ପୁଣି ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼: ୨୦ ଲକ୍ଷ ଟଙ୍କା ଲୁଟ୍, ଜଣେ ବ୍ୟବସାୟୀ ମୃତ

The Sakala Picture
Published On

ବାରିପଦା:  ମୟୁରଭଞ୍ଜ ଜିଲ୍ଲାରେ ପୁଣି ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗୋରୁ ବେପାରୀଙ୍କୁ ଗୁଳି କରି ୨୦ ଲକ୍ଷ ଟଙ୍କା ଲୁଟିନେଇଥିବା ବେଳେ ଘଟଣା ସ୍ଥାଳରେ ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଛି ଅନ୍ଯଜଣେ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ଗୋରୁହାଟରେ ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ମୃତ୍ଯୁ ଘଟିଥିବା ଗୋରୁ ବେପାରୀ ଜଣଙ୍କ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳ ଚିଚଳା ଗାଁର ଶେଖ ଜାମସେଦ […]

ବାରିପଦା:  ମୟୁରଭଞ୍ଜ ଜିଲ୍ଲାରେ ପୁଣି ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗୋରୁ ବେପାରୀଙ୍କୁ ଗୁଳି କରି ୨୦ ଲକ୍ଷ ଟଙ୍କା ଲୁଟିନେଇଥିବା ବେଳେ ଘଟଣା ସ୍ଥାଳରେ ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଛି ଅନ୍ଯଜଣେ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ଗୋରୁହାଟରେ ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ମୃତ୍ଯୁ ଘଟିଥିବା ଗୋରୁ ବେପାରୀ ଜଣଙ୍କ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳ ଚିଚଳା ଗାଁର ଶେଖ ଜାମସେଦ ଅଲି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନା ଅନୁଯାୟୀ, ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ ଗୋରୁହାଟକୁ ଗୋରୁ କିଣିବାକୁ ଆସିଥିଲେ। ହଠାତ୍ ୪ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ୍ ଗୁଳିମାଡ଼ କରିଥିଲେ। ପରେ ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ଘଟଣା ସ୍ଥାନରୁ ଚମ୍ପଟ୍ ମାରିଲେ। ଫଳରେ ସେଠାରେ ଆତଙ୍କ ଖେଳିବା ସାଙ୍ଗକୁ ଉତ୍ତେଜନା ପ୍ରକାଶ ପାଇଛି। ଏସଡିପିଓ ରତିକାନ୍ତ ଗିରିଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସମସ୍ତ ସୀମାବର୍ତ୍ତୀ ଥାନାରେ ତନାଘନା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ସୂଚନା ଥାଉକି, ଗତ ସପ୍ତାହରେ ଯଶିପୁର ଟୋଲଗେଟରେ ଗୋରୁବ୍ୟବସାୟୀଙ୍କ ଗୁଳିମାଡରେ ୩ଜଣ ଗୁରୁତର ଆହାତ ହୋଇଥିବା ବେଳେ ୧୪ଜଣ ଅଭିଯୁକ୍ତ, ବନ୍ଧୁକ, ଗୁଳି ଓ ୪ଚକିଆ ଯାନ ଜବତ କରାଯାଇଥିଲା । ଜିଲ୍ଲା ପୁଲିସ ଆଜିର ଘଟଣା ପରେ ସମସ୍ତ ଗୋରୁହାଟରେ ପୁଲିସ ମୁତୟନ ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

25 May 2022 By The Sakala

ପୁଣି ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼: ୨୦ ଲକ୍ଷ ଟଙ୍କା ଲୁଟ୍, ଜଣେ ବ୍ୟବସାୟୀ ମୃତ

ବାରିପଦା:  ମୟୁରଭଞ୍ଜ ଜିଲ୍ଲାରେ ପୁଣି ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗୋରୁ ବେପାରୀଙ୍କୁ ଗୁଳି କରି ୨୦ ଲକ୍ଷ ଟଙ୍କା ଲୁଟିନେଇଥିବା ବେଳେ ଘଟଣା ସ୍ଥାଳରେ ଗୁଳିମାଡ଼ରେ ଜଣଙ୍କର ମୃତ୍ଯୁ ଘଟିଛି ଅନ୍ଯଜଣେ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ଗୋରୁହାଟରେ ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ମୃତ୍ଯୁ ଘଟିଥିବା ଗୋରୁ ବେପାରୀ ଜଣଙ୍କ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳ ଚିଚଳା ଗାଁର ଶେଖ ଜାମସେଦ ଅଲି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ ଗୋରୁହାଟକୁ ଗୋରୁ କିଣିବାକୁ ଆସିଥିଲେ। ହଠାତ୍ ୪ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ୍ ଗୁଳିମାଡ଼ କରିଥିଲେ। ପରେ ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ଘଟଣା ସ୍ଥାନରୁ ଚମ୍ପଟ୍ ମାରିଲେ। ଫଳରେ ସେଠାରେ ଆତଙ୍କ ଖେଳିବା ସାଙ୍ଗକୁ ଉତ୍ତେଜନା ପ୍ରକାଶ ପାଇଛି। ଏସଡିପିଓ ରତିକାନ୍ତ ଗିରିଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସମସ୍ତ ସୀମାବର୍ତ୍ତୀ ଥାନାରେ ତନାଘନା ଆରମ୍ଭ ହୋଇଛି ।

ସୂଚନା ଥାଉକି, ଗତ ସପ୍ତାହରେ ଯଶିପୁର ଟୋଲଗେଟରେ ଗୋରୁବ୍ୟବସାୟୀଙ୍କ ଗୁଳିମାଡରେ ୩ଜଣ ଗୁରୁତର ଆହାତ ହୋଇଥିବା ବେଳେ ୧୪ଜଣ ଅଭିଯୁକ୍ତ, ବନ୍ଧୁକ, ଗୁଳି ଓ ୪ଚକିଆ ଯାନ ଜବତ କରାଯାଇଥିଲା । ଜିଲ୍ଲା ପୁଲିସ ଆଜିର ଘଟଣା ପରେ ସମସ୍ତ ଗୋରୁହାଟରେ ପୁଲିସ ମୁତୟନ ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର