ରାସ୍ତାରେ ଯାଉଥିବା ବେଳେ ଫାଟିଲା ସ୍କୁଟି ଚକା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

The Sakala Picture
Published On

ମୋରଡ଼ା/ତୋଟାପଡା: ମୋରଡ଼ା ଥାନା ଅନ୍ତର୍ଗତ ଝିଙ୍କିରିଆ ନିକଟରେ ଏକ ଅଘଟଣ ଘଟିଯାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ସ୍କୁଟି ଚକାଫାଟି  ସ୍ତ୍ରୀଙ୍କର ମୃତ୍ଯୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଦମ୍ପତ୍ତି ଜଣଙ୍କ ସ୍କୁଟିରେ ଅମରଦାରୁ ନିଜ ଘର ବେତନଟୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ରାସଗୋବିନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। […]

ମୋରଡ଼ା/ତୋଟାପଡା: ମୋରଡ଼ା ଥାନା ଅନ୍ତର୍ଗତ ଝିଙ୍କିରିଆ ନିକଟରେ ଏକ ଅଘଟଣ ଘଟିଯାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ସ୍କୁଟି ଚକାଫାଟି  ସ୍ତ୍ରୀଙ୍କର ମୃତ୍ଯୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ସୂଚନା ଅନୁଯାୟୀ, ଦମ୍ପତ୍ତି ଜଣଙ୍କ ସ୍କୁଟିରେ ଅମରଦାରୁ ନିଜ ଘର ବେତନଟୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ରାସଗୋବିନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ସ୍ତ୍ରୀ ସୁଭଦ୍ରାଙ୍କର ମୃତ୍ୟ ଘଟିଥିଲା ।  ସ୍ୱାମୀ ରବୀନ୍ଦ୍ର ବେହେରା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ଘର ବେତନଟୀ ଥାନା ଭଗବଟି ଗ୍ରାମରେ ବୋଲି ଜଣାପଡିଛି। ମୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର