ଘାଟିରେ ଓଲଟିଲା ସ୍କୁଲ ପିଲାଙ୍କୁ ନେଇଯାଉଥିବା ବସ୍‌ : ପିଇଟି ଶିକ୍ଷକ ମୃତ, ୨୦ ଛାତ୍ରଛାତ୍ରୀ ଆହତ

The Sakala Picture
Published On

ଉମରକୋଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘାଟିରେ ଭାରସାମ୍ୟ ହରାଇ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟିପଡିଛି। ବସ୍‌ଟି ଓଲଟିବା ଫଳରେ ବସ୍‌ରେ ଥିବା ପିଇଟି(କ୍ରୀଡା) ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଝରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଥିଲା। ଏଥି ପାଇଁ ଆଜି ସକାଳେ ଉମରକୋଟର ଦୁଇଟି  ସ୍କୁଲର ପିଲାମାନେ […]

ଉମରକୋଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘାଟିରେ ଭାରସାମ୍ୟ ହରାଇ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟିପଡିଛି। ବସ୍‌ଟି ଓଲଟିବା ଫଳରେ ବସ୍‌ରେ ଥିବା ପିଇଟି(କ୍ରୀଡା) ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଝରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ମନଇଛା ଗଛ କାଟିବା ଅଭିଯୋଗରେ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ନିଲମ୍ବିତ

ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଉଥିଲା। ଏଥି ପାଇଁ ଆଜି ସକାଳେ ଉମରକୋଟର ଦୁଇଟି  ସ୍କୁଲର ପିଲାମାନେ ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ଏକ ବସ୍‌ ଯୋଗେ ଚ଼ନ୍ଦାହାଣ୍ଡି ଯାଉଥିଲା। ଚ଼ନ୍ଦାହାଣ୍ଡି ଘାଟିରେ ବସ୍‌ଟି ତଳକୁ ଗଡୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ଖବର ପାଇ ଅଗ୍ନିଶମ ଟିମ୍‌ ଏବଂ ପୁଲିସ ଘଟଣାସ୍ଥଳାର ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲା ବେଳେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର