ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା: ଠେଙ୍ଗା ମାଡରେ ବୃଦ୍ଧ ମୃତ, ଯୁବକ ଗିରଫ

The Sakala Picture
Published On

ବାରିପଦା/ବଡସାହି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ପୂର୍ବରୁ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିବା ଫଳରେ ଜଣେ ଯୁବକଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ଯୁବକ ଜଣଙ୍କ ହେଲେ ବଡସାହି ଥାନା, ଗୁଡିଆଲବନ୍ଧ ପଞ୍ଚାୟତ ନୟାବ୍ରଜନନ୍ଦନପୁର ଗ୍ରାମର ରବୀନ୍ଦ୍ର ମହାନ୍ତ(୨୬) । ପୁସିଲ ଏନେଇ ଏକ ନରହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ନିହତ ବୃଦ୍ଧ ଜଣଙ୍କ ହେଲେ ସେହି ଗ୍ରାମର ରୂପଚାନ୍ଦ ମହାନ୍ତ (୮୨) । […]

ବାରିପଦା/ବଡସାହି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ପୂର୍ବରୁ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିବା ଫଳରେ ଜଣେ ଯୁବକଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ଯୁବକ ଜଣଙ୍କ ହେଲେ ବଡସାହି ଥାନା, ଗୁଡିଆଲବନ୍ଧ ପଞ୍ଚାୟତ ନୟାବ୍ରଜନନ୍ଦନପୁର ଗ୍ରାମର ରବୀନ୍ଦ୍ର ମହାନ୍ତ(୨୬) । ପୁସିଲ ଏନେଇ ଏକ ନରହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ନିହତ ବୃଦ୍ଧ ଜଣଙ୍କ ହେଲେ ସେହି ଗ୍ରାମର ରୂପଚାନ୍ଦ ମହାନ୍ତ (୮୨) ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜଙ୍ଗଲରେ ବାଘ ଆତଙ୍କ ! ମଣିଷ ମାରି ଖାଇଲା ମହାବଳ, ଜଙ୍ଗଲରେ ପଡିଛି ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼

ସୂଚନା ଅନୁଯାୟୀ, ରୂପଚାନ୍ଦ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୋଡଶୀ ରବୀନ୍ଦ୍ର ନିଜର ଦୁଇ ଛୋଟ ପିଲାଙ୍କ ଦେହ ଖରାପ ହେଲେ ଗୁଣିଗାରେଡିକୁ ବିଶ୍ୱାସ କରି ରୂପଚାନ୍ଦକୁ ସନ୍ଦେହ କରି ଆସୁଥିଲା । ଫଳସ୍ୱରୂପ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା । ମଙ୍ଗଳବାର ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ହାଟରୁ ଘରକୁ ଫେରୁଥିବା ବେଳେ ରୂପଚାନ୍ଦଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରବୀନ୍ଦ୍ର ହାତରେ ଧରିଥିବା ବାଉଁଶ ଠେଙ୍ଗାରେ ରୂପଚାନ୍ଦଙ୍କ ମୁଣ୍ଡରେ ବାଡେଇ ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ଗୁରୁତର ଆହାତ ହୋଇଥିଲେ । ସଙ୍ଗେସଙ୍ଗେ ପୋଡିଶା ଲୋକେ ରୂପଚାନ୍ଦଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲକୁ ଆଣି ଭର୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ କରି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିଛି ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

24 Aug 2022 By The Sakala

ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା: ଠେଙ୍ଗା ମାଡରେ ବୃଦ୍ଧ ମୃତ, ଯୁବକ ଗିରଫ

ବାରିପଦା/ବଡସାହି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ପୂର୍ବରୁ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିବା ଫଳରେ ଜଣେ ଯୁବକଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ଯୁବକ ଜଣଙ୍କ ହେଲେ ବଡସାହି ଥାନା, ଗୁଡିଆଲବନ୍ଧ ପଞ୍ଚାୟତ ନୟାବ୍ରଜନନ୍ଦନପୁର ଗ୍ରାମର ରବୀନ୍ଦ୍ର ମହାନ୍ତ(୨୬) । ପୁସିଲ ଏନେଇ ଏକ ନରହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ନିହତ ବୃଦ୍ଧ ଜଣଙ୍କ ହେଲେ ସେହି ଗ୍ରାମର ରୂପଚାନ୍ଦ ମହାନ୍ତ (୮୨) ।

ସୂଚନା ଅନୁଯାୟୀ, ରୂପଚାନ୍ଦ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୋଡଶୀ ରବୀନ୍ଦ୍ର ନିଜର ଦୁଇ ଛୋଟ ପିଲାଙ୍କ ଦେହ ଖରାପ ହେଲେ ଗୁଣିଗାରେଡିକୁ ବିଶ୍ୱାସ କରି ରୂପଚାନ୍ଦକୁ ସନ୍ଦେହ କରି ଆସୁଥିଲା । ଫଳସ୍ୱରୂପ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା । ମଙ୍ଗଳବାର ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ହାଟରୁ ଘରକୁ ଫେରୁଥିବା ବେଳେ ରୂପଚାନ୍ଦଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରବୀନ୍ଦ୍ର ହାତରେ ଧରିଥିବା ବାଉଁଶ ଠେଙ୍ଗାରେ ରୂପଚାନ୍ଦଙ୍କ ମୁଣ୍ଡରେ ବାଡେଇ ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ଗୁରୁତର ଆହାତ ହୋଇଥିଲେ । ସଙ୍ଗେସଙ୍ଗେ ପୋଡିଶା ଲୋକେ ରୂପଚାନ୍ଦଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲକୁ ଆଣି ଭର୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ କରି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର