କେନାଲରୁ ଅଖା ବସ୍ତାରେ ଗଳିତ ମୃତଦେହ ଉଦ୍ଧାର ଘଟଣା: କୋର୍ଟ ଚାଲାଣ ହେଲେ ୭ ହତ୍ୟାକାରୀ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପୁଲିସ ପର୍ଦାଫାସ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାରିପଦା ଠାରେ ଏସଡିପିଓ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୧ତାରିଖରେ ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧ ବୋଣୀ ଗ୍ରାମ ପାଖ ସୁବର୍ଣ୍ଣରେଖା ମୁଖ୍ୟ କେନାଲର ବେତନଟୀ ଓ ଜମ୍ଭୀରା […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପୁଲିସ ପର୍ଦାଫାସ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାରିପଦା ଠାରେ ଏସଡିପିଓ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୧ତାରିଖରେ ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧ ବୋଣୀ ଗ୍ରାମ ପାଖ ସୁବର୍ଣ୍ଣରେଖା ମୁଖ୍ୟ କେନାଲର ବେତନଟୀ ଓ ଜମ୍ଭୀରା ଗେଟ୍ ୪ ନମ୍ବର ଗେଟ୍‌ରେ ଏକ ଧଳା ରଙ୍ଗର ମୁହଁ ବନ୍ଦ ଅଖା ଦୁଇ ତିନିଦିନ ହେବ ଭାସୁଥିବାର ଗ୍ରାମବାସୀମାନେ ରଖିଥିଲେ। ମାତ୍ର ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଚାନ୍ଦୁଆ ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରିଣୀ କୁନି ବେଶ୍ରା ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉକ୍ତ ବସ୍ତାଟିକୁ ଉପରକୁ ଆଣି ଖୋଲିଲା ବେଳକୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ତେବେ ସେପ୍ଟେମ୍ବର ୨୭ ତାରିଖରେ ମୃତକଙ୍କ ପରିବାର ଲୋକେ ଚାନ୍ଦୁଆ ଥାନାରେ ହଜି ଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ମୃତକ ଜଣକ କଥାବିଲା ଗ୍ରାମର ପାଣ୍ଡୁ ମୁଣ୍ଡା ବୋଲି ଜଣାପଡିଥିଲା। ଅନ୍ଧ ବିଶ୍ୱାସ ଓ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଉକ୍ତ ଘଟଣାରେ ୭ ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ସ୍ଥାନୀୟ ଗ୍ରାମର ଶଙ୍ଖ ମୁର୍ମୁ(୪୫), ଟିବୁ ଟୁଡୁ(୪୦), କୁନା ମୁର୍ମୁ(୩୦), ଘନ ମୁର୍ମୁ(୪୦), ବୃନ୍ଦାବନ ସୋରେନ(୪୫), ରଞ୍ଜନ ମୁର୍ମୁ(୬୦), ବସଲା ସୋରେନ(୪୫) ଅଟନ୍ତି। ମୃତକର ବେକରେ ଦୁଇଟି ଗାମୁଛାରେ ଫାଶ ଦେଇ ହତ୍ୟାକାଣ୍ଡ କରିଥିବା ନେଇ ହତ୍ୟାକାରୀମାନେ ସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର