କାନ୍ଥ ପଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଥିବା ପରିବାରକୁ ସମବେଦନା ଓ ସହାୟତା ଜଣାଇବା ସହ ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ସମ୍ପର୍କରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବାରିପଦା ପୌରପାଳିକା ସମ୍ମିଳନୀ କକ୍ଷରେ ସାଙ୍ଗଠନିକ ନେତୃମଣ୍ଡଳୀ ସହ ଆଲୋଚନା କରିଛନ୍ତି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହିତ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ସହିତ ଜିରୋ କଜୁଆଲିଟୀ ପାଇଁ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରତ୍ୟେକ କର୍ମୀଙ୍କୁ ଆହ୍ବାନ କରିଛନ୍ତି। ଏହା ପରେ ବିଶୋଇ ଥାନା […]

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ସମ୍ପର୍କରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବାରିପଦା ପୌରପାଳିକା ସମ୍ମିଳନୀ କକ୍ଷରେ ସାଙ୍ଗଠନିକ ନେତୃମଣ୍ଡଳୀ ସହ ଆଲୋଚନା କରିଛନ୍ତି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହିତ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ସହିତ ଜିରୋ କଜୁଆଲିଟୀ ପାଇଁ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରତ୍ୟେକ କର୍ମୀଙ୍କୁ ଆହ୍ବାନ କରିଛନ୍ତି। ଏହା ପରେ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଭୋଳବେଡା ଗ୍ରାମରେ କାନ୍ଥ ପଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଥିବା ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ନେଇ ପ୍ରଣବଙ୍କ ସହିତ ମୟୂରଭଞ୍ଜ ବିଜେଡ଼ିର ନେତୃମଣ୍ଡଳୀ ଘଟଣା ସ୍ଥଳକୁ ଯାଇଛନ୍ତି। ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କ ସହିତ ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାଶ ପ୍ରମୁଖ ସ୍ଥିତି ସମୀକ୍ଷା ସମୟରେ ଉପସ୍ଥିତି ରହିଥିଲେ। ଶେଷରେ ସମସ୍ତେ ବିଶୋଇ ବ୍ଲକରେ କାନ୍ଥ ପଡି ମୃତ୍ୟୁ ବରଣ କରିଥିବା ୨ଭଉଣୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର