ଶୁଦ୍ଧିକ୍ରିୟାକୁ ଯାଇଥିବା ବେଳେ ବଜ୍ରାଘାତରେ ଚାଲିଗଲା ମା – ପୁଅଙ୍କ ଜୀବନ

The Sakala Picture
Published On

ଝାରସୁଗୁଡା : ବଜ୍ରାଘାତରେ ମା’-ପୁଅ ମୃତ । ଏଭଳି ଅଭାବନୀୟ ଘଟଣା ଝାରସୁଗୁଡ଼ା ଗିଲ୍ଲାରେ ଘଟିଛି । ବନହରପାଲି ବାସୁପାଲି ଗାଁ’ରେ ବଜ୍ରାଘାତ ହୋଇ ମା’-ପୁଅଙ୍କ ମୃତ୍ୟୁ ହୋଇଛି । ସମ୍ପର୍କିୟଙ୍କ ଶୁଦ୍ଧିକ୍ରିୟାରେ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି।ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ(୫୦) ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ(୨୭)। ଏହି ବଜ୍ରାଘାତରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ବାସୁପାଲିର ମହେନ୍ଦ୍ର ରୋହିଦାସ। ସେ ଡାକ୍ତରଖାନାରେ ଚିକିତ୍ସିତ […]

ଝାରସୁଗୁଡା : ବଜ୍ରାଘାତରେ ମା’-ପୁଅ ମୃତ । ଏଭଳି ଅଭାବନୀୟ ଘଟଣା ଝାରସୁଗୁଡ଼ା ଗିଲ୍ଲାରେ ଘଟିଛି । ବନହରପାଲି ବାସୁପାଲି ଗାଁ’ରେ ବଜ୍ରାଘାତ ହୋଇ ମା’-ପୁଅଙ୍କ ମୃତ୍ୟୁ ହୋଇଛି । ସମ୍ପର୍କିୟଙ୍କ ଶୁଦ୍ଧିକ୍ରିୟାରେ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି।ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ(୫୦) ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ(୨୭)। ଏହି ବଜ୍ରାଘାତରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ବାସୁପାଲିର ମହେନ୍ଦ୍ର ରୋହିଦାସ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ବିଜୁ ପଟ୍ଟନାୟକ ବିମାନବନ୍ଦର ଲିଜ୍‌ ନକ୍ସା ପ୍ରସ୍ତୁତ: ୪୦୦୦ କୋଟିରେ ୫୦ ବର୍ଷ !

ମିଳିଥିବା ସୂଚନା ଅନୁସାରେ ବାସୁପାଲି ଗ୍ରାମକୁ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାପାଇଁ ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ ଓ ତାଙ୍କ ପୁଅ ଡୋଳାମଣି ରୋହିଦାସ ଯାଇଥିଲେ। ଶୁଦ୍ଧିକ୍ରିୟାର ଏକାଦଶାହ ଭୋଜି ଚାଲିଥିବା ବେଳେ ବଜ୍ରାଘାତ ହୋଇଥିଲା। ଯେଉଁଥିରେ ମା’, ପୁଅ ଓ ଅନ୍ୟ ଜଣେ ଭୋଜି ଖାଇବା ସ୍ଥାନରେ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ: ରାଜ୍ୟ ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ବିଜେପିର ସୁରକ୍ଷା, ୧୦ ପ୍ରଶ୍ନର ଜବାବ୍ ମାଗିଲେ ବିଧାୟକ ଅରୁଣ ସାହୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର