ଦିଲ୍ଲୀରୁ ଲୁଟିଲେ; ରାଜମହଲରେ ଲୁଚିଲେ

The Sakala Picture
Published On

ଭୁବନେଶ୍ୱର,୨୭।୭ (ସମିସ): ଭୁବନେଶ୍ୱର ସାଲିଆସାହିର ଜଣେ ମହିଳା ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ ରହି ତାଙ୍କ ଘରେ କଳାକାନା ବୁଲାଇଦେଇଛନ୍ତି। ମହିଳା ଜଣଙ୍କ ମାଲିକଙ୍କ ଘରୁ କୋଟିଏ ଟଙ୍କାର ହୀରା ଓ ସୁନା ଅଳଙ୍କାର ନେଇ ଭୁବନେଶ୍ୱର ପଳାଇ ଆସିଥିଲେ। ତେବେ ଦିଲ୍ଲୀ ପୁଲିସ ଭୁବନେଶ୍ୱର କମିସନରେଟ ପୁଲିସକୁ ଏବିଷୟରେ ଅବଗତ କରିଥିଲା। ମଙ୍ଗଳବାର ଦିଲ୍ଲୀ ପୁଲିସର ଏକ ଟିମ୍‍ କ୍ୟାପିଟାଲ ଥାନା ସହ ଯୋଗାଯୋଗ କରିଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ […]

ଭୁବନେଶ୍ୱର,୨୭।୭ (ସମିସ): ଭୁବନେଶ୍ୱର ସାଲିଆସାହିର ଜଣେ ମହିଳା ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ ରହି ତାଙ୍କ ଘରେ କଳାକାନା ବୁଲାଇଦେଇଛନ୍ତି। ମହିଳା ଜଣଙ୍କ ମାଲିକଙ୍କ ଘରୁ କୋଟିଏ ଟଙ୍କାର ହୀରା ଓ ସୁନା ଅଳଙ୍କାର ନେଇ ଭୁବନେଶ୍ୱର ପଳାଇ ଆସିଥିଲେ। ତେବେ ଦିଲ୍ଲୀ ପୁଲିସ ଭୁବନେଶ୍ୱର କମିସନରେଟ ପୁଲିସକୁ ଏବିଷୟରେ ଅବଗତ କରିଥିଲା। ମଙ୍ଗଳବାର ଦିଲ୍ଲୀ ପୁଲିସର ଏକ ଟିମ୍‍ କ୍ୟାପିଟାଲ ଥାନା ସହ ଯୋଗାଯୋଗ କରିଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ ରାଜମହଲ ଛକରେ ଥିବା ଏକ ହୋଟେଲରେ ଚଢ଼ଉ କରି ମହିଳାକୁ ଗିରଫ କରିଛି। ଗିରଫ ମହିଳା ହେଲେ ସାଲିଆସାହିର ସୁଜାତା ମହାପାତ୍ର। ତାଙ୍କୁ ଭୁବନେଶ୍ୱର ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଦିଲ୍ଲୀ ପୁଲିସ ସୁଜାତାଙ୍କୁ ଟ୍ରାଞ୍ଜିଟ୍‍ ରିମାଣ୍ଡରେ ନେଇଛି।

ଆହୁରି ପଢ଼ନ୍ତୁ: ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

ଏଥିସହିତ ଚୋରି ହୋଇଥିବା ସବୁ ହୀରାକୁ ଜବତ କରିଛି ଦିଲ୍ଲୀ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ସୁଜାତା ତାଙ୍କର ଜଣେ ପୁରୁଷ ବନ୍ଧୁ ସହ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ରହୁଥିଲେ। ମହିଳା ସେଠାରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଘର ମାଲିକ ପରିବାର ସହ ଏକ ବିବାହ ଭୋଜିରେ ଯୋଗ ଦେବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମହିଳା ଓ ତାଙ୍କର ପୁରୁଷ ବନ୍ଧୁ ଘର ଭିତରୁ ଅଳଙ୍କାର ଲୁଟି ନେଇ ଏକ ଭୁବନେଶ୍ୱର ପଳାଇ ଆସିଥିଲେ। ଘର ମାଲିକ ବିବାହ ଭୋଜିରୁ ଫେରି ଦେଖିବା ବେଳକୁ ଘରୁ ହୀରାର ଡବା ଓ ସୁନା ଅଳଙ୍କାର ଚୋରି ହୋଇଛି। ଏନେଇ ମାଲିକ ଦିଲ୍ଲୀର ଏକ ଥାନାରେ ଅଭିଯୋଗ କରିଥିଲା। ଆଜି ଦିଲ୍ଲୀ ପୁଲିସର ଜଣେ ମହିଳା ଅଧିକାରୀଙ୍କ ସମେତ ୩ଜଣିଆ ଟିମ୍‍ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

ଉକ୍ତ ମହିଳା କ୍ୟାପିଟାଲ ଥାନା ଅଧୀନ ରାଜମହଲ ଛକରେ ଥିବା ଏକ ହୋଟେଲରେ ଆତ୍ମଗୋପନ କରିଥିବା ପୁଲିସ ଜାଣିବାକୁ ପାଇଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ ଉକ୍ତ ହୋଟେଲରେ ଚଢ଼ଉ କରି ମହିଳାଙ୍କୁ ଗିରଫ କରିବା ସହ ହୀରା ଜବତ କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତି ରହିଥିବା ପୁରୁଷ ଜଣକ ଫେରାର ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

28 Jul 2021 By The Sakala

ଦିଲ୍ଲୀରୁ ଲୁଟିଲେ; ରାଜମହଲରେ ଲୁଚିଲେ

ଭୁବନେଶ୍ୱର,୨୭।୭ (ସମିସ): ଭୁବନେଶ୍ୱର ସାଲିଆସାହିର ଜଣେ ମହିଳା ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ ରହି ତାଙ୍କ ଘରେ କଳାକାନା ବୁଲାଇଦେଇଛନ୍ତି। ମହିଳା ଜଣଙ୍କ ମାଲିକଙ୍କ ଘରୁ କୋଟିଏ ଟଙ୍କାର ହୀରା ଓ ସୁନା ଅଳଙ୍କାର ନେଇ ଭୁବନେଶ୍ୱର ପଳାଇ ଆସିଥିଲେ। ତେବେ ଦିଲ୍ଲୀ ପୁଲିସ ଭୁବନେଶ୍ୱର କମିସନରେଟ ପୁଲିସକୁ ଏବିଷୟରେ ଅବଗତ କରିଥିଲା। ମଙ୍ଗଳବାର ଦିଲ୍ଲୀ ପୁଲିସର ଏକ ଟିମ୍‍ କ୍ୟାପିଟାଲ ଥାନା ସହ ଯୋଗାଯୋଗ କରିଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ ରାଜମହଲ ଛକରେ ଥିବା ଏକ ହୋଟେଲରେ ଚଢ଼ଉ କରି ମହିଳାକୁ ଗିରଫ କରିଛି। ଗିରଫ ମହିଳା ହେଲେ ସାଲିଆସାହିର ସୁଜାତା ମହାପାତ୍ର। ତାଙ୍କୁ ଭୁବନେଶ୍ୱର ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଦିଲ୍ଲୀ ପୁଲିସ ସୁଜାତାଙ୍କୁ ଟ୍ରାଞ୍ଜିଟ୍‍ ରିମାଣ୍ଡରେ ନେଇଛି।

ଏଥିସହିତ ଚୋରି ହୋଇଥିବା ସବୁ ହୀରାକୁ ଜବତ କରିଛି ଦିଲ୍ଲୀ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ସୁଜାତା ତାଙ୍କର ଜଣେ ପୁରୁଷ ବନ୍ଧୁ ସହ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ରହୁଥିଲେ। ମହିଳା ସେଠାରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଘର ମାଲିକ ପରିବାର ସହ ଏକ ବିବାହ ଭୋଜିରେ ଯୋଗ ଦେବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମହିଳା ଓ ତାଙ୍କର ପୁରୁଷ ବନ୍ଧୁ ଘର ଭିତରୁ ଅଳଙ୍କାର ଲୁଟି ନେଇ ଏକ ଭୁବନେଶ୍ୱର ପଳାଇ ଆସିଥିଲେ। ଘର ମାଲିକ ବିବାହ ଭୋଜିରୁ ଫେରି ଦେଖିବା ବେଳକୁ ଘରୁ ହୀରାର ଡବା ଓ ସୁନା ଅଳଙ୍କାର ଚୋରି ହୋଇଛି। ଏନେଇ ମାଲିକ ଦିଲ୍ଲୀର ଏକ ଥାନାରେ ଅଭିଯୋଗ କରିଥିଲା। ଆଜି ଦିଲ୍ଲୀ ପୁଲିସର ଜଣେ ମହିଳା ଅଧିକାରୀଙ୍କ ସମେତ ୩ଜଣିଆ ଟିମ୍‍ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ।

ଉକ୍ତ ମହିଳା କ୍ୟାପିଟାଲ ଥାନା ଅଧୀନ ରାଜମହଲ ଛକରେ ଥିବା ଏକ ହୋଟେଲରେ ଆତ୍ମଗୋପନ କରିଥିବା ପୁଲିସ ଜାଣିବାକୁ ପାଇଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ ଉକ୍ତ ହୋଟେଲରେ ଚଢ଼ଉ କରି ମହିଳାଙ୍କୁ ଗିରଫ କରିବା ସହ ହୀରା ଜବତ କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତି ରହିଥିବା ପୁରୁଷ ଜଣକ ଫେରାର ହୋଇଯାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର