ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିଆରା ପ୍ରୟାସ: ମତଦାନ ପୂର୍ବରୁ ବାହାର ନେତା ଓ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲେ ଗ୍ରାମବାସୀ

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଡେରାବିଷ ବ୍ଲକ ଅଧିନ ଗୋଲାରହାଟ ଗାଁର ବାସିନ୍ଦାମାନେ ଅବାଧ ଆଉ ନିରପେକ୍ଷ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି। ପ୍ରକୃତ ପ୍ରାର୍ଥୀ କିଭଳି ବିଜୟ ଲାଭ କରିବେ । ଆଉ ଟଙ୍କା ମଦ ମାଂସ ଲୋଭରେ ଲୋକେ ଯେମେତି ନ ପଡିବେ ସେନେଇ ଗ୍ରାମବାସୀଙ୍କ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି। ପଞ୍ଚାୟତ ମତଦାନ ପୂର୍ବରୁ ବାହାର ନେତା କିମ୍ବା ଲୋକଙ୍କ ପ୍ରବେଶ ଉପରେ ଗ୍ରାମବାସୀ ପ୍ରତିବନ୍ଧକ ଲଗାଇଛନ୍ତି। ଏମିତିକି ସବୁ ଦଳର ନେତାଙ୍କ […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଡେରାବିଷ ବ୍ଲକ ଅଧିନ ଗୋଲାରହାଟ ଗାଁର ବାସିନ୍ଦାମାନେ ଅବାଧ ଆଉ ନିରପେକ୍ଷ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି। ପ୍ରକୃତ ପ୍ରାର୍ଥୀ କିଭଳି ବିଜୟ ଲାଭ କରିବେ । ଆଉ ଟଙ୍କା ମଦ ମାଂସ ଲୋଭରେ ଲୋକେ ଯେମେତି ନ ପଡିବେ ସେନେଇ ଗ୍ରାମବାସୀଙ୍କ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି। ପଞ୍ଚାୟତ ମତଦାନ ପୂର୍ବରୁ ବାହାର ନେତା କିମ୍ବା ଲୋକଙ୍କ ପ୍ରବେଶ ଉପରେ ଗ୍ରାମବାସୀ ପ୍ରତିବନ୍ଧକ ଲଗାଇଛନ୍ତି। ଏମିତିକି ସବୁ ଦଳର ନେତାଙ୍କ ପ୍ରବେଶକୁ ରାତି ଅନିଦ୍ରା ହୋଇ ବନ୍ଦ କରିଛନ୍ତି। ନିର୍ବାଚନ ଆୟୋଗ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଗ୍ରାମର ଯୁବକମାନେ ରାତିସାରା ବାଡି ଧରି ଗାଁକୁ ଜଗି ରହିଥିଲେ। ବାସିନ୍ଦା ତଥା ଅନ୍ୟ ଦଳର ନେତାମାନେ ଗାଁକୁ ଆସିବେ ନାହିଁ କିମ୍ବା ବାସିନ୍ଦାଙ୍କୁ କାହାକୁ ଭୋଟ୍ ଦେବାକୁ କୌଣସି ପ୍ରଲୋଭନ କିମ୍ବା ଧମକ ଯେଭଳି ନ ଦିଅନ୍ତି। ସେ ନେଇ ଏହିଭଳି ପ୍ରୟାସ କରାଯାଇଥିବା ଜାଣିବାକୁ ମିଳିଛି। ନିଜ ଗ୍ରାମକୁ ଗ୍ରାମବାସୀ ଜଗି ରହିଥିବା ଖବର ସ୍ଥାନୀୟ ପୁଲିସ ପାଇବା ପରେ ସେମାନଙ୍କ ଉଦ୍ୟମ ପାଇଁ ସେମାନଙ୍କୁ ପ୍ରଶଂସା କରିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର