ଧଉଳିରେ ଲଜ୍ଜାଜନକ ଘଟଣା: ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍, 'ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ'

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ରାଜଧାନୀରେ ବର୍ବରତା ଓ ଅରାଜକତା ସୀମା ଟପୁଥିବା ବେଳେ ଏଠାରେ ମହିଳା ଓ ନାବାଳିକାମାନେ କେତେ ସୁରକ୍ଷିତ, ତାହା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଏହି ଜଘନ୍ୟ କାଣ୍ଡ ପରେ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସେ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଅପରାଧୀମାନେ ଭୟଶୂନ୍ୟ ହୋଇପଡ଼ିଛନ୍ତି ଏବଂ ସରକାର ନିଜର ବିଶ୍ୱସନୀୟତା ହରାଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସରକାର କେବେ ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ରାଜ୍ୟ ସରକାରଙ୍କ ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। କେବଳ ଘଟଣା ଘଟିବା ପରେ ନୁହେଁ, ବରଂ ପୂର୍ବରୁ ଅପରାଧକୁ ରୋକିବା ଦିଗରେ ସରକାର ତତ୍ପର ହେବା ଆବଶ୍ୟକ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଖବର ଅନୁଯାୟୀ,  ରାଜଧାନୀ ଉପକଣ୍ଠ ଧଉଳିରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁରୁଷବନ୍ଧୁଙ୍କ ସହ ବୁଲି ଯାଇଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦି’ପହରେ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରି ତାଙ୍କ ଆଖି ଆଗରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ୧୦ ତାରିଖରେ ଏହି ବର୍ବର କାଣ୍ଡ  ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଏହି ଘଟଣା‌ରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନାବାଳିକାଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିଲେ। ପରେ ସେମାନେ ଲିଙ୍ଗିପୁର ନିକଟ ଦୟାନଦୀ କୂଳ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ଲୁଟ୍‌ ଉଦ୍ୟମ  କରିଥିଲେ। ନାବାଳିକା ଏବଂ ପୁରୁଷବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଆଖି ଆଗରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଜଣଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଯୌନପିପାସୁ ରାକ୍ଷସମାନେ କିଛି ଶୁଣି ନଥିଲେ। ପରେ ସେମାନେ ଉଭୟଙ୍କଠାରୁ ସୁନା, ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏହି ଘଟଣାରେ ନାବାଳିକା ଏବଂ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର