ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର

The Sakala Picture
Published On

ବାରିପଦା: ବାରିପଦା-ଉଦଳା ରାସ୍ତାର ସାନକେରକୋ ନିକଟରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଣ୍ଡୁ ଓରଫ ପଦ୍ମୋଲୋଚନ ଗୋଚ୍ଛାୟତ(୫୮) ଓ ଆହତ ହେଉଛନ୍ତି ତାଙ୍କ ପୁଅ ତପୁ(୨୮) । ଦୁର୍ଘଟଣା ଘଟାଇବା ପରେ ବସଟି ପଳାଇ ଯାଉଥିବାବେଳେ ବାରିପଦାର ଅସ୍ତିଆ ନିକଟରେ ଉତ୍ତେଜିତ ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଟାଉନ ଥାନା ପୁଲିସ ଘଟଣା […]

ବାରିପଦା: ବାରିପଦା-ଉଦଳା ରାସ୍ତାର ସାନକେରକୋ ନିକଟରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଣ୍ଡୁ ଓରଫ ପଦ୍ମୋଲୋଚନ ଗୋଚ୍ଛାୟତ(୫୮) ଓ ଆହତ ହେଉଛନ୍ତି ତାଙ୍କ ପୁଅ ତପୁ(୨୮) । ଦୁର୍ଘଟଣା ଘଟାଇବା ପରେ ବସଟି ପଳାଇ ଯାଉଥିବାବେଳେ ବାରିପଦାର ଅସ୍ତିଆ ନିକଟରେ ଉତ୍ତେଜିତ ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଛନ୍ତି । ଗୁରୁତର ଆହତ ପୁଅଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ରହିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ସୂଚନା ଅନୁସାରେ, ବଡସାହି ଥାନା ଉଠାଣୀନୂଆଗାଁର ବାପ-ପୁଅ ବାଇକରେ ଯାଉଥିବା ବେଳେ ଦୁଲାରୀ ନାମକ ବସଟି ତାଙ୍କୁ ଧକ୍କା ଦେଇ ପଳାଇବାରୁ ଘଟଣା ଉତ୍ତେଜନା ରୂପ ନେଇଛି । ଏହି ବସ ଓ ବିବାଦୀୟ ଚାଳକ ମାସକ ତଳେ ବାରିପଦା ସହରରେ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ଡାକ କର୍ମଚାରୀ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥଳରେ ଲୋକମାନେ ରାସ୍ତା ରୋକ କରିଛନ୍ତି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

20 Jun 2023 By The Sakala

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର

ବାରିପଦା: ବାରିପଦା-ଉଦଳା ରାସ୍ତାର ସାନକେରକୋ ନିକଟରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଣ୍ଡୁ ଓରଫ ପଦ୍ମୋଲୋଚନ ଗୋଚ୍ଛାୟତ(୫୮) ଓ ଆହତ ହେଉଛନ୍ତି ତାଙ୍କ ପୁଅ ତପୁ(୨୮) । ଦୁର୍ଘଟଣା ଘଟାଇବା ପରେ ବସଟି ପଳାଇ ଯାଉଥିବାବେଳେ ବାରିପଦାର ଅସ୍ତିଆ ନିକଟରେ ଉତ୍ତେଜିତ ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଛନ୍ତି । ଗୁରୁତର ଆହତ ପୁଅଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନା ଅନୁସାରେ, ବଡସାହି ଥାନା ଉଠାଣୀନୂଆଗାଁର ବାପ-ପୁଅ ବାଇକରେ ଯାଉଥିବା ବେଳେ ଦୁଲାରୀ ନାମକ ବସଟି ତାଙ୍କୁ ଧକ୍କା ଦେଇ ପଳାଇବାରୁ ଘଟଣା ଉତ୍ତେଜନା ରୂପ ନେଇଛି । ଏହି ବସ ଓ ବିବାଦୀୟ ଚାଳକ ମାସକ ତଳେ ବାରିପଦା ସହରରେ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ଡାକ କର୍ମଚାରୀ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥଳରେ ଲୋକମାନେ ରାସ୍ତା ରୋକ କରିଛନ୍ତି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର