ମନୋରଞ୍ଜନ
ଓଡ଼ିଶା
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ: ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ରାଇରଙ୍ଗପୁର ଓ ବାରିପଦାରେ ମଧ୍ୟ ରହିଛି କାର୍ଯ୍ୟକ୍ରମ
ବାରିପଦା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଦ୍ବିତୀୟ ଦିନ ଶୁକ୍ରବାର ରାଇରଙ୍ଗପୁର ବାସଭବନରୁ ବାହାରି ୮ଟା ୪୦ରେ ଦାଣ୍ଡବୋଷକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୯ଟା ୧୫ରେ ହେଲିକେପ୍ଟର ଯୋଗେ ବାହାରି ଦିନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପ୍ୟାଡରେ ଅବତରଣ କରିବେ । ପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ […]
ବାରିପଦା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଦ୍ବିତୀୟ ଦିନ ଶୁକ୍ରବାର ରାଇରଙ୍ଗପୁର ବାସଭବନରୁ ବାହାରି ୮ଟା ୪୦ରେ ଦାଣ୍ଡବୋଷକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୯ଟା ୧୫ରେ ହେଲିକେପ୍ଟର ଯୋଗେ ବାହାରି ଦିନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପ୍ୟାଡରେ ଅବତରଣ କରିବେ । ପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯାଇ ଚହଲାରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗନେନୀ, ଦୁଇଜଣ ଉପନିର୍ଦେଶକ ସମ୍ରାଟ ଗୌଡା ଓ ସାଇକିରଣଙ୍କ ସହିତ ସଦଳବଳେ ଶିମିଳିପାଳ ଆଭ୍ୟନ୍ତରୀଣ ରାସ୍ତା ମରାମତି ସହିତ ଚହଲା ବିଶ୍ରାମଗାରର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସେଠାରେ କାର୍ଯ୍ୟକ୍ରମ ସାରି ୪ଟା ୩୦ରେ ଛେଳିଗୋଦଳୀ ହେଲିପ୍ୟାଡରେ ପହଞ୍ଚିବା ପରେ ବାରିପଦା ଅଭିମୁଖେ ଆସିବେ । ୫ଟା ୨୫ରେ ବାରିପଦାର ରାଣୀବନ୍ଧ ହେଲିପ୍ୟାଡରେ ପହଞ୍ଚି ପରେ ସର୍କିଟ ହାଉସରେ ରହିବେ । ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ରାତ୍ରି ଯାପନ କରିବେ ।
ଶିମିଳିପାଳ ଶୋଭା ରାଜି ପରିଦର୍ଶନ ପାଇଁ ୪୫ମିନିଟ
ରାଷ୍ଟ୍ରପତି ଚହଲା ବିଶ୍ରାମଗାର ପହଞ୍ଚିବା ପରେ ସ୍ବତନ୍ତ୍ର ସଫାରୀରେ ୪୫ମିନିଟ ଶୋଭାରାଜି ପରିଦର୍ଶନ କରି ପୁଣି ବିଶ୍ରାମଗାରକୁ ଫେରିବେ । ୪୫ମିନିଟ ଭ୍ରମଣ ପାଇଁ ଏକ ସ୍ବତନ୍ତ୍ର ସର୍କଲରେ ରାସ୍ତା ବ୍ୟବସ୍ଥା ହୋଇଛି ।
ସମୟର ସ୍ବଳ୍ପତା ପାଇଁ ବରେହିପାଣି, ଯୋରନ୍ଦା ବା ଉସୁକି ଜଳପ୍ରପାତ ପରିଦର୍ଶନ ଗସ୍ତ କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଦେଶୀଚାଉଳର ଭାତ ଓ ତାଓ୍ବା ରୁଟି ସହିତ ତରକାରୀ ପରସା ଯିବ ।
ଗୁରୁବାର ଏଥିପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦେଶକଙ୍କ ସହାୟତାରେ ୨୭ଟି ହାଲୁକାଯାନର ମକଡ୍ରିଲ ଶେଷ ହୋଇଛି ।
ଉନ୍ମୋଚିତ ହେବ ରାଷ୍ଟ୍ରପତିଙ୍କ ଡାକ ଟିକଟ
ବାରିପଦା ସର୍କିଟ ହାଉସରେ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ପହଞ୍ଚିବା ପରେ ବହୁ ବ୍ୟକ୍ତି ବିଶେଷ ଓ ସଙ୍ଗଠନର କର୍ମକର୍ତ୍ତା ସାକ୍ଷାତ କରିବେ । ପୂର୍ବରୁ ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବାଳୟରେ ଆବେଦନ କରାଯାଇଛି । ସେଠାରୁ ଯେଉଁ ମାନଙ୍କୁ ଫୋନ ଆସିଛି, କେବଳ ସେମାନେ ଦିଆଯାଇଥିବା ଗାଇଡଲାଇନ ଅନୁପାଳନ ପୂର୍ବକ ସାକ୍ଷାତ କରିପାରିବେ । ଏହି କ୍ରମରେ ବାରିପଦାସ୍ଥିତ ଭାରତୀୟ ଡାକ ଅଧୀକ୍ଷକ ବସନ୍ତ କୁମାର ସିଂହ ଓ ଜଣେ ବିଭାଗୀୟ କର୍ମଚାରୀଙ୍କୁ ଅନୁମତି ମିଳିଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମରେ ଏକ ଡାକଟିକଟ ଉନ୍ମୋଚିତ ହେବ । ଏହା ୬୦ଟଙ୍କାର ଟିକଟ ଓ ଗୋଟିଏ ପୃଷ୍ଠାକୁ ୩୦୦ଟଙ୍କା ବିଭାଗୀୟ ଧାର୍ଯ୍ୟ ଦର ରହିଛି । ତତସହିତ ଡାକବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପୂର୍ବରୁ ଉନ୍ମୋଚିତ ଝୁମର ନୃତ୍ୟ ବିଶେଷ ଏନଭଲପ ଓ ଓଡିଶାର ବିଶିଷ୍ଠ ୪ଜଣ ବ୍ୟକ୍ତିତ୍ୱଙ୍କ ଡାକଟିକଟ ଉପହାର ପ୍ରଦାନ କରାଯିବ ।