କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜରେ ବୁଲୁଛି ମହାବଳ ବାଘ; କ୍ୟାମେରାରେ କଏଦ ହେଲା ବାଘ ବୁଲୁଥିବାର ଫଟୋ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ରେଞ୍ଜରେ ବୁଲୁଛି ମହାବଳ ବାଘ । କ୍ୟାମେରାରେ କଏଦ ହୋଇଛି ମହାବଳ ବାଘ ବୁଲୁଥିବାର ଫଟୋ । ବାଘର ବୟସ ୩ରୁ ୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ ଉପରେ ନଜର ରଖିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଘଟଗାଁ ରେଞ୍ଜରେ ବୁଲୁଛି ମହାବଳ ବାଘ । କ୍ୟାମେରାରେ କଏଦ ହୋଇଛି ମହାବଳ ବାଘ ବୁଲୁଥିବାର ଫଟୋ । ବାଘର ବୟସ ୩ରୁ ୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ ଉପରେ ନଜର ରଖିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣ ଏବଂ ପ୍ରାକୃତିକ ସହବାସ ପାଇଁ ବାହାରକୁ ବାଘ ଆସିଥାଇପାରେ ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି । ବାଘର ଗତିବିଧି ଉପରେ ନଜର ରଖିବାକୁ କ୍ୟାମେରା ଲାଗିଛି । ବନବିଭାଗ କର୍ମଚାରୀ ସଜାଗ ଅଛନ୍ତି ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମହାବଳ ବାଘକୁ ଖଣି ମାଫିଆ ମାରିଦେବାକୁ ଯୋଜନା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅଞ୍ଚଳରେ ମହାବଳ ବାଘଥିବା ବନ ବିଭାଗ ସ୍ପଷ୍ଟ କରି ନଥିଲେ ମଧ୍ୟ, ଲୋକେ ବାଘ ଦେଖିଥିବା କହିଥିଲେ । ଏନେଇ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ, ବନ ବିଭାଗ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବି ହେଉଛି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର