ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ତାହା ଅବପାତରେ ପରିଣତ ହୋଇପାରେ। ତା’ପରେ ଏହା କେନ୍ଦ୍ରୀୟ ବଙ୍ଗୋପ ସାଗର ଆଡ଼କୁ ଉତ୍ତର ଦିଗକୁ ଗତି କରିବ। ସେଠାରେ ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସମ୍ଭାବ୍ୟ ବାତ୍ୟକୁ […]

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ତାହା ଅବପାତରେ ପରିଣତ ହୋଇପାରେ। ତା’ପରେ ଏହା କେନ୍ଦ୍ରୀୟ ବଙ୍ଗୋପ ସାଗର ଆଡ଼କୁ ଉତ୍ତର ଦିଗକୁ ଗତି କରିବ। ସେଠାରେ ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ସମ୍ଭାବ୍ୟ ବାତ୍ୟକୁ ନେଇ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଦକ୍ଷିଣ-ପୂର୍ବ ବଙ୍ଗୋସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋସାଗର ଓ ଆଣ୍ଡାମାନ ସାଗରକୁ ମତ୍ସ୍ୟଜୀବୀମାନେ ୭ ତାରିଖରୁ ଯିବା ଉଚିତ ନୁହେଁ। ଯେଉଁ ମତ୍ସ୍ୟଜୀବୀମାନେ ସେହି ଅଞ୍ଚଳରେ ଅଛନ୍ତି, ସେମାନେ ଶୀଘ୍ର ଫେରି ଆସିବା ଉଚିତ। କାରଣ ସେଠାରେ ଯେଉଁ ପାଣିପାଗ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି ତାହା ଦ୍ୱାରା ଡଙ୍ଗା, ଛୋଟ ଜାହାଜ ଓ ଟ୍ରଲର ଇତ୍ୟାଦି ପ୍ରଭାବିତ ହୋଇପାରେ। ଏହା ବିପଦ ସଙ୍କୁଳ ହୋଇପାରେ।

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଏହା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବା ନେଇ ଦେଖାଯାଉ ନାହିଁ। ତେବେ ଯେତେବେଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ତାହାର ଗତିପଥ, ତୀବ୍ରତା, କେଉଁ ଅଞ୍ଚଳକୁ ଗତି କରିବ ଏବଂ କେଉଁ ସ୍ଥଳଭାଗ ନିକଟରେ ପହଞ୍ଚିବ ସେ ବିଷୟରେ ବିଶେଷ ସୂଚନା ଦିଆଯିବ ବୋଲି ଆଇଏମ୍‌‌ଡି ଡିଜି କହିଛନ୍ତି।

ଆହୁରି ପଢ଼ନ୍ତୁ: କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର