ସମ୍ଭାବ୍ୟ ବର୍ଷା ଆଶଙ୍କା ନେଇ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

The Sakala Picture
Published On

ବାରିପଦା: ଭାରତୀୟ ପାଣିପାଗ ବିଭାଗ ପ୍ରାକ ସୂଚିତ ସତର୍କ ସୂଚନାନୁଯାଇ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୧୯ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶୁକ୍ରବାର ଅପରାହ୍ନରେ ତାଙ୍କ କାର୍ଯ୍ଯାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। […]

ବାରିପଦା: ଭାରତୀୟ ପାଣିପାଗ ବିଭାଗ ପ୍ରାକ ସୂଚିତ ସତର୍କ ସୂଚନାନୁଯାଇ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୧୯ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶୁକ୍ରବାର ଅପରାହ୍ନରେ ତାଙ୍କ କାର୍ଯ୍ଯାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ

ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରୁଦ୍ର ନାରାୟଣ ମହାନ୍ତି, ହେମନ୍ତ କୁମାର ସିଂ, ଉପଜିଲ୍ଲାପାଳ ଅନ୍ୟା ଦାସ, ଡିଏଫଓ ସନ୍ତୋଷ ଯୋଶୀ, ଡେପ୍ୟୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସମ୍ଭାବ୍ୟ ପ୍ରବଳ ବର୍ଷା ଆଶଙ୍କା ଦୃଷ୍ଟିରେ ରଖି ବିପର୍ୟ୍ୟୟ ପରିଚାଳନା ନିୟମ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆନୁସଙ୍ଗିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ସଜାଗ ରହି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ

ବିଶେଷ କରି ନଦୀ ଉପକୂଳବର୍ତୀ ତଳିଆ ଗ୍ରାମ / ବାରିପଦା ସହରାଂଚଳ ତଳିଆ ବସ୍ତି ଅଂଚଳରେ ନଦୀର ବନ୍ୟାଜଳ ସ୍ଥିତି ପ୍ରତି ନଜର ରଖି ଆବଶ୍ୟକ ସ୍ଥଳେ ଜରୁରୀ କାଳୀନ ଭିତିରେ ବିଶେଷ କରି ଝାଟିମାଟି କଚ୍ଚା ଘର ଥିବା ପରିବାର ମାନଙ୍କୁ ନିରାପଦ ସ୍ଥାନ ବହୁମୂଖି ବନ୍ୟା / ବାତ୍ୟା ଆଶ୍ରୟ ସ୍ଥଳ ଏବଂ ସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୃହ ଆଦି ନିକଟସ୍ଥ ନିରାପଦ ସ୍ଥାନ ମାନଙ୍କରେ ସ୍ଥାନାନ୍ତରଣ କରାଯିବା ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ତହସିଲଦାର / ବିଡ଼ିଓ ମାନଙ୍କ ଦ୍ୱାରା ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ଏଦିଗରେ ଜିଲ୍ଲାରେ ଥିବା ଦଶଟି ବହୁମୁଖୀ ବନ୍ୟା / ବତ୍ୟା ଆଶ୍ରୟସ୍ଥଳ ଏବଂ ନିକଟସ୍ଥ ସରକାରୀ ବିଦ୍ୟାଳୟ ଗୃହ, ଅଙ୍ଗନୱାଡି କେନ୍ଦ୍ର ଗୃହ ଗୁଡିକ ପ୍ରସ୍ତୁତି ରଖିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଚୂଡା, ଚିନି, ଗୁଡ ଓ ରନ୍ଧା ଖାଦ୍ୟ ଆଦି ଯୋଗାଇ ଦେବାର ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜେନେଟର ଆଲୋକ ବ୍ୟବସ୍ଥା, ପରିମଳ/ ଶୌଚାଳୟ ଆଦି ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ସମସ୍ଥ ବିଡିିଓ / ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ଜରୁରୀ କାଳୀନ ବିପର୍ଯ୍ଯୟ ପରିଚାଳନା ନିୟମ ଅନୁଯାୟୀ ବନ୍ୟା ପ୍ରବାବିତ ଅଂଚଳରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଓଡ୍ରାଫଟ୍‌, ଏନ୍‌ଡିଆର୍‌ଏଫର ଟିମ୍ / ଅଗ୍ନିଶ୍ରମ ସେବା ବିଭାଗ / ପୁଲିସ ବିଭାଗ / ପ୍ରାଣୀ ସମ୍ପଦ ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ/ ପିଆରଆଇ ମେମ୍ବର, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ମାନଙ୍କ ମିଳିତ ସହଯୋଗରେ ରିଲିଫ / ଉଦ୍ଧାର ଆଦି କାର୍ଯ୍ଯକ୍ରମ ତ୍ୱରାନ୍ୱୀତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ସମ୍ବାବ୍ୟ ବର୍ଷା ଓ ବନ୍ୟା ଜନିତ ବିଦ୍ୟୁତ୍ ସରାବରାହ, ରାସ୍ଥାଘାଟ ଓ ଯୋଗାଯୋଗ ଜରୁରୀ ଯୋଗାଯୋଗ ଆଦି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିବାବେଳେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର / ଚିକିତ୍ସାଳୟରେ ଆବଶ୍ୟକୀୟ ଔଷଧ ସରଜାମ ଓ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ କର୍ମଚାରୀ ସଜାଗ ରହି କାର୍ୟ୍ୟ ସଂପାଦନ କରିବାକୁ ଜିଲ୍ଲା ମୁଖ୍ୟସ୍ୱାସ୍ଥଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ତହସିଲ / ବ୍ଲକ / ଉପଖଣ୍ଡ / ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଦୈନନ୍ଦିନର ବୃଷ୍ଟିପାତ ପରିମାଣର ସ୍ଥିତି, ନଦୀର ବନ୍ୟା ଜଳସ୍ତର ସ୍ଥିତି ଏବଂ ପ୍ରଭାବିତ ବନ୍ୟାଂଚଳ ସ୍ଥିତି ଆଦି ସମ୍ପର୍କିତ ଜିଲ୍ଲା ଜରୁରୀ କାର୍ୟ୍ୟାଳୟ ଫୋନ ନମ୍ବର ୧୦୭୭ ଜରିଆରେ ତଥ୍ୟ ତ୍ୱରିତ ଜଣାଇବା ନିମନ୍ତେ ପରାମର୍ଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର