ଚାଷୀଙ୍କୁ କାଳ ହେଲା ଅଦିନିଆ ଲଗାଣ ବର୍ଷା, ବିଲରେ ଭାସୁଛି ପାଚିଲା ଧାନ

The Sakala Picture
Published On

କେନ୍ଦ୍ରାପଡା: ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ଚାଷୀଙ୍କ ବିଆଳି ଧାନ, ବିରି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି । ପାଚିଲା ଧାନକୁ କାଳ ହୋଇଛି ଅଦିନିଆ ଲଗାଣବର୍ଷା। ଫଳରେ ବିଲରେ ପାଚିଲା ଧାନ ଏବେ ଭାସୁଛି। ପାଚିଲା ଧାନ କାଟିବା ସମୟରେ ଏହିଭଳି ବିପଦ ଯୋଗୁ ଧାନ ଗଜା ହେବାକୁ ବସିଛି । ଜିଲ୍ଲାର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ଏଥର ଧାନ, ବିରି ନଷ୍ଟ ହେବାକୁ ବସିଥିବାବେଳେ ଚାଷୀକୁଳ ହତାଶ […]

କେନ୍ଦ୍ରାପଡା: ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ଚାଷୀଙ୍କ ବିଆଳି ଧାନ, ବିରି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି । ପାଚିଲା ଧାନକୁ କାଳ ହୋଇଛି ଅଦିନିଆ ଲଗାଣବର୍ଷା। ଫଳରେ ବିଲରେ ପାଚିଲା ଧାନ ଏବେ ଭାସୁଛି। ପାଚିଲା ଧାନ କାଟିବା ସମୟରେ ଏହିଭଳି ବିପଦ ଯୋଗୁ ଧାନ ଗଜା ହେବାକୁ ବସିଛି । ଜିଲ୍ଲାର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ଏଥର ଧାନ, ବିରି ନଷ୍ଟ ହେବାକୁ ବସିଥିବାବେଳେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ବର୍ଷାର ବିତ୍ପାତ ଫସଲ ଉଜାଡ଼ି ଦେଇଛି। ବିଆଳି ଧାନ ଫସଲ ଅମଳ କରିବାର ଆଶା ଏବେ ମଉଳି ଯାଇଛି।  ଜିଲ୍ଲାର ଅନେକ ଅଞ୍ଚଳରେ  ଅଧିକାଂଶ ସ୍ଥାନରେ ଫସଲ ସବୁ ନଷ୍ଟ କରିଛି। ଆଳି, ଗରଦପୁର, ମହାକାଳପଡ଼ା, ରାଜନଗର, ମାର୍ଶାଘାଇ, ରାଜକନିକା ବ୍ଲକର ଅଧିକାଂଶ ଅଞ୍ଚଳରୁ ଫସଲ କ୍ଷୟକ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି ।
ଏବେ ଧାନ ଫସଲ ଅମଳ ପର୍ଯ୍ୟାୟରେ ଅଛି।  ଆସନ୍ତା ଏକ ସପ୍ତାହ ଅମଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ଷାର ବିତ୍ପାତ ଯୋଗୁ ଫସଲ ସବୁ ବିଲରେ ଭିଜିବା ସହିତ ଧାନ ସବୁ ତଳେ ପଡି ଗଜା ହେବା ଆରମ୍ଭ ହେଲାଣି । ଯଦି ବର୍ଷା ଜଳ ଶୀଘ୍ର ଚାଷୀମାନଙ୍କ ଜମିରୁ ନିଷ୍କାସିତ ନହୁଏ ତେବେ ବହୁ ସଂଖ୍ୟକ କୃଷକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଏଡାଇ ହେବନି ବୋଲି ଓଡ଼ିଶା କୃଷକ ସଭାର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଗୟାଧର ଧଳ କହିଛନ୍ତି।
ଏନେଇ କୃଷକ ଜାନକୀକାନ୍ତ ମହାପାତ୍ର କହିଛନ୍ତି ଯେ ବର୍ଷାରେ ତାଙ୍କର ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫସଲ କ୍ଷୟକ୍ଷତି ବ୍ୟତୀତ ଧାନ ଚାଷ ପାଇଁ ବ୍ୟାଙ୍କରୁ ଆଣିଥିବା ଋଣ କେମେତି ସୁଜିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ବର୍ଷା ବ୍ୟତୀତ ଗତ ଅକ୍ଟୋବରରେ ମଧ୍ୟ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଚାଷଜମିରେ ଧାନ ବିହନ ବୁଣିବା ଆଉ ରୋଇବା ବେଳେ ଅଦିନିଆ  ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଥିଲା। ଏହି କାରଣରୁ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବାକୁ ବସିଛି। କେବଳ ଧାନ ନୁହେଁ ଏହା ବ୍ୟତୀତ ଅନ୍ୟାନ୍ୟ ମୌସୁମୀ ପନିପରିବା ଖରାପ ପାଗ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଓଡିଶା କୃଷକ ସଭାର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ  ଗୟାଧର ଧଳ ଫସଲର କ୍ଷୟକ୍ଷତିର ଆକଳନ କରିବା ଏବଂ ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଏକ ସର୍ଭେ  କରିବା ଆବଶ୍ୟକ ବୋଲି କହିଛନ୍ତି।
ଜିଲ୍ଲା କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ କୃଷକମାନେ ଚଳିତ ବର୍ଷ ପ୍ରାୟ ୧୨ ହଜାର ୩୫୦ ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ ବିଆଳି ଧାନ ଫସଲ କରିଛନ୍ତି। ଆସନ୍ତା ଡିସେମ୍ବରରେ ବହୁ ସଂଖ୍ୟକ କୃଷକ ସେମାନଙ୍କ ଫସଲ ଅମଳ କରିବେ। ଯେଉଁ ଚାଷୀମାନଙ୍କ ଫସଲ କ୍ଷୟକ୍ଷତି ହୋଇଥିବ କୃଷି ବିଭାଗରୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
14 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର