ଶିମିଳିପାଳରେ ଆଜିଠୁ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ...

Deviprasad Mohanty Picture
Published On

ବାରିପଦା: ଶିମିଳିପାଳରେ ଆଜିଠୁ ବାଘ ଗଣନା ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ୟାଘ୍ର ଚଳପ୍ରଚଳ କରୁଥିବା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ଚିହ୍ନ ଅନୁଧ୍ୟାନ କରିବା ପରେ ଟ୍ରାନଜିଟ ଲାଇନ ପକାଇବାକୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଦକ୍ଷିଣ ଶିମିଳିପାଳର ବ୍ୟାଘ୍ର ଚଳପ୍ରଚଳ କରୁଥିବା ୧୦୩ଟି ବିଟ ଅଞ୍ଚଳରେ ୧୦୩ଟି ଗ୍ରୁପରେ ବନବିଭାଗର ତାଲିମପ୍ରାପ୍ତ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଏହା ପରେ ଦିତୀୟ ପର୍ଯ୍ୟାୟ ପ୍ରକିୟା ଡିସେମ୍ବର ମାସ ପ୍ରଥମରୁ ଆରମ୍ଭ କରାଯିବ। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ଅଞ୍ଚଳରେ ୧୫୦୦ କ୍ୟାମେରା ଲଗାଯାଇ ବାଘ ମାନଙ୍କର ଗତିବିଧିକୁ ରେକର୍ଡ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର