ଆରଟିଓରେ ପଡିଛି ଲକ୍ଷାଧିକ DL ଓ RC : ଡାକ ଖର୍ଚ୍ଚ ପାଇଁ ନାହିଁ ଅର୍ଥ, ବର୍ଷ ବର୍ଷ ଧରି କାର୍ଡ ଅପେକ୍ଷାରେ ଆବେଦନକାରୀ

The Sakala Picture
Published On

ଭୁବନେଶ୍ୱର : ଡାକ ବିଭାଗ ଭରସାରେ ରାଜ୍ୟର ଲକ୍ଷାଧିକ ଲୋକ ନିଜର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ (ଆରସି) ପାଇବାକୁ ଚାହିଁ ବସିଛନ୍ତି । ଯାହା ପଠାଯାଇଛି ତାହା ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଆଉ ଯେତିକି ଡିଏଲ୍‌, ଆରସି ଆରଟିଓରେ ପଡି ରହିଛି ସେଗୁଡିକୁ ପଠାଇବା ପାଇଁ ପାଣ୍ଠି ନାହିଁ । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରୁ ସ୍ମାର୍ଟକାର୍ଡ ବ୍ୟବସ୍ଥା ଉଛେଦ କଲେ ଆଉ ଜନସାଧାରଣ […]

ଭୁବନେଶ୍ୱର : ଡାକ ବିଭାଗ ଭରସାରେ ରାଜ୍ୟର ଲକ୍ଷାଧିକ ଲୋକ ନିଜର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ (ଆରସି) ପାଇବାକୁ ଚାହିଁ ବସିଛନ୍ତି । ଯାହା ପଠାଯାଇଛି ତାହା ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଆଉ ଯେତିକି ଡିଏଲ୍‌, ଆରସି ଆରଟିଓରେ ପଡି ରହିଛି ସେଗୁଡିକୁ ପଠାଇବା ପାଇଁ ପାଣ୍ଠି ନାହିଁ । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରୁ ସ୍ମାର୍ଟକାର୍ଡ ବ୍ୟବସ୍ଥା ଉଛେଦ କଲେ ଆଉ ଜନସାଧାରଣ ସିଧାସଳଖ ଅନ୍‌ଲାଇନ୍‌ରେ ଡିଏଲ୍‌, ଆରସି ଡାଉନଲୋଡ୍‌ କରିବା ପାଇଁ ବ୍ୟବସ୍ଥା କଲେ । ହେଲେ ଅନେକ ଲୋକ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଉପକୃତ ହେବାରୁ ବଞ୍ଚିତ ହେଉଥିବା ଦେଖି ପୁଣି ଥରେ ପ୍ଲାଷ୍ଟିକ୍‌ କାର୍ଡ ପ୍ରଚଳନ ସହିତ ଡାକ ବିଭାଗ ଉପରେ ଭରସା କରିଛନ୍ତି । ଅର୍ଥାତ ଯେଉଁଥି ପାଇଁ ସମସ୍ୟା ହେଉଥିଲା ସେହି ବ୍ୟବସ୍ଥାର ପୁନଃ ପ୍ରଚଳନ ଆରମ୍ଭ କରାଯିବ ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସେପ୍ଟେମ୍ବର ମାସ ୨୧ ତାରିଖରେ ପ୍ରକାଶିତ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ସ୍ୱାକ୍ଷର ଥିବା ବିଜ୍ଞପ୍ତିରେ କୁହାଯାଇ ଥିଲା ଯେ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇ ଚଳିତ ବର୍ଷ ଜାନୁଆରୀ ପହିଲାରୁ ଡିଜିଟାଲ ଦସ୍ତଖତ ଥିବା ଡିଏଲ୍‌ ଏବଂ ଆରସି ସମେତ ଅନ୍ୟ ସେବାର କାଗଜପତ୍ର ପିଡିଏଫ୍‌ ଫାଇଲ୍‌ ଡାଉନ୍‌ଲୋଡ୍‌ ବ୍ୟବସ୍ଥା କରାଯାଇଛି । ତେବେ ଅନେକ ଲୋକ ପିଡିଏଫ୍‌ ଫାଇଲ୍‌ରେ ଡାଉନଲୋଡ୍‌ କରିବାରେ ବିଫଳ ହେଉଥିବା ଅଭିଯୋଗ ଆସିଥିବାରୁ ପୁଣି ଥରେ ପ୍ଲାଷ୍ଟିକ୍‌ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯିବ । କାର୍ଡ ଏବଂ ଡାକ ଖର୍ଚ୍ଚ ପାଇଁ ଆବେଦନକାରୀ ୧୦୦ ଟଙ୍କା ଦାଖଲ କରିବେ ବୋଲି କୁହାଯାଇଛି । ଅର୍ଥାତ୍‌ ଯେଉଁ ସମସ୍ୟା ପାଇଁ ପୂର୍ବ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇ ଥିଲା ଏବେ ସେହି ବ୍ୟବସ୍ଥାର ପୁନଃ ପ୍ରଚଳନ କରାଯିବ । ଅନ୍‌ଲାଇନ୍‌ ବ୍ୟବସ୍ଥା କାମ କରୁନଥିବା ବେଳେ ଡାକରେ ଡିଏଲ୍‌, ଆରସି ଠିକ୍‌ ସମୟରେ ପହଞ୍ଚିବା ନେଇ ଜନସାଧାରଣ ଆଶଙ୍କାରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଆରଟିଓରେ ଏବେ ବି ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଡିଏଲ, ଆରସି ପ୍ଲାଷ୍ଟିକ୍‌ କାର୍ଡ ପଡି ରହିଛି । କାରଣ ଏଗୁଡିକୁ ଡାକରେ ଆବେଦନକାରୀଙ୍କ ଠିକଣାରେ ପଠାଇବା ପାଇଁ ୫୨.୫୦ ଲକ୍ଷ ଟଙ୍କା ଆବଶ୍ୟକ । ସେହିପରି ପୂର୍ବରୁ ପଠାଇ ଥିବା ଡିଏଲ୍‌, ଆସି ବାବଦରେ ପରିବହନ ବିଭାଗ ଉପରେ ଡାକ ବିଭାଗର ୨୫ ଲକ୍ଷ ଟଙ୍କା ବକେୟା ରହିଛି । ଏସବୁ ବାବଦରେ ୮୦ ଲକ୍ଷ ଟଙ୍କା ଯୋଗାଇ ଦେବା ଲାଗି ଗତବର୍ଷ ପରିବହନ କମିଶନର ପରିବହନ ବିଭାଗକୁ ପତ୍ର ଲେଖିଥିଲେ ।

ଆହୁରି ପଢ଼ନ୍ତୁ: ତତଲା ଖରାରେ ସିଝୁଛି ପଶ୍ଚିମ ଓଡିଶା, ୨୨ ତାରିଖ ଯାଏଁ ଭୀଷଣ ତାତି ଓ ଗୁଳୁଗୁଳି ଆଶଙ୍କା

ତେବେ ଏବେ ସୁଦ୍ଧା ଏହି ଅର୍ଥ ମିଳିନଥିବାରୁ ପୂର୍ବଭଳି ଆରଟିଓରେ ଆରସି, ଡିଏଲ୍‌ ପଡି ରହିଥିବା ଜଣାପଡିଛି । ଇତିମଧ୍ୟରେ ୫-ଟି ଉପକ୍ରମ ଆଧାରରେ ପରିବହନ ବିଭାଗରେ ଆଇଟିର ଭରପୂର ଉପଯୋଗ କରାଯାଇ ଅନେକ ସେବା ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯାଇଛି । ତେବେ ଡିଏଲ୍‌, ଆସି ଭଳି ଜରୁରୀ ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇ ନପାରିବା ଏବଂ ପୁଣି ଡାକ ବିଭାଗ ଉପରେ ନିର୍ଭର କରିବା କେତେଦୂର ସମିଚୀନ ହେବ ତାହା ଆଗାମୀ ଦିନରେ ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

04 Oct 2022 By The Sakala

ଆରଟିଓରେ ପଡିଛି ଲକ୍ଷାଧିକ DL ଓ RC : ଡାକ ଖର୍ଚ୍ଚ ପାଇଁ ନାହିଁ ଅର୍ଥ, ବର୍ଷ ବର୍ଷ ଧରି କାର୍ଡ ଅପେକ୍ଷାରେ ଆବେଦନକାରୀ

ଭୁବନେଶ୍ୱର : ଡାକ ବିଭାଗ ଭରସାରେ ରାଜ୍ୟର ଲକ୍ଷାଧିକ ଲୋକ ନିଜର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ (ଆରସି) ପାଇବାକୁ ଚାହିଁ ବସିଛନ୍ତି । ଯାହା ପଠାଯାଇଛି ତାହା ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଆଉ ଯେତିକି ଡିଏଲ୍‌, ଆରସି ଆରଟିଓରେ ପଡି ରହିଛି ସେଗୁଡିକୁ ପଠାଇବା ପାଇଁ ପାଣ୍ଠି ନାହିଁ । ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରୁ ସ୍ମାର୍ଟକାର୍ଡ ବ୍ୟବସ୍ଥା ଉଛେଦ କଲେ ଆଉ ଜନସାଧାରଣ ସିଧାସଳଖ ଅନ୍‌ଲାଇନ୍‌ରେ ଡିଏଲ୍‌, ଆରସି ଡାଉନଲୋଡ୍‌ କରିବା ପାଇଁ ବ୍ୟବସ୍ଥା କଲେ । ହେଲେ ଅନେକ ଲୋକ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଉପକୃତ ହେବାରୁ ବଞ୍ଚିତ ହେଉଥିବା ଦେଖି ପୁଣି ଥରେ ପ୍ଲାଷ୍ଟିକ୍‌ କାର୍ଡ ପ୍ରଚଳନ ସହିତ ଡାକ ବିଭାଗ ଉପରେ ଭରସା କରିଛନ୍ତି । ଅର୍ଥାତ ଯେଉଁଥି ପାଇଁ ସମସ୍ୟା ହେଉଥିଲା ସେହି ବ୍ୟବସ୍ଥାର ପୁନଃ ପ୍ରଚଳନ ଆରମ୍ଭ କରାଯିବ ।

ସେପ୍ଟେମ୍ବର ମାସ ୨୧ ତାରିଖରେ ପ୍ରକାଶିତ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ସ୍ୱାକ୍ଷର ଥିବା ବିଜ୍ଞପ୍ତିରେ କୁହାଯାଇ ଥିଲା ଯେ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇ ଚଳିତ ବର୍ଷ ଜାନୁଆରୀ ପହିଲାରୁ ଡିଜିଟାଲ ଦସ୍ତଖତ ଥିବା ଡିଏଲ୍‌ ଏବଂ ଆରସି ସମେତ ଅନ୍ୟ ସେବାର କାଗଜପତ୍ର ପିଡିଏଫ୍‌ ଫାଇଲ୍‌ ଡାଉନ୍‌ଲୋଡ୍‌ ବ୍ୟବସ୍ଥା କରାଯାଇଛି । ତେବେ ଅନେକ ଲୋକ ପିଡିଏଫ୍‌ ଫାଇଲ୍‌ରେ ଡାଉନଲୋଡ୍‌ କରିବାରେ ବିଫଳ ହେଉଥିବା ଅଭିଯୋଗ ଆସିଥିବାରୁ ପୁଣି ଥରେ ପ୍ଲାଷ୍ଟିକ୍‌ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯିବ । କାର୍ଡ ଏବଂ ଡାକ ଖର୍ଚ୍ଚ ପାଇଁ ଆବେଦନକାରୀ ୧୦୦ ଟଙ୍କା ଦାଖଲ କରିବେ ବୋଲି କୁହାଯାଇଛି । ଅର୍ଥାତ୍‌ ଯେଉଁ ସମସ୍ୟା ପାଇଁ ପୂର୍ବ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇ ଥିଲା ଏବେ ସେହି ବ୍ୟବସ୍ଥାର ପୁନଃ ପ୍ରଚଳନ କରାଯିବ । ଅନ୍‌ଲାଇନ୍‌ ବ୍ୟବସ୍ଥା କାମ କରୁନଥିବା ବେଳେ ଡାକରେ ଡିଏଲ୍‌, ଆରସି ଠିକ୍‌ ସମୟରେ ପହଞ୍ଚିବା ନେଇ ଜନସାଧାରଣ ଆଶଙ୍କାରେ ଅଛନ୍ତି ।

ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଆରଟିଓରେ ଏବେ ବି ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଡିଏଲ, ଆରସି ପ୍ଲାଷ୍ଟିକ୍‌ କାର୍ଡ ପଡି ରହିଛି । କାରଣ ଏଗୁଡିକୁ ଡାକରେ ଆବେଦନକାରୀଙ୍କ ଠିକଣାରେ ପଠାଇବା ପାଇଁ ୫୨.୫୦ ଲକ୍ଷ ଟଙ୍କା ଆବଶ୍ୟକ । ସେହିପରି ପୂର୍ବରୁ ପଠାଇ ଥିବା ଡିଏଲ୍‌, ଆସି ବାବଦରେ ପରିବହନ ବିଭାଗ ଉପରେ ଡାକ ବିଭାଗର ୨୫ ଲକ୍ଷ ଟଙ୍କା ବକେୟା ରହିଛି । ଏସବୁ ବାବଦରେ ୮୦ ଲକ୍ଷ ଟଙ୍କା ଯୋଗାଇ ଦେବା ଲାଗି ଗତବର୍ଷ ପରିବହନ କମିଶନର ପରିବହନ ବିଭାଗକୁ ପତ୍ର ଲେଖିଥିଲେ ।

ତେବେ ଏବେ ସୁଦ୍ଧା ଏହି ଅର୍ଥ ମିଳିନଥିବାରୁ ପୂର୍ବଭଳି ଆରଟିଓରେ ଆରସି, ଡିଏଲ୍‌ ପଡି ରହିଥିବା ଜଣାପଡିଛି । ଇତିମଧ୍ୟରେ ୫-ଟି ଉପକ୍ରମ ଆଧାରରେ ପରିବହନ ବିଭାଗରେ ଆଇଟିର ଭରପୂର ଉପଯୋଗ କରାଯାଇ ଅନେକ ସେବା ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯାଇଛି । ତେବେ ଡିଏଲ୍‌, ଆସି ଭଳି ଜରୁରୀ ପ୍ରମାଣପତ୍ର ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇ ନପାରିବା ଏବଂ ପୁଣି ଡାକ ବିଭାଗ ଉପରେ ନିର୍ଭର କରିବା କେତେଦୂର ସମିଚୀନ ହେବ ତାହା ଆଗାମୀ ଦିନରେ ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର