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକ ପାଇଁ ସଶସ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଥିବା ବେଳେ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ମୂତୟନ ବ୍ୟବସ୍ଥା କରାଯାଇଛି। ଏଥି ସହିତ ଭୋଟରମାନେ ଯେପରି ନିର୍ଭୟରେ ଭୋଟଦେବାକୁ ଯାଇପାରିବେ ସେନେଇ ଅସାମାଜିକ ବ୍ୟକ୍ତି ବିଶେଷଙ୍କୁ ପୁଲିସର ଉପସ୍ଥିତି ସମ୍ପର୍କରେ ସତର୍କ କରାଇ ଦେବା ପାଇଁ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନେତୃତ୍ବରେ ସମ୍ପୃକ୍ତ ପଞ୍ଚାୟତ ଗୁଡ଼ିକରେ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏସଆଇ ସ୍ନେହଲତା ପ୍ରଧାନ, ସଞ୍ଚୟ କୁମାର ପରିଡ଼ାଙ୍କ ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ଆଜିର ଫ୍ଳାଗମାର୍ଚ୍ଚରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଭାବେ ଚାନ୍ଦପୁର ପୁଲିସ ପକ୍ଷରୁ ଚାନ୍ଦପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖାଯାଇଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

01 Feb 2022 By The Sakala

ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ

ନୟାଗଡ଼/ଓଡ଼ଗାଁ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ଉଦେଶ୍ୟରେ ଆଜି ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ଥାନାରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ଆଦର୍ଶଥାନା ତରଫରୁ କୁରାଳ ପଞ୍ଚାୟତରେ ଆଜି ଫ୍ଳାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ବ୍ଲକ ଅଞ୍ଚଳରେ ଫେବୃଆରୀ ୧୬ ତାରିଖ ଦିନ ଭୋଟଗ୍ରହଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ୧ଲକ୍ଷ ୩୫ ହଜାର ଭୋଟର ମତଦାନ ସାବ୍ୟସ୍ତ କରିବେ । ୧୮ ପଞ୍ଚାୟତ ପାଇଁ ଘୋଷଣା କରାଯାଇଥିବା ୨୮୯ ଭୋଟ କେନ୍ଦ୍ର ମଧ୍ୟରୁ ୭୯ ସମ୍ବେଦନଶୀଳ ଏବଂ ୬୨ ଅତି ସମ୍ବେଦନଶୀଳ ଭୋଟ କେନ୍ଦ୍ର ଚିହ୍ନଟ ହୋଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକ ପାଇଁ ସଶସ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଥିବା ବେଳେ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ମୂତୟନ ବ୍ୟବସ୍ଥା କରାଯାଇଛି। ଏଥି ସହିତ ଭୋଟରମାନେ ଯେପରି ନିର୍ଭୟରେ ଭୋଟଦେବାକୁ ଯାଇପାରିବେ ସେନେଇ ଅସାମାଜିକ ବ୍ୟକ୍ତି ବିଶେଷଙ୍କୁ ପୁଲିସର ଉପସ୍ଥିତି ସମ୍ପର୍କରେ ସତର୍କ କରାଇ ଦେବା ପାଇଁ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନେତୃତ୍ବରେ ସମ୍ପୃକ୍ତ ପଞ୍ଚାୟତ ଗୁଡ଼ିକରେ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏସଆଇ ସ୍ନେହଲତା ପ୍ରଧାନ, ସଞ୍ଚୟ କୁମାର ପରିଡ଼ାଙ୍କ ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ଆଜିର ଫ୍ଳାଗମାର୍ଚ୍ଚରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଭାବେ ଚାନ୍ଦପୁର ପୁଲିସ ପକ୍ଷରୁ ଚାନ୍ଦପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର