ଆଜିଠୁ ଜାନୁଆରି ୪ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ ଅଫିସର୍ଙ୍କ ଛୁଟି ବାତିଲ
ପୁରୀ: ୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ ଅଫିସର୍ଙ୍କ ଛୁଟି ବାତିଲ । ଆଜିଠୁ ୬ ଦିନ ମୁଖ୍ୟାଳୟ ନଛାଡିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ । ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜାରି କରିଛନ୍ତି ଏହି ନିର୍ଦ୍ଦେଶନାମା । ପୁରୀରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ, ତୀର୍ଥସ୍ଥାନ ରହିଥିବାରୁ ଭିଡ଼କୁ ଦେଖି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।
ନୂଆବର୍ଷ ପାଇଁ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର । ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ ୭୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମଗ୍ର ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି l ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ଲଗାଯାଇଛି। ୨ ଜଣ କମାଣ୍ଡାଣ୍ଟ, ୧୩ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଇନ୍ସପେକ୍ଟର, ୨୪୬ ଏସ୍ଆଇ ଏବଂ ଏଏସ୍ଆଇ ମୁତୟନ ରହିବେ।