ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣା: ବଦଳିଲେ ବେଗୁନିଆ ଥାନା ଆଇଆଇସି

The Sakala Picture
Published On

ଖୋର୍ଦ୍ଧା: ବଦଳିଲେ ବେଗୁନିଆ ଥାନା ଆଇଆଇସି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ବଦଳି କରାଯାଇଛି । ଆଇଆଇସିଙ୍କୁ ଖୋର୍ଦ୍ଧା ଏସ୍‌ପି ପୋଲିସ ହେଡ୍‌କ୍ବାର୍ଟରକୁ ବଦଳି କରିଛନ୍ତି । ବେଗୁନିଆ ଆଇଆଇସିଙ୍କୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିୟା । ଜବତ ବାଣ ଓ ମଦର ଚୋରାଚାଲାଣ ଘଟଣାରେ ଗତକାଲି ବେଗୁନିଆ ଥାନାର ହୋମଗାର୍ଡ ପ୍ରକାଶ ମୁଦୁଲିଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ […]

ଖୋର୍ଦ୍ଧା: ବଦଳିଲେ ବେଗୁନିଆ ଥାନା ଆଇଆଇସି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ବଦଳି କରାଯାଇଛି । ଆଇଆଇସିଙ୍କୁ ଖୋର୍ଦ୍ଧା ଏସ୍‌ପି ପୋଲିସ ହେଡ୍‌କ୍ବାର୍ଟରକୁ ବଦଳି କରିଛନ୍ତି । ବେଗୁନିଆ ଆଇଆଇସିଙ୍କୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିୟା । ଜବତ ବାଣ ଓ ମଦର ଚୋରାଚାଲାଣ ଘଟଣାରେ ଗତକାଲି ବେଗୁନିଆ ଥାନାର ହୋମଗାର୍ଡ ପ୍ରକାଶ ମୁଦୁଲିଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସହିତ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନାଯୋଗ୍ୟ ଯେ, ଜବତ ବାଣ ଓ ମଦ ବେଗୁନିଆ ଥାନାରୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଥାନାରେ ନିୟୋଜିତ ଜଣେ ହୋମଗାର୍ଡ ଏକ ଗାଡ଼ିରେ ଜବତ ବାଣ ଓ ମଦ ନେଉଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ଲୋକେ ଅଟକାଇଥିଲେ । ପରେ ସଂପୃକ୍ତ ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଗାଡ଼ି ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ତେବେ ଥାନା ଆଇଆଇସିଙ୍କ ଜାଣତରେ ଜବତ ସାମଗ୍ରୀ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର