ଚତୁର୍ଥ ସପ୍ତାହରେ ଲଘୁଚାପ ଆଶଙ୍କା, ଅଧିକ ଶକ୍ତିଶାଳୀ ହେବ କି ନାହିଁ ସୃଷ୍ଟି ହୋଇଛି ସଂଶୟ

The Sakala Picture
Published On

ଭୁବନେଶ୍ୱର: ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ କିମ୍ବା ଓଡ଼ିଶା ନିକଟତର ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପର ରୂପରେଖ ଓ ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ମଧ୍ୟ ସମ୍ଭାବ୍ୟ ଲଘୁଚାପଟି ୨୪ କିମ୍ବା ୨୫ ତାରିଖ ବେଳକୁ ଉପକୂଳ […]

ଭୁବନେଶ୍ୱର: ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ କିମ୍ବା ଓଡ଼ିଶା ନିକଟତର ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପର ରୂପରେଖ ଓ ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ମଧ୍ୟ ସମ୍ଭାବ୍ୟ ଲଘୁଚାପଟି ୨୪ କିମ୍ବା ୨୫ ତାରିଖ ବେଳକୁ ଉପକୂଳ ନିକଟତର ହେବ ବୋଲି ଜିଏଫ୍‌‌ଏସ୍‌‌ ମଡେଲ୍‌‌ ସୂତନା ଦେଉଛି। ପ୍ରାଥମିକ ଭାବେ ଏହି ଲଘୁଚାପ ଶକ୍ତିଶାଳୀ ହେବ ନେଇ ଜିଏଫ୍‌‌ଏସ୍‌‌ ଆକଳନ କରୁଥିବା ବେଳେ ଏହା ସୁନ୍ଦରବନ କିମ୍ବା ବାଂଲାଦେଶ ମୁହାଁ ହେବ ବୋଲି ଏହି ମଡେଲ୍‌‌ ଆକଳନ କରୁଛି।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

ଅନ୍ୟପଟେ ପୂର୍ବରୁ ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌‌ ସୁରେନ୍ଦ୍ରନାଥ ପଶୁପାଳକ ଓ ଶରତ ଚନ୍ଦ୍ର ସାହୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା ଦେଇଥିବା ବେଳେ ଆଇଏମ୍‌‌ଡିର ବିସ୍ତାରିତ ପରିସର ଆକଳନରେ ମଧ୍ୟ ଲଘୁଚାପ ସମ୍ପର୍କରେ ସୂଚନା ଦେଇଛନ୍ତି। ତେଣୁ ବଙ୍ଗୋପସାଗରରେ ଚତୁର୍ଥ ସପ୍ତାହ ଆରମ୍ଭ ବେଳକୁ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି। ଅନ୍ୟପଟେ ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ପାଗ ଅଧିକ ଅନୁକୂଳ ରହିଥାଏ। ତେଣୁ ଏହି ଲଘୁଚାପ ସୃଷ୍ଟି ପରେ ଅଧିକ ଶକ୍ତିଶାଳୀ ହେବ କି ନାହିଁ ତାକୁ ନେଇ ମଧ୍ୟ ସଂଶୟ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌

ରାଜ୍ୟରେ ବର୍ତ୍ତମାନ ସବୁଠି ଗରମ ଓ ଗୁଳୁଗୁଳି ଲାଗି ରହିଛି। ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହୁଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ତାତି ଜାରି ରହିବାକୁ ଥିବା ବେଳେ ୧୮ ତାରିଖରେ କିଛି ଅଞ୍ଚଳରେ ପାଗ ବଦଳିବା ନେଇ ଆକଳନ କରାଯାଇଛି। ୧୮ରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୯ରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଉପରେ ରହିଛି। ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନ ଥିବା ବେଳେ ବିହାର ଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପ୍‌‌ଲାଇନ୍‌‌ ରହିଛି। ପ୍ରଭାବରେ ଆସନ୍ତା ୧୮ ବେଳକୁ ପାଗ ବଦଳିବା ନେଇ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ କ୍ରାସ; ୧୫ ମୃତ, ୩୦ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp