କୋଚିଂ ସେଣ୍ଟରରେ ଅଘଟଣ : ଶୋଇଥିବା ବେଳେ କାମୁଡ଼ି ଦେଲା ସାପ, ୩ ଛାତ୍ରଛାତ୍ରୀ ମୃତ

The Sakala Picture
Published On

କେନ୍ଦୁଝର : ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରର ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ଆଉ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ସମସ୍ତେ ଶୋଇଥିବାବେଳେ ଏକ […]

କେନ୍ଦୁଝର : ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରର ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ଆଉ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା । ଆଜି ସକାଳେ ଏନେଇ ଜଣାପଡିଥିଲା । ୪ ଜଣ ଛାତ୍ରଛାତ୍ରୀଙ୍କ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଛାତ୍ରଙ୍କ ନାମ ରାଜା ନାଏକ (୧୨), ଛାତ୍ରୀଙ୍କ ନାମ ଏଲିନା ନାଏକ (୭), ସ୍ନେହାଶ୍ରୀ ନାଏକ (୧୦) ବୋଲି ଜଣାପଡିଛି। ସେହିପରି ଆକାଶ ନାଏକ (୧୨) ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ମୃତ ଛାତ୍ରଛାତ୍ରୀ ତୃତୀୟ ଓ ଚତୁର୍ଥ ଶ୍ରେଣୀର ବୋଲି ଜଣାପଡ଼ିଛି । ଖବର ପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ କୋଚିଂ ସେଣ୍ଟରରେ ରହୁଥିବା ଏହି ଛାତ୍ରଛାତ୍ରୀ ତଳେ ମଶିଣା ପକାଇ ଶୋଇଥିବାବେଳେ ସାପ କାମୁଡ଼ିଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ ଖଗେଶ୍ୱର ମହାନ୍ତ ନାମକ ବ୍ୟକ୍ତି ଏକ କୋଚିଂ ସେଣ୍ଟର କରିଥିଲେ ।

ସେପଟେ ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଗୁରୁତର ଥିବା ପିଲାକୁ କଟକ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। କୋଚିଂ ସେଣ୍ଟରରେ ବିଷାକ୍ତ ସାପ କାମୁଡ଼ାରେ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାରେ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ କରାଯିବ। ଖୁବ୍‌ଶୀଘ୍ର ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ ମଧ୍ୟ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

23 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର