ପୁଲିସ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ନିହତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ପୁଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ୫ ଲକ୍ଷ ଇନାମି ମହିଳା ମାଓବାଦୀ ଓ ଜଣେ ୧ ଲକ୍ଷ ଇନାମି ପୁରୁଷ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଦନ୍ତେୱାଡା ଜିଲ୍ଲାର କିରନ୍ଦୁଲ ଅଞ୍ଚଳରେ ମାଓ ଦମନ ନିମନ୍ତେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ପୁଲିସକୁ ଦେଖି ଗୁଳି ଚାଳନା କରିଥିଲେ। ଏହାର ପାଲଟା […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ପୁଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ୫ ଲକ୍ଷ ଇନାମି ମହିଳା ମାଓବାଦୀ ଓ ଜଣେ ୧ ଲକ୍ଷ ଇନାମି ପୁରୁଷ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଦନ୍ତେୱାଡା ଜିଲ୍ଲାର କିରନ୍ଦୁଲ ଅଞ୍ଚଳରେ ମାଓ ଦମନ ନିମନ୍ତେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ପୁଲିସକୁ ଦେଖି ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇ ପୁଲିସ ବାହିନୀ ମଧ୍ୟ ଗୁଳି ଚାଳନା କରିଥିବା ବେଳେ କିଛି ସମୟ ମଧ୍ୟରେ ପୁଲିସ ସାମ୍ନା କରି ନପରି ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ।

ତେବେ ଏହାପରେ ପୁଲିସ ବାହିନୀ ଅଞ୍ଚଳରେ ତଲାସି କରିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀର ମର ଶରୀରକୁ ଉଧାର କରିବା ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ। ମୃତ ମହିଳା ମାଓବାଦୀ ଉପରେ ୫ ଲକ୍ଷ ଇନାମ ରହିଥିବା ବେଳେ ପୁରୁଷ ମାଓବାଦୀ ଉପରେ ୧ଲକ୍ଷର ଇନାମ ରହିଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ଏହି ଗୁଳି ବିନିମୟ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ଥିବାରୁ ସମ୍ପୂର୍ଣ ତଥ୍ୟ ମିଳିନଥିବା ବେଳେ ଯବାନ ମାନେ ଫେରିବା ପରେ ସମସ୍ତ ତଥ୍ୟ ହସ୍ତଗତ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

20 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର