ଭୁବନେଶ୍ୱରରୁ ଅପରେଟ୍‍ ହେଉଛି ଜମ୍‌ତରା ଠକେଇ

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ରହି ପୂରା ସାଇବର୍‍ ଠକେଇର ନେଟୱାର୍କକୁ ଅପରେଟ୍‍ କରୁଛନ୍ତି ଜମ୍‍ତରା ଗ୍ୟାଙ୍ଗ। ରାଜ୍ୟ ବାହାର ଠକେଇ ଘଟଣାରେ ଭୁବନେଶ୍ୱରର ଲିଙ୍କ୍‍ ଆସୁଛି। ଏଠାରେ ପାଠ ପଢ଼଼ିବା ପାଇଁ ଓ ଦିନ ମଜୁରିଆ ଭାବେ ଆସି ସହରକୁ ସାଇବର୍‍ ଠକେଇଙ୍କ ସୁରକ୍ଷିତ ସ୍ଥାନ ବାଛି ନେଇଛନ୍ତି ସାଇବର୍‍ ଅପରାଧୀ। ଗତ ୧୫ ଦିନ ଭିତରେ ଜମତରା ଗ୍ୟାଙ୍ଗ୍‍ର ୭ଜଣ ସାଇବର୍‍ ଅପରାଧୀ ଏବେ ପୁଲିସ ପଞ୍ଝାରେ ପଡ଼ିଛନ୍ତି। କ୍ରାଇମ୍‍ବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଥିବା ବେଳେ […]

ଭୁବନେଶ୍ୱର : ଭୁବନେଶ୍ୱରରେ ରହି ପୂରା ସାଇବର୍‍ ଠକେଇର ନେଟୱାର୍କକୁ ଅପରେଟ୍‍ କରୁଛନ୍ତି ଜମ୍‍ତରା ଗ୍ୟାଙ୍ଗ। ରାଜ୍ୟ ବାହାର ଠକେଇ ଘଟଣାରେ ଭୁବନେଶ୍ୱରର ଲିଙ୍କ୍‍ ଆସୁଛି। ଏଠାରେ ପାଠ ପଢ଼଼ିବା ପାଇଁ ଓ ଦିନ ମଜୁରିଆ ଭାବେ ଆସି ସହରକୁ ସାଇବର୍‍ ଠକେଇଙ୍କ ସୁରକ୍ଷିତ ସ୍ଥାନ ବାଛି ନେଇଛନ୍ତି ସାଇବର୍‍ ଅପରାଧୀ। ଗତ ୧୫ ଦିନ ଭିତରେ ଜମତରା ଗ୍ୟାଙ୍ଗ୍‍ର ୭ଜଣ ସାଇବର୍‍ ଅପରାଧୀ ଏବେ ପୁଲିସ ପଞ୍ଝାରେ ପଡ଼ିଛନ୍ତି। କ୍ରାଇମ୍‍ବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଥିବା ବେଳେ କମିସନରେଟ୍‍ ପୁଲିସ ୨ ଓ ସମ୍ବଲପୁର ପୁଲିସ ୨ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡ ହୋଇଥିବା ବେଳେ ସେମାନଙ୍କ ଅପରେଟ୍‍ ଲିଙ୍କ୍‍ ଭୁବନେଶ୍ୱର ସହ ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

କ୍ରାଇମ୍‍ବ୍ରାଞ୍ଚ ରସୁଲଗଡ଼ରୁ ପ୍ରଧୁମ ମଣ୍ଡଳ, କ୍ରିଷ୍ଣା କୁମାର ମଣ୍ଡଳ ଓ ଚେତଲାଲ ମଣ୍ଡଳଙ୍କୁ ଗିରଫ କରିଥିବା ବେଳେ ସାଇବର୍‍ ଥାନା ପୁଲିସ କମଲ ଜୈସୱାଲ ଓ ଆନନ୍ଦ କୁମାର ଭଗତଙ୍କୁ ଗିରଫ କରିଥିଲା। ସେହିଭଳି ବିଶାଲ ପାଣ୍ଡେ ଓ ଶେଖର ଗୌତମଙ୍କୁ ଗିରଫ କରିଥିଲା ସମ୍ବଲପୁର ପୁଲିସ। ଧରାପଡ଼ିଥିବା ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯିବ। କାରଣ ବିଭିନ୍ନ ଠକେଇ ମାମଲାରେ ବ୍ୟବହାର କରିଥିବା ସିମ୍‍ଗୁଡ଼ିକ ଅନ୍ୟ ଠକେଇ ମାମଲାରେ ସମ୍ପୃକ୍ତି ରହିଛି। ଏଣୁ ଏମାନେ ଗୋଟିଏ ଗ୍ୟାଙ୍ଗ୍‍ର ସଦସ୍ୟ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ରିମାଣ୍ଡରେ ଆସିବେ ୨ ଠକ

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ରାହୁଲ ଗୁପ୍ତାଙ୍କୁ ୩୦ହଜାର ଠକେଇ କରି ଗିରଫ ହୋଇଥିବା କମଲ ଜୈସୱାଲ ଓ ଆନନ୍ଦ କୁମାର ଭଗତକୁ ରିମାଣ୍ଡରେ ଆଣିବ ସାଇବର୍‍ ଥାନା ପୁଲିସ। ଜବତ କରାଯାଇଥିବା ଫୋନ୍‍ ଓ ସିମ୍‍ରୁ ଅଧିକ ତଥ୍ୟ ଯୋଗାଡ଼ କରାଯାଉଛି। ସେଥିରୁ ବୈଷୟିକ ଟିମ୍‍ ତଥ୍ୟ ଯୋଗାଡ଼ କରିବା ପରେ ସାଇବର୍‍ ଥାନାକୁ ହସ୍ତାନ୍ତର କରାଯିବ। ଏହାପରେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପୁଲିସ କହିଛି। ସେମାନଙ୍କ ନାଁରେ ଏବେ ବିଭିନ୍ନ ରାଜ୍ୟରେ ଠକେଇର ମାମଲା ସଂଖ୍ୟା ୬୦ରେ ପହଞ୍ଚିଛି। ତେଣୁ ଅନ୍ୟ ରାଜ୍ୟର ପୁଲିସ ୨ ଠକଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛନ୍ତି।

ପଢ଼଼ୁଆଙ୍କୁ ପଢ଼଼ାଉଛନ୍ତି ଅପାଠୁଆ ଠକ

ପ୍ରଧୁମ ମଣ୍ଡଳ ସ୍ନାତକ ପାଠ ପଢ଼଼ିଥିବା ବେଳେ କ୍ରିଷ୍ଣା କୁମାର ମଣ୍ଡଳ ଓ ଚେତଲାଲ ମଣ୍ଡଳ ନବମ ଶ୍ରେଣୀ ଯାଏଁ ପାଠ ପଢ଼଼ିଛନ୍ତି। ସେଭଳି କମଲ ଦଶମ ଫେଲ୍‍ ଓ ଆନନ୍ଦ ଯୁକ୍ତ ୩ ପଢ଼଼ୁଥିଲା। ଏଭଳି ଭାବେ ଧରାପଡ଼ିଥିବା ୫ ସାଇବର୍‍ ଠକ ଅଳ୍ପ ପାଠ ପଢ଼଼ିଛନ୍ତି କିମ୍ବା ଅପାଠୁଆ। କିନ୍ତୁ ପାଠୁଆଙ୍କ ପାଠ ପଢ଼଼ାଇ ନେଇ ଯାଉଛନ୍ତିି କୋଟି କୋଟି ଟଙ୍କା। ରାଜଧାନୀରୁ କେବଳ ୨୦୨୧ରେ ରାଜଧାନୀ ବି ଥରହର କରିଥିଲେ ଠକ। ରାଜଧାନୀରୁ ୮କୋଟି ୬ଲକ୍ଷ ୮୧ହଜାର ୭୮୩ ଟଙ୍କା ଠକେଇ କରି ନେଇଯାଇଥିଲେ। ୨୦୨୨ର ଜାନୁଆରୀ ମାସରେ ୧ କୋଟି ୩୨ ଲକ୍ଷ ଠକେଇ କରି ନେଇଯାଇଥିଲେ। ସେପରି ସାରାରାଜ୍ୟରେ ୨୦୨୧ ମସିହାର ୨୦୮୫ଟି ସାଇବର ମାମଲା ରୁଜୁ କରାଯାଇଥିବା ବେଳେ ୨୦୨୦ରେ ୧୯୩୧ଟି ମାମଲା, ୨୦୧୯ରେ ୧୪୮୫ ମାମଲା, ୨୦୧୮ରେ ୮୪୩ ମାମଲା ଓ ୨୦୧୭ରେ ୮୨୪ଟି ମାମଲା ରୁଜୁ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର