ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୧୨ବର୍ଷ ଜେଲ୍

The Sakala Picture
Published On

ବାରିପଦା: ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁମିତା ଜେନା ଜନୈକା ୧୦ ବର୍ଷିୟା ନାବଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ଗୁରୁଚରଣ ବେହେରା (୩୭ବର୍ଷ) କୁ ପୋସ୍କୋ ଧାରା ଅନୁଯାୟୀ ୧୨ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ଶୁଣାଣି କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ବାରିପଦା ଟାଉନଥାନା ଅଞ୍ଚଳର ଗୁରୁଚରଣ […]

ବାରିପଦା: ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁମିତା ଜେନା ଜନୈକା ୧୦ ବର୍ଷିୟା ନାବଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ଗୁରୁଚରଣ ବେହେରା (୩୭ବର୍ଷ) କୁ ପୋସ୍କୋ ଧାରା ଅନୁଯାୟୀ ୧୨ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ଶୁଣାଣି କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ବାରିପଦା ଟାଉନଥାନା ଅଞ୍ଚଳର ଗୁରୁଚରଣ ବେହେରା।ଆସାମୀ ଗୁରୁଚରଣ ଗତ ୩୧.୭.୨୦୧୭ ତାରିଖରେ ଜଣେ ୧୦ବର୍ଷର ଦିବ୍ୟାଙ୍କ ନାବାଳିକାକୁ ସହରର ଏକ ପବିତ୍ର ସ୍ଥାନରେ ନେଇ ଦୁଷ୍କର୍ମ କରିଥିଲା । ଏନେଇ ବାରିପଦା ଟାଉନଥାନାରେ ୧୦୫/୩୧.୩.୧୭ ବିଶିଷ୍ଟ ୩୭୬-୨(i), ୩୭୬-୨(m) , ୫୦୬, ୨୦୧, ୬ ପୋକ୍ସ ଏକ୍ଟ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା । ସେବେଠାରୁ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିଲେ । ମାନ୍ୟବର ଅଦାଲତ ସାକ୍ଷୀ , ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ସାକ୍ଷୀ ପ୍ରମାଣକୁ ଭିତି କରି ଆଜି ଏହି ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର