ପୁଲିସ ଓ ନକ୍ସଲ ଗୁଳିବିନିମୟ, ୨ ନକ୍ସଲ ନିହତ

The Sakala Picture
Published On

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ ନକ୍ସଲ ସଂଗଠନର ପ୍ଲାଟୁନ ନମ୍ବର ୧୧ ଏବଂ ୧୨ର ନକ୍ସଲମାନେ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ୨୨୨ ଡିଆରଜି ବାଟାଲିୟନର ଯବାନ ସେହି ଅଂଚଳକୁ କୁମ୍ବିଂ କରିବା […]

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ ନକ୍ସଲ ସଂଗଠନର ପ୍ଲାଟୁନ ନମ୍ବର ୧୧ ଏବଂ ୧୨ର ନକ୍ସଲମାନେ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ୨୨୨ ଡିଆରଜି ବାଟାଲିୟନର ଯବାନ ସେହି ଅଂଚଳକୁ କୁମ୍ବିଂ କରିବା ପାଇଁ ଯାଇଥିଲେ। ତେବେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଘଟଣାରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଯାଞ୍ଚ କରିବା ପରେ ୩ଟି ବନ୍ଧୁକ ସହ ବିସ୍ଫୋରକ ଜବତ କରାଯାଇଥିଲା। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ କହିଛି।

27 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର