ମନ୍ମଥଙ୍କ ବିଜୟ ନିଶ୍ଚିତ, ଶଙ୍ଖ ଧ୍ୱନିରେ ହଜିଯିବେ ଅପରାଜିତା: ସୁର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଆଜି ଯେଉଁ ବିକାଶ ହୋଇଛି, ଓଡ଼ିଶାକୁ ଯେଉଁ ସମ୍ମାନ ମିଳୁଛି; ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ। ତାଙ୍କ ନେତୃତ୍ୱରେ ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛି। ମନ୍ମଥ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ମନ୍ମଥ ରାଉତରାୟକୁ ଲୋକେ ଭୁବନେଶ୍ୱର ସାଂସଦ କହିବା ଆରମ୍ଭ କଲେଣି। ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଯିବ। ନନ୍ଦିଘୋଷ ଟିଭିକୁ ସାକ୍ଷାତକାର ଦେବା […]

ଭୁବନେଶ୍ୱର: ଓଡ଼ିଶାରେ ଆଜି ଯେଉଁ ବିକାଶ ହୋଇଛି, ଓଡ଼ିଶାକୁ ଯେଉଁ ସମ୍ମାନ ମିଳୁଛି; ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ। ତାଙ୍କ ନେତୃତ୍ୱରେ ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛି। ମନ୍ମଥ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ମନ୍ମଥ ରାଉତରାୟକୁ ଲୋକେ ଭୁବନେଶ୍ୱର ସାଂସଦ କହିବା ଆରମ୍ଭ କଲେଣି। ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଯିବ। ନନ୍ଦିଘୋଷ ଟିଭିକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ୍‌‌ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ଓରଫ ସୁର ରାଉତରାୟ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୁର କହିଛନ୍ତି ଯେ ଅପରାଜିତା ଭୁବନେଶ୍ୱରର ସାଂସଦ ଅଛନ୍ତି ସତ; କିନ୍ତୁ ଏଥର ବିଜେଡି ଆଗରେ ତାଙ୍କର ପ୍ରଭାବ ସମ୍ପୂର୍ଣ୍ଣ ଫିକା। ମନ୍ମଥକୁ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଚୟନ କରିଛନ୍ତି। ମନ୍ମଥ ଯେଉଁ ଆଡ଼େ ଯାଉଛନ୍ତି ସବୁଠି ତାଙ୍କୁ ବିପୁଳ ଜନସମର୍ଥନ ମିଳୁଛି। ମନ୍ମଥ ନିର୍ବାଚନରେ ଲଢ଼ିବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ଲୋକେ ଏଥର ବିଜେଡିକୁ ଭୋଟ ଦେବେ ବୋଲି ମନସ୍ଥ କରି ସାରିଛନ୍ତି। ସମସ୍ତେ କହୁଛନ୍ତି ଆମ ପୁଅ ଏଥର ସାଂସଦ ହେବ। ତେଣୁ ମନ୍ମଥର ବିଜୟକୁ କେହି ରୋକିପାରିବେ ନାହିଁ। ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଯାହା ସବୁ ବିକାଶ ହୋଇଛି ତାହା ନବୀନ ପଟ୍ଟନାୟକ କରିଛନ୍ତି। ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟାଳୟ, ସ୍ୱାସ୍ଥ୍ୟ, ଶିକ୍ଷା ସବୁଠି ନବୀନ ବାବୁଙ୍କ ସଫଳତାର ସ୍ୱାକ୍ଷର ରହିଛି। ଓଡ଼ିଶାରେ ଯେଉଁ ରୂପାନ୍ତରଣ ହୋଇଛି ତାହା ସମସ୍ତଙ୍କୁ କିମିଆ କରିଛି। ତେଣୁ ବିପୁଳ ସଂଖ୍ୟାରେ ଜନତା ବିଜୁ ଜନତା ଦଳକୁ ସମର୍ଥନ ଦେବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଶ୍ରୀ ରାଉତରାୟ ଆହୁରି କହିଛନ୍ତି, ଏତେ ଦିନ ଧରି ମୁଁ କଂଗ୍ରେସ୍‌‌ରେ ରହି କାମ କଲି; କିନ୍ତୁ ମୋତେ ଯେପରି ଭାବେ ଦଳରୁ ବାହାର କରାଗଲା ତାହା ଠିକ୍‌‌ ନୁହେଁ। ମୋ ପୁଅ ସପକ୍ଷରେ ପ୍ରଚାର ପାଇଁ ମୁଁ ଏବେ ସମ୍ପୂର୍ଣ୍ଣ ମୁକ୍ତ। ଦୀର୍ଘ ବର୍ଷ ଧରି ମୁଁ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଏବଂ ଆଖପାଖ ଅଞ୍ଚଳରେ କାମ କରିଛି। ଲୋକଙ୍କ ସହିତ ମିଶି ଆସୁଛି, ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହୋଇଛି। ସେହିମାନଙ୍କ ପାଖକୁ ଏବେ ମୋ ପୁଅ ପାଇଁ ଭୋଟ ମାଗିବାକୁ ଯାଉଛି ଆଉ ଲୋକେ ମନ୍ମଥକୁ ନିଶ୍ଚୟ ଆଶୀର୍ବାଦ କରିବେ। କଂଗ୍ରେସ ସହ ବିଜେପି ଭୋଟ ବି ଏଥର ମନ୍ମଥ ଖାତାକୁ ଯିବ। ତା’ର ବିଜୟକୁ କେହି ରୋକିପାରିବେ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

20 Apr 2024 By The Sakala

ମନ୍ମଥଙ୍କ ବିଜୟ ନିଶ୍ଚିତ, ଶଙ୍ଖ ଧ୍ୱନିରେ ହଜିଯିବେ ଅପରାଜିତା: ସୁର

ଭୁବନେଶ୍ୱର: ଓଡ଼ିଶାରେ ଆଜି ଯେଉଁ ବିକାଶ ହୋଇଛି, ଓଡ଼ିଶାକୁ ଯେଉଁ ସମ୍ମାନ ମିଳୁଛି; ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ। ତାଙ୍କ ନେତୃତ୍ୱରେ ମୋ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛି। ମନ୍ମଥ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ମନ୍ମଥ ରାଉତରାୟକୁ ଲୋକେ ଭୁବନେଶ୍ୱର ସାଂସଦ କହିବା ଆରମ୍ଭ କଲେଣି। ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁ ସ୍ପଷ୍ଟ ହୋଇଯିବ। ନନ୍ଦିଘୋଷ ଟିଭିକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ୍‌‌ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ଓରଫ ସୁର ରାଉତରାୟ।

ସୁର କହିଛନ୍ତି ଯେ ଅପରାଜିତା ଭୁବନେଶ୍ୱରର ସାଂସଦ ଅଛନ୍ତି ସତ; କିନ୍ତୁ ଏଥର ବିଜେଡି ଆଗରେ ତାଙ୍କର ପ୍ରଭାବ ସମ୍ପୂର୍ଣ୍ଣ ଫିକା। ମନ୍ମଥକୁ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ଚୟନ କରିଛନ୍ତି। ମନ୍ମଥ ଯେଉଁ ଆଡ଼େ ଯାଉଛନ୍ତି ସବୁଠି ତାଙ୍କୁ ବିପୁଳ ଜନସମର୍ଥନ ମିଳୁଛି। ମନ୍ମଥ ନିର୍ବାଚନରେ ଲଢ଼ିବା ପରଠାରୁ ଅପରାଜିତାଙ୍କର ଆଉ ସ୍ଥାନ ନାହିଁ। ଲୋକେ ଏଥର ବିଜେଡିକୁ ଭୋଟ ଦେବେ ବୋଲି ମନସ୍ଥ କରି ସାରିଛନ୍ତି। ସମସ୍ତେ କହୁଛନ୍ତି ଆମ ପୁଅ ଏଥର ସାଂସଦ ହେବ। ତେଣୁ ମନ୍ମଥର ବିଜୟକୁ କେହି ରୋକିପାରିବେ ନାହିଁ। ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଯାହା ସବୁ ବିକାଶ ହୋଇଛି ତାହା ନବୀନ ପଟ୍ଟନାୟକ କରିଛନ୍ତି। ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟାଳୟ, ସ୍ୱାସ୍ଥ୍ୟ, ଶିକ୍ଷା ସବୁଠି ନବୀନ ବାବୁଙ୍କ ସଫଳତାର ସ୍ୱାକ୍ଷର ରହିଛି। ଓଡ଼ିଶାରେ ଯେଉଁ ରୂପାନ୍ତରଣ ହୋଇଛି ତାହା ସମସ୍ତଙ୍କୁ କିମିଆ କରିଛି। ତେଣୁ ବିପୁଳ ସଂଖ୍ୟାରେ ଜନତା ବିଜୁ ଜନତା ଦଳକୁ ସମର୍ଥନ ଦେବେ ବୋଲି ସେ କହିଛନ୍ତି।

ଶ୍ରୀ ରାଉତରାୟ ଆହୁରି କହିଛନ୍ତି, ଏତେ ଦିନ ଧରି ମୁଁ କଂଗ୍ରେସ୍‌‌ରେ ରହି କାମ କଲି; କିନ୍ତୁ ମୋତେ ଯେପରି ଭାବେ ଦଳରୁ ବାହାର କରାଗଲା ତାହା ଠିକ୍‌‌ ନୁହେଁ। ମୋ ପୁଅ ସପକ୍ଷରେ ପ୍ରଚାର ପାଇଁ ମୁଁ ଏବେ ସମ୍ପୂର୍ଣ୍ଣ ମୁକ୍ତ। ଦୀର୍ଘ ବର୍ଷ ଧରି ମୁଁ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଏବଂ ଆଖପାଖ ଅଞ୍ଚଳରେ କାମ କରିଛି। ଲୋକଙ୍କ ସହିତ ମିଶି ଆସୁଛି, ସେମାନଙ୍କ ସୁଖ ଦୁଃଖରେ ଛିଡ଼ା ହୋଇଛି। ସେହିମାନଙ୍କ ପାଖକୁ ଏବେ ମୋ ପୁଅ ପାଇଁ ଭୋଟ ମାଗିବାକୁ ଯାଉଛି ଆଉ ଲୋକେ ମନ୍ମଥକୁ ନିଶ୍ଚୟ ଆଶୀର୍ବାଦ କରିବେ। କଂଗ୍ରେସ ସହ ବିଜେପି ଭୋଟ ବି ଏଥର ମନ୍ମଥ ଖାତାକୁ ଯିବ। ତା’ର ବିଜୟକୁ କେହି ରୋକିପାରିବେ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର