ବିଲରେ ପାଣି ମଡାଉଥିବା ବେଳେ ଟାଣିନେଲା କୁମ୍ଭୀର, ଏପର୍ଯ୍ୟନ୍ତ ମିଳିନି ପତ୍ତା
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଦକ୍ଷିଣଭେଡ଼ା ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ଭାଇ ନିର୍ମଳ ମଳିକଙ୍କ ଆଗରେ ସାନଭାଇ ନିମାଇଁ ମଳିକକୁ ଟାଣିନେଇଛି କୁମ୍ଭୀର। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୁଇ ଭାଇ ନିର୍ମଳ ଓ ନିମାଇଁ ବ୍ରାହ୍ମଣୀ ନଦୀ ପାଖରେ ଥିବା ଥିବା ନାଳରୁ ଗରାରେ ପାଣି ନେଇ ପରିବା କ୍ଷେତରେ ଦେଉଥିଲେ। ଏହି ସମୟରେ ଏକ କୁମ୍ଭୀର ହଠାତ୍ […]
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଦକ୍ଷିଣଭେଡ଼ା ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ଭାଇ ନିର୍ମଳ ମଳିକଙ୍କ ଆଗରେ ସାନଭାଇ ନିମାଇଁ ମଳିକକୁ ଟାଣିନେଇଛି କୁମ୍ଭୀର।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୁଇ ଭାଇ ନିର୍ମଳ ଓ ନିମାଇଁ ବ୍ରାହ୍ମଣୀ ନଦୀ ପାଖରେ ଥିବା ଥିବା ନାଳରୁ ଗରାରେ ପାଣି ନେଇ ପରିବା କ୍ଷେତରେ ଦେଉଥିଲେ। ଏହି ସମୟରେ ଏକ କୁମ୍ଭୀର ହଠାତ୍ ସାନଭାଇ ନିମାଇଁ ମଳିକକୁ ଟାଣିନେଇଥିଲା। ସେ ନିମାଇଁକୁ କୁମ୍ଭୀର କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ବି ଅସଫଳ ହୋଇଥିଲେ।
ଏହାପରେ ନିର୍ମଳ ଘଟଣା ବିଷୟରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିମାଇଁକୁ ନଦୀ ଓ ନାଳରେ ଖୋଜା ଖୋଜି ଜାରି ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।