ଜାଗା ବିବାଦକୁ ନେଇ କରୁଣ ପରିଣତି, ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ

The Sakala Picture
Published On

ମୋରଡ଼ା/ରାସଗୋବିନ୍ଦପୁର : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ରେ ରବିବାର ଦିନ ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି,ଜାଗା ବିବାଦ କୁ ନେଇ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ଯୁକ୍ତିତର୍କ ହେବାରୁ ସାନ ଭାଇ କୁ ଖଣ୍ଡା ରେ ହାଣି ଜୀବନ ମାରିଦେଇଛି ବଡ଼ଭାଇ। ସୂଚନାଯୋଗ୍ୟ ଯେ ଉକ୍ତ ଗାଁ ର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜାଗାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ […]

ମୋରଡ଼ା/ରାସଗୋବିନ୍ଦପୁର : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ରେ ରବିବାର ଦିନ ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି,ଜାଗା ବିବାଦ କୁ ନେଇ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ଯୁକ୍ତିତର୍କ ହେବାରୁ ସାନ ଭାଇ କୁ ଖଣ୍ଡା ରେ ହାଣି ଜୀବନ ମାରିଦେଇଛି ବଡ଼ଭାଇ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ସୂଚନାଯୋଗ୍ୟ ଯେ ଉକ୍ତ ଗାଁ ର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜାଗାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣା କରିଥିଲା । ଆଜି ସକାଳ ଆଠଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ଼ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ଼ ମାରପିଟ ହୋଇଥିଲା । ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲାଯେ, ସେ ଏକ ଧାରୁଆ ଖଣ୍ଡାରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଅରୁଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରେଇ ଏବଂ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବଡ଼ ଭାଇ ଆକ୍ରମଣ କରିଥିବା ଅସ୍ତ୍ର ଏବଂ ବାଇକ ନେଇ ଫେରାର ହୋଇଯାଇଥିବା ଜଣାପଡିଛି।

16 Jun 2024 By The Sakala

ଜାଗା ବିବାଦକୁ ନେଇ କରୁଣ ପରିଣତି, ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ

ମୋରଡ଼ା/ରାସଗୋବିନ୍ଦପୁର : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ରେ ରବିବାର ଦିନ ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି,ଜାଗା ବିବାଦ କୁ ନେଇ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ଯୁକ୍ତିତର୍କ ହେବାରୁ ସାନ ଭାଇ କୁ ଖଣ୍ଡା ରେ ହାଣି ଜୀବନ ମାରିଦେଇଛି ବଡ଼ଭାଇ।

ସୂଚନାଯୋଗ୍ୟ ଯେ ଉକ୍ତ ଗାଁ ର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜାଗାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣା କରିଥିଲା । ଆଜି ସକାଳ ଆଠଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ଼ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ଼ ମାରପିଟ ହୋଇଥିଲା । ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲାଯେ, ସେ ଏକ ଧାରୁଆ ଖଣ୍ଡାରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଅରୁଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରେଇ ଏବଂ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବଡ଼ ଭାଇ ଆକ୍ରମଣ କରିଥିବା ଅସ୍ତ୍ର ଏବଂ ବାଇକ ନେଇ ଫେରାର ହୋଇଯାଇଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର