ସାରଥି ଆଶ୍ରମରେ ଅନୁଗାମୀଙ୍କ ପୂଜାର୍ଚ୍ଚନା: ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ ପାଳନର ଭିଡ଼ିଓ ଭାଇରାଲ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାରଥି ଆଶ୍ରମରେ ଦୀର୍ଘ ୭ ବର୍ଷ ପରେ ପୁଣି ପୂଜାର୍ଚ୍ଚନା ଦେଖିବାକୁ ମିଳିଛି। ସାରଥିଙ୍କ ଫଟୋରେ ଧୂପ, ଦ୍ଵୀପ, ନୈବିଦ୍ୟ କରଯାଇଥିଲା । ହରିବୋଲ ଆଉ ହୁଳହୁଳି ଆଶ୍ରମ ପରିସର ଫାଟି ପଡ଼ିଥିଲା । କେବଳ ଏତିକି ନୁହେଁ ଘଣ୍ଟା ଘଣ୍ଟା ଆଶ୍ରମ ପରିସରରେ ସାରଥୀ ଅନୁଗାମୀମାନେ ଆଶ୍ରମରେ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ଆସ୍ଥାନରେ‌ ରଖି‌ ପୂଜାର୍ଚ୍ଚନା କରି ଫୁଲ ଧୂପ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାରଥି ଆଶ୍ରମରେ ଦୀର୍ଘ ୭ ବର୍ଷ ପରେ ପୁଣି ପୂଜାର୍ଚ୍ଚନା ଦେଖିବାକୁ ମିଳିଛି। ସାରଥିଙ୍କ ଫଟୋରେ ଧୂପ, ଦ୍ଵୀପ, ନୈବିଦ୍ୟ କରଯାଇଥିଲା । ହରିବୋଲ ଆଉ ହୁଳହୁଳି ଆଶ୍ରମ ପରିସର ଫାଟି ପଡ଼ିଥିଲା । କେବଳ ଏତିକି ନୁହେଁ ଘଣ୍ଟା ଘଣ୍ଟା ଆଶ୍ରମ ପରିସରରେ ସାରଥୀ ଅନୁଗାମୀମାନେ ଆଶ୍ରମରେ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ଆସ୍ଥାନରେ‌ ରଖି‌ ପୂଜାର୍ଚ୍ଚନା କରି ଫୁଲ ଧୂପ ଦେଇ ବନ୍ଦନା ଗାଇ ଜୟ ଧ୍ୱନି ମଧ୍ୟ ପକାଇଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହାଛଡ଼ା ପୂଜା ଶେଷରେ ଅନୁଗାମୀମାନେ ଭୋଗ ଅର୍ପଣ କରି‌ ନିଜ ନିଜ ମଧ୍ୟରେ ବାଣ୍ଟି‌ ଖାଇଥିଲେ। ଆଶ୍ରମରେ ଗୁରୁବାର ଆଉ ଶୁକ୍ରବାର ଦୁଇଦିନ ଜନ୍ମାଷ୍ଟମୀ ଓ‌ ନନ୍ଦୋତ୍ସବ ଧୁମଧାମ ପାଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ପକ୍ଷରୁ ଆଶ୍ରମ ସିଲ୍‌ କରାଯାଇଥିବା ବେଳେ ୩୦ ରୁ ୪୦ ଭକ୍ତଙ୍କ ସମାଗମ ହେବା, ଆଶ୍ରମ ପରିସରରେ ଘଣ୍ଟା ଘଣ୍ଟା ପୂଜାର୍ଚ୍ଚନା କରିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଇଡି ଜବତ କରିଥିବା ସମ୍ପତ୍ତିକୁ କିଭଳି ସାଧାରଣ ଲୋକେ ପ୍ରବେଶ କଲେ ତାହାକୁ ନେଇ ଏବେ ସାଧାରଣରେ ସନ୍ଦେହ ଉପୁଜିଛି। ସିଲ ହୋଇଥିବା ଆଶ୍ରମ ଭିତରକୁ ସାରଥୀ ଭକ୍ତ ପ୍ରବେଶ କରି ସାରଥି ଫଟୋକୁ ପୂଜା କରିବା, ନାମ ସଂକୀର୍ତ୍ତନ କରିବା ଓ ସାରଥୀ ସପକ୍ଷରେ ମତଦେବା ଆଦି ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ୨୦୧୫ ମସିହାରେ ଭଣ୍ତ ସାରଥୀ ଜଣେ ଯୁବତୀଙ୍କୁ ନିର୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚହଳ ପଡ଼ିଥିଲା । ଏହାପରେ ସାରଥୀଙ୍କ ବିଭିନ୍ନ କେଳେଙ୍କାରି ସାମ୍ନାକୁ ଆସିଥିଲା । ଏହାପରେ ସାରଥୀ ଜେଲ୍‌ ଯିବା ସହିତ ଆଶ୍ରମକୁ ସିଲ୍‌ କରି ଦିଆଯାଇଥିଲା। କ୍ରାଇମବ୍ରାଞ୍ଚଠୁ ପ୍ରବର୍ତ୍ତନ ନିର୍ଦେଶାଳୟ ଯାଏ ବିଭିନ୍ନ ତଦନ୍ତକାରୀ ସ˚ସ୍ଥା ଘଟଣାର ତଦନ୍ତ କରିଥିଲେ। ଗତ ୨୦୧୯ ମସିହା ଜୁଲାଇ ୨୫ତାରିଖରେ ହାଇକୋର୍ଟରୁ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା । ଏହି ସର୍ତ୍ତରେ ସାରଥି କୌଣସି ସ୍ଥାନରେ ପ୍ରବଚନ କିମ୍ବା ସତସଙ୍ଗ କରିବେ ନାହିଁ ବୋଲି କଟକଣା ଜାରି ହୋଇଥିଲା। ହେଲେ ହାଇକୋର୍ଟଙ୍କ କଟକଣା ସତ୍ୱେ ଆଉ ଇଡି ହେପାଜତକୁ ଯାଇଥିବା ଆଶ୍ରମରେ କିଭଳି ଅନୁଗାମୀମାନେ ସାରଥି ଆଶ୍ରମରେ ପଶି ପୂଜାର୍ଚ୍ଚନା କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ପୂଜାର୍ଚ୍ଚନା ନୁହେଁ ସୋସିଆଲ ମିଡିଆରେ ଅନୁଗାମୀମାନେ ସାରଥି ବାରିମୂଳ ଆଶ୍ରମକୁ ଫେରି ଆସନ୍ତୁ ବୋଲି କହୁଥିବା ଦେଖିବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର