ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା, ଆଶ୍ୱସ୍ତ ହେଲେ ଜିଲ୍ଲାବାସୀ...

Deviprasad Mohanty Picture
Published On

ମାଲକାନଗିରି: ମାଲକାନଗିରିରେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି। ଆଜି ଦିନ ୧୨ଟା ପରେ ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହେବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଇଣ୍ଟରନେଟ ସେବା ବନ୍ଦ ରହିବା କାରଣରୁ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଛି ଏବଂ ଲୋକଙ୍କ ମୁହଁରେ ହସ ଫୁଟିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା, ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି

ସୂଚନାଯୋଗ୍ୟ ଯେ, କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖଲଗୁଡା ଗ୍ରାମର ଲାକେ ପୋଡ଼ିଆମୀଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଉତ୍ୟକ୍ତ ଆଦିବାସୀ ସମ୍ପ୍ରଦାୟର ଲୋକେ ନିକଟସ୍ଥ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଏବଂ ସୋସିଆଲ ମିଡିଆ ଜରିଆରେ ଗୁଜବ ବ୍ୟାପିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା।

ଆହୁରି ପଢ଼ନ୍ତୁ: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା; ବିଧାନସଭାରେ ଏ ନେଇ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଇଣ୍ଟରନେଟ ବ୍ୟାନର ସମୟସୀମା ବୃଦ୍ଧି କରାଯାଇଥିଲା। ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ଷଷ୍ଠ ଥର ପାଇଁ ଏହି କଟକଣାକୁ ବଢ଼ାଇ ଡିସେମ୍ବର ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିବା ପରେ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି।

ଆହୁରି ପଢ଼ନ୍ତୁ: ଗୃହରେ ମାଲକାନଗିରି ଘଟଣାକୁ ନେଇ ରାଜା ସ୍ଵାଇଁଙ୍କ ଉଦବେଗ: 'ଦେଶରେ ଯେମିତି ମଣିପୁର ଜଳୁଥିଲା ଆଜି ଓଡ଼ିଶାରେ ମାଲକାନଗିରି ଜଳୁଛି'

Join Us @ WhatsApp

About The Author

Google News
Join Us @ WhatsApp