ମାଲକାନଗିରି ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜିଲ୍ଲାରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ କେହି ମୃତାହାତ ହୋଇ ନ ଥିବା ବେଳେ ଗୁଳି ବିନିମୟ ପରେ ଯବାନ ମାନେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ କରୁଥିବା ସମୟରେ ମାଓ କ୍ୟାମ୍ପକୁ ଠାବ କରି ତାହାକୁ ଧ୍ଵଂସ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିଲ୍ଲା ସୀମାନ୍ତ ଗରିଆବନ୍ଧ ଜିଲ୍ଲାର ଶୋଭା ପୋଲିସ ଷ୍ଟେସନ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗରିଆବନ୍ଧ ଜିଲ୍ଲାରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ କେହି ମୃତାହାତ ହୋଇ ନ ଥିବା ବେଳେ ଗୁଳି ବିନିମୟ ପରେ ଯବାନ ମାନେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ କରୁଥିବା ସମୟରେ ମାଓ କ୍ୟାମ୍ପକୁ ଠାବ କରି ତାହାକୁ ଧ୍ଵଂସ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ସୂଚନା ଅନୁଯାୟୀ, ଜିଲ୍ଲା ସୀମାନ୍ତ ଗରିଆବନ୍ଧ ଜିଲ୍ଲାର ଶୋଭା ପୋଲିସ ଷ୍ଟେସନ ଅନ୍ତର୍ଗତ ଭୀମାଟିକରା ଜଙ୍ଗଲରେ ସିଆରପିଏଫ ଓ ସ୍ଵତନ୍ତ୍ର ପୁଲିସ ବଳ ପକ୍ଷରୁ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଜଙ୍ଗଲରେ କ୍ୟାମ୍ପ କରି ଲୁଚି ରହିଥିବା ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବଳ । ଉଭୟ ପକ୍ଷରୁ ପ୍ରାୟ ୩୦ ମିନିଟ ପର୍ଯ୍ଯନ୍ତ ଗୁଳି ବିନିମୟ ପରେ ଏହି ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କୁ ସାମ୍ନା କରି ନ ପାରି ପଛ ଘୁଞ୍ଚା ଦେଇ କ୍ୟାମ୍ପ ଛାଡି ଲୁଚି ପଳାଇଥିଲେ। ଏହି ଗୁଳି ବିନିମୟରେ କେହି ମୃତାହାତ ହୋଇ ନ ଥିବା ବେଳେ ଗୁଳି ବିନିମୟ ପରେ ଯବାନ ମାନେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ କରୁଥିବା ସମୟରେ ମାଓ କ୍ୟାମ୍ପକୁ ଠାବ କରି ତାହାକୁ ଧ୍ଵଂସ କରିଥିଲେ । ସେହି କମ୍ପରୁ ବିପୁଳ ପରିମାଣର ନକ୍ସଲ ସାହିତ୍ୟ, ବିସ୍ଫୋରକ ସାମଗ୍ରୀ, ଗୋଟିଏ ବନ୍ଧୁକ, ମାଓ ପୋଷାକ ଓ ପୋଷ୍ଟର ସହ ନିତ୍ୟ ବ୍ୟବହାର ସାମଗ୍ରୀ ମାନ ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

08 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର