ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ

The Sakala Picture
Published On

କେନ୍ଦ୍ରାପଡ଼ା: ବିଲରୁ ଧାନ ରୁଆ ଶେଷ କରି ପୋଖରୀରେ ଗାଧୋଇ ଘରକୁ ଫେରିଥାନ୍ତେ। ହେଲେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ବ୍ଲକର ଗାଙ୍ଗପଡା ପଞ୍ଚାୟତର ଗାଙ୍ଗପଡା ଅଞ୍ଚଳରେ ଘଟିଛି। ମୃତକ ଜଣକ ହେଲେ ୬୦ ବର୍ଷିୟ ଦୈତାରୀ ସେଠୀ। ବିଲରୁ କାମସାରି ଘରକୁ ଫେରିବା ସମୟରେ ପୋଖରୀରେ ଗାଧୋଇବା ପାଇଁ ଯାଇ ଗୋଡ଼ ଖସିଯିବାରୁ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ି […]

କେନ୍ଦ୍ରାପଡ଼ା: ବିଲରୁ ଧାନ ରୁଆ ଶେଷ କରି ପୋଖରୀରେ ଗାଧୋଇ ଘରକୁ ଫେରିଥାନ୍ତେ। ହେଲେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ବ୍ଲକର ଗାଙ୍ଗପଡା ପଞ୍ଚାୟତର ଗାଙ୍ଗପଡା ଅଞ୍ଚଳରେ ଘଟିଛି। ମୃତକ ଜଣକ ହେଲେ ୬୦ ବର୍ଷିୟ ଦୈତାରୀ ସେଠୀ। ବିଲରୁ କାମସାରି ଘରକୁ ଫେରିବା ସମୟରେ ପୋଖରୀରେ ଗାଧୋଇବା ପାଇଁ ଯାଇ ଗୋଡ଼ ଖସିଯିବାରୁ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ି ଯିବାର ଦେଖି ଗାଁଲୋକେ ଦୈତାରୀଙ୍କୁ ମୂର୍ମୂଷ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଦୈତାରୀଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଦୈତାରୀ ସେଠୀଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଚଉକୁଲାଟ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ଶରୀର ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଏହି ଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୈତାରୀ ସେଠୀ ଜଣେ ଚାଷୀ । ଏହା ସହିତ ଦିନ ମଜୁରିଆ ଭାବେ କାର୍ଯ୍ଯ କରନ୍ତି । ଏହି ଦୁଃଖଦ ଘଟଣା ପରେ ଦୈତାରୀଙ୍କ ପରିବାରକୁ ସରକାରୀ ସହାୟତା ଦେବାପାଇଁ ସାଧାରଣରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

01 Sep 2022 By The Sakala

ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ବିଲରୁ ଧାନ ରୁଆ ଶେଷ କରି ପୋଖରୀରେ ଗାଧୋଇ ଘରକୁ ଫେରିଥାନ୍ତେ। ହେଲେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ବ୍ଲକର ଗାଙ୍ଗପଡା ପଞ୍ଚାୟତର ଗାଙ୍ଗପଡା ଅଞ୍ଚଳରେ ଘଟିଛି। ମୃତକ ଜଣକ ହେଲେ ୬୦ ବର୍ଷିୟ ଦୈତାରୀ ସେଠୀ। ବିଲରୁ କାମସାରି ଘରକୁ ଫେରିବା ସମୟରେ ପୋଖରୀରେ ଗାଧୋଇବା ପାଇଁ ଯାଇ ଗୋଡ଼ ଖସିଯିବାରୁ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ି ଯିବାର ଦେଖି ଗାଁଲୋକେ ଦୈତାରୀଙ୍କୁ ମୂର୍ମୂଷ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଦୈତାରୀଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଦୈତାରୀ ସେଠୀଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଚଉକୁଲାଟ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ଶରୀର ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଏହି ଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୈତାରୀ ସେଠୀ ଜଣେ ଚାଷୀ । ଏହା ସହିତ ଦିନ ମଜୁରିଆ ଭାବେ କାର୍ଯ୍ଯ କରନ୍ତି । ଏହି ଦୁଃଖଦ ଘଟଣା ପରେ ଦୈତାରୀଙ୍କ ପରିବାରକୁ ସରକାରୀ ସହାୟତା ଦେବାପାଇଁ ସାଧାରଣରେ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର