ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ଆତ୍ମ ସମର୍ପଣ କଲା ହତ୍ୟାକାରୀ

The Sakala Picture
Published On

ବାରିପଦା/ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ପଞ୍ଚାୟତର ଛେରାଟାଙ୍ଗର ଗାଁରେ ବୁଧବାର ସକାଳେ ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ହତ୍ଯାକାରୀ ଠାକୁରମୁଣ୍ଡା ଥାନାକୁ ଆସି ନିଜେ ଆତ୍ମ ସମର୍ପଣ କରିଛି। ପୁଲିସ ଏକ ନରହତ୍ୟା ମାମଲା ରୁଜ୍ଜୁ କରି ଆସାମୀକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ,  ହତ୍ୟାକାରୀ ଯୁବକ ସେହି ଗ୍ରାମର କାଣ୍ଡେ ଜାମୁଦା (୨୩ ବର୍ଷ)ର ବାପା, ମାଆପୁର୍ବରୁ ଜ୍ୱରରେ […]

ବାରିପଦା/ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ପଞ୍ଚାୟତର ଛେରାଟାଙ୍ଗର ଗାଁରେ ବୁଧବାର ସକାଳେ ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ହତ୍ଯାକାରୀ ଠାକୁରମୁଣ୍ଡା ଥାନାକୁ ଆସି ନିଜେ ଆତ୍ମ ସମର୍ପଣ କରିଛି। ପୁଲିସ ଏକ ନରହତ୍ୟା ମାମଲା ରୁଜ୍ଜୁ କରି ଆସାମୀକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁଯାୟୀ,  ହତ୍ୟାକାରୀ ଯୁବକ ସେହି ଗ୍ରାମର କାଣ୍ଡେ ଜାମୁଦା (୨୩ ବର୍ଷ)ର ବାପା, ମାଆପୁର୍ବରୁ ଜ୍ୱରରେ ପୀଡିତ ଥିଲେ। ତେବେ ଶମ୍ଭୁ ଲୋହାର ଗୁଣି ଗାରେଡି କରୁଥିବାରୁ ଏପରି ହେଉଥିବା କାଣ୍ଡେ ସନ୍ଦେହ କରୁଥିଲା। ୪ ତାରିଖ ବୁଧବାର ସକାଳ ସମୟରେ ଗୋଟିଏ କୁରାଢ଼ୀ ଧରି କାଣ୍ଡେ ପହଞ୍ଚିଥିଲା ଶମ୍ଭୁ ଲୋହାରର କମାର ଶାଳରେ। ଶମ୍ଭୁ କାମର କାମ କରୁଥିବାରୁ ଭାବିଥିଲା ଯେ କଣ୍ଡେ କୁରାଢ଼ୀ ଧାର କରିବାକୁ ଆସୁଛି। ସେତେବେଳେ ଘର ବାହାରେ ଖଟରେ ବସି ଶମ୍ଭୁ ମୁଢି ଖାଉଥିଲା ମୁଢି ଖାଉଥିବା ଅବସ୍ଥାରେ ବେକକୁ ଚୋଟ ପକାଇଥିଲା କାଣ୍ଡେ। ସେହି ଖଟରେ ହିଁ ପଡି ମୃତ୍ୟୁବରଣ କରିଥିଲା ଶମ୍ଭ। ହତ୍ୟାକାଣ୍ଡ ଘଟାଇ କାଣ୍ଡେ ସିଧା ଠାକୁରମୁଣ୍ଡା ଥାନାରେ ଆସି ଆତ୍ମ ସମର୍ପଣ କରିଥିଲା। ଥାନାଧିକାରିଣୀ ପ୍ରେମଦା ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ଶବକୁ ବ୍ୟବଛେଦ ପାଇଁ କରଞ୍ଜିଆ ନେଇଛି । ସାଇଣ୍ଟିଫିକ ଟିମ ଆସି ଅନୁଧ୍ୟାନ କରିଛି। ହତ୍ଯାକାରୀକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଶମ୍ଭୁର ପୁଅ ଶତୃଘନ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର