ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ। ଓଡିଶାର ଜୟପୁର ଠାରେ ଏକ MS ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଖୋଲିଥିଲେ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଜୟପୁର ଠାରେ ଗବେଷଣା କେନ୍ଦ୍ର ପାଇଁ ଜମି ଯୋଗାଇ […]

ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଓଡିଶାର ଜୟପୁର ଠାରେ ଏକ MS ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଖୋଲିଥିଲେ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଜୟପୁର ଠାରେ ଗବେଷଣା କେନ୍ଦ୍ର ପାଇଁ ଜମି ଯୋଗାଇ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ସେ ୧୯୭୨ରୁ ୧୯୮୦ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ରର ମହାନିର୍ଦ୍ଦେଶକ ଏବଂ ୧୯୮୨ରୁ ୧୯୮୮ ମଧ୍ୟରେ ଆନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଥିଲେ। ଶ୍ରୀ ସ୍ୱାମୀନାଥନ୍ ନିଜର ଗବେଷଣା ଓ ଉଦ୍ଭାବନ ପାଇଁ ଅନେକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୧୯୮୬ରେ ଆଲବର୍ଟ ଆଇନଷ୍ଟାଇନ୍ ବିଶ୍ୱ ବିଜ୍ଞାନ ପୁରସ୍କାର, ୧୯୮୭ରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର, ୧୯୯୧ରେ ପରିବେଶ ସଫଳତା ପାଇଁ ଟାଇଲର ପୁରସ୍କାର ଏବଂ ୨୦୦୦ରେ ପ୍ଲାନେଟ୍ ଆଣ୍ଡ ହ୍ୟୁମାନୀଟି ପଦକ ସହିତ ଅନେକ ଆନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ମଧ୍ୟ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

28 Sep 2023 By The Sakala

ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।

ଓଡିଶାର ଜୟପୁର ଠାରେ ଏକ MS ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଖୋଲିଥିଲେ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଜୟପୁର ଠାରେ ଗବେଷଣା କେନ୍ଦ୍ର ପାଇଁ ଜମି ଯୋଗାଇ ଦେଇଥିଲେ ।

ସେ ୧୯୭୨ରୁ ୧୯୮୦ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ରର ମହାନିର୍ଦ୍ଦେଶକ ଏବଂ ୧୯୮୨ରୁ ୧୯୮୮ ମଧ୍ୟରେ ଆନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଥିଲେ। ଶ୍ରୀ ସ୍ୱାମୀନାଥନ୍ ନିଜର ଗବେଷଣା ଓ ଉଦ୍ଭାବନ ପାଇଁ ଅନେକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୧୯୮୬ରେ ଆଲବର୍ଟ ଆଇନଷ୍ଟାଇନ୍ ବିଶ୍ୱ ବିଜ୍ଞାନ ପୁରସ୍କାର, ୧୯୮୭ରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର, ୧୯୯୧ରେ ପରିବେଶ ସଫଳତା ପାଇଁ ଟାଇଲର ପୁରସ୍କାର ଏବଂ ୨୦୦୦ରେ ପ୍ଲାନେଟ୍ ଆଣ୍ଡ ହ୍ୟୁମାନୀଟି ପଦକ ସହିତ ଅନେକ ଆନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ମଧ୍ୟ ପ୍ରଦାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର