ଶିମିଳିପାଳ ସୁରକ୍ଷା ପାଇଁ କୁମକି ହାତୀକୁ ଗୁରୁତ୍ୱ : ଚନ୍ଦକାରୁ ଆସିଲା ଯୋଶଦା, ସାତକୋଶିଆରୁ ଫେରିବେ ମହେନ୍ଦ୍ର ଓ ରାଜକୁମାର
ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ବଂଶ ବୃଦ୍ଧି ବନବିଭାଗକୁ ଉତ୍ସାହିତ କରିଛି । ବାଘଙ୍କ ସୁରକ୍ଷା ଓ କଳାବାଘ ପାଇଁ ଶିମିଳିପାଳ ସ୍ବତନ୍ତ୍ର ପରିଚୟକୁ ଅତୁଟ ରଖିବା ପାଇଁ ବନବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ଏଥିପାଇଁ ଚନ୍ଦକା ଅଭୟାରଣ୍ୟରୁ ଏକ କୁମକି ହାତୀ ‘ଯୋଶଦା’କୁ ଅଣାଯାଇ କୋର ଏରିଆ ଜେନାବିଲର ସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଛି । ସେଠାରେ ପୂର୍ବରୁ ୮ବର୍ଷର ‘ବବଲୁ’, ୧୭ବର୍ଷର ‘ଶିବାନୀ’ ଓ ଅନ୍ୟ ଏକ ବୟସ୍କ […]
ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ବଂଶ ବୃଦ୍ଧି ବନବିଭାଗକୁ ଉତ୍ସାହିତ କରିଛି । ବାଘଙ୍କ ସୁରକ୍ଷା ଓ କଳାବାଘ ପାଇଁ ଶିମିଳିପାଳ ସ୍ବତନ୍ତ୍ର ପରିଚୟକୁ ଅତୁଟ ରଖିବା ପାଇଁ ବନବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ଏଥିପାଇଁ ଚନ୍ଦକା ଅଭୟାରଣ୍ୟରୁ ଏକ କୁମକି ହାତୀ ‘ଯୋଶଦା’କୁ ଅଣାଯାଇ କୋର ଏରିଆ ଜେନାବିଲର ସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଛି । ସେଠାରେ ପୂର୍ବରୁ ୮ବର୍ଷର ‘ବବଲୁ’, ୧୭ବର୍ଷର ‘ଶିବାନୀ’ ଓ ଅନ୍ୟ ଏକ ବୟସ୍କ ହାତୀ ‘ଶୋଭା’ ରହୁଛନ୍ତି । ଅପରପକ୍ଷରେ ବାରିପଦାରୁ ଉଦ୍ଧାର ହାତୀ ଶାବକ ଜଗନ୍ନାଥ(୩ବର୍ଷ) ଜେନାବିଲରେ ରହୁଥିବା ବେଳେ ତାକୁ ଚନ୍ଦକା ନିଆଯାଇଥିବା ବେଳେ ଚଳିତ ମାସରେ ଶିମିଳିପାଳରୁ ସାତକୋଶିଆ ଯାଇଥିବା ୨ଟି କୁମକି ହାତୀ ‘ମହେନ୍ଦ୍ର’ ଓ ‘ରାଜକୁମାର’ ପୁଣି ଶିମିଳିପାଳକୁ ଫେରିବେ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।
ନିକଟରେ ଶେଷ ହୋଇଥିବା ବାଘ ଘଣନା ରିପୋର୍ଟରେ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଉତ୍ସାହ ଜନକ । ରିପୋର୍ଟ ଅନୁସାରେ ୨୭ଟି ବାଘ ରହିଛନ୍ତି । ସେମାନଙ୍କ ସୁରକ୍ଷା ସହିତ ବଂଶ ବୃଦ୍ଧି ପାଇଁ ବାଘଙ୍କ ସମ୍ବନ୍ଧରେ ନିୟମିତ ତଥ୍ୟ ହାସଲ ପାଇଁ କୁମକି ହାତୀଙ୍କ ସହଯୋଗ ଜରୁରୀ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଅନେକ ହାତୀ ନିୟୋଜିତ ଥିବା ବେଳେ ଶିମିଳିପାଳରେ ଅନୁରୂପ ହାତୀ ସହଯୋଗରେ ପେଟ୍ରୋଲିଂ ଓ ଅନୁଧ୍ୟାନ କାର୍ଯ୍ୟ ତ୍ବରାନ୍ବିତ ପାଇଁ ନିଷ୍ପତ୍ତି ହୋଇଛି ।
୨୭୫୦ ବର୍ଗ କିମି ପରିବ୍ୟାପ୍ତ ଶିମିଳିପାଳର ୨୫୦୦ବର୍ଗ କିମି କୋର ଅଞ୍ଚଳରେ କର୍ମଚାରୀ ଚାଲିଚାଲି ବାଘଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବା ଅସମ୍ଭବ । ହାତୀଙ୍କ ସହାୟତାରେ ବାଘଙ୍କ ଚଳପ୍ରଚଳ ଅଗମ୍ୟ ଅଞ୍ଚଳରେ କର୍ମଚାରୀ ପହଞ୍ଚି ପାରିବେ । ସେମାନଙ୍କ ସମ୍ବନ୍ଧରେ ନିୟମିତ ତଥ୍ୟ ବିଭାଗକୁ ଦେଇପାରିବେ । ଏଣୁ ‘ମହେନ୍ଦ୍ର’ ଓ ‘ରାଜକୁମାର’ ଫେରିଲେ ହାତୀଙ୍କ ସଂଖ୍ୟା ୬ରେ ପହଞ୍ଚିବ । ସମସ୍ତେ ଜେନାବିଲର ସ୍ଥାୟୀ ଆଶ୍ରୟ ସ୍ଥଳରେ ରହି ବିଭିନ୍ନ ଅଞ୍ଚଳକୁ ପେଟ୍ରୋଲିଂରେ ଯିବେ । ଯୋଶଦା, ମହେନ୍ଦ୍ର ଓ ରାଜକୁମାରଙ୍କ ଦାୟିତ୍ୱ ପାଇଁ ସ୍ଥାନୀୟ ମାହୁନ୍ତଙ୍କୁ ନିଯୁକ୍ତ କରାଯିବ । ଏହି ମାହୁନ୍ତଙ୍କୁ ତାଲିମ ଦେବା ପାଇଁ ଆସାମରୁ ୨ଜଣ ପ୍ରଶିକ୍ଷକ ମାହୁନ୍ତ ଆସିବେ । ତାଲିମଦାନ ଶେଷ ହେବା ପରେ ସେମାନେ ପୁଣି ଫେରିଯିବେ ।
ସୂଚନାଯୋଗ୍ୟ ସାତକୋଶିଆ ଅଭ୍ୟାରଣ୍ୟରେ ବାଘବଂଶ ବୃଦ୍ଧି ପାଇଁ ମହାବୀର ଓ ସୁନ୍ଦରୀ ୨ଟି ବାଘ ଅଣାଯାଇଥିବା ବେଳେ ମହାବୀରର ମୃତ୍ୟୁ ଘଟିଥିଲା । ଏଣୁ ସୁନ୍ଦରୀ ବାଘୁଣୀ ହିଂସ ପ୍ରବୃତ୍ତି ବଢିଥିଲା । ତାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୨୦୧୮ ମସିହା ଜାନୁଆରୀ ୨୬ତାରିଖରୁ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ନିଆଯାଇଥିଲା । ତେବେ ଯୋଜନା ଅସଫଳ ସହିତ ସୁନ୍ଦରୀକୁ ମଧ୍ୟପ୍ରଦେଶ ବାନ୍ଧଗଡ ଜାତୀୟ ବ୍ୟାଘ୍ର ଉଦ୍ୟାନକୁ ଫେରାଇ ନିଆଯାଇଥିଲା । ତା’ ସତ୍ତ୍ଵେ ମହେନ୍ଦ୍ର ଓ ରାଜକୁମାରକୁ ଶିମିଳିପାଳ ଫେରା ଯାଇନଥିଲା । ଏନେଇ ବନବିଭାଗ, ପରିବେଶବିତ ଓ ଜିଲ୍ଲାବାସୀ ବିଭିନ୍ନ ସମୟରେ ଦାବି କରିଆସୁଥିଲେ । ତେବେ ବନବିଭାଗର ନିଷ୍ପତ୍ତି ଅନୁସାରେ ସେମାନେ ଫେରୁଥିବା ଖବର ସାଧାରଣରେ ଖୁସି ଆଣିଛି । ଏଦ୍ବାରା ଶିମିଳିପାଳ ସୁରକ୍ଷାରେ ବିଶେଷ ସଫଳତା ମିଳିବ ।