ରାସନ କାର୍ଡରେ ନାଁ ନଥିବାରୁ ହୋଇପାରୁନଥିଲା ଚିକିତ୍ସା : ତୁରନ୍ତ ଆଡ କଲେ ଏମଆଇ, ବିଜୁ ସ୍ଵାସ୍ଥ୍ୟ କାର୍ଡରେ ମାଗଣାରେ ହେଲା ଚିକିତ୍ସା
ଗରଦପୁର : ମେଡିକାଲ ବେଡରେ ପଡ଼ିଛି ରୋଗୀ । ତୁରନ୍ତ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡ଼ାକ୍ତର କହିଲେ । ଅପରେସନ ତୁରନ୍ତ ନହେଲେ ରୋଗୀର ଜୀଵନ ପ୍ରତି ବିପଦ ରହିଛି ବୋଲି କୁହାଯାଇଥିଲା । ହେଲେ ପାଖରେ ଅର୍ଥ ନଥିବାରୁ ଅପରେସନ କରିବାକୁ ପରିବାର ପଛଘୁଞ୍ଚା ଦେଇଥିଲେ । ଏନେଇ ପରିବାର ପକ୍ଷରୁ ଗରଦପୁର ଏବଂ ଡେରାବିଶ ବ୍ଲକ ଦାୟିତ୍ଵରେ ଥିବା ଏମଆଇ ସ୍ବରୂପ ଦାସଙ୍କୁ ଫୋନ କରି କାନ୍ଦି କାନ୍ଦି ନିବେଦନ […]
ଗରଦପୁର : ମେଡିକାଲ ବେଡରେ ପଡ଼ିଛି ରୋଗୀ । ତୁରନ୍ତ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡ଼ାକ୍ତର କହିଲେ । ଅପରେସନ ତୁରନ୍ତ ନହେଲେ ରୋଗୀର ଜୀଵନ ପ୍ରତି ବିପଦ ରହିଛି ବୋଲି କୁହାଯାଇଥିଲା । ହେଲେ ପାଖରେ ଅର୍ଥ ନଥିବାରୁ ଅପରେସନ କରିବାକୁ ପରିବାର ପଛଘୁଞ୍ଚା ଦେଇଥିଲେ । ଏନେଇ ପରିବାର ପକ୍ଷରୁ ଗରଦପୁର ଏବଂ ଡେରାବିଶ ବ୍ଲକ ଦାୟିତ୍ଵରେ ଥିବା ଏମଆଇ ସ୍ବରୂପ ଦାସଙ୍କୁ ଫୋନ କରି କାନ୍ଦି କାନ୍ଦି ନିବେଦନ କରାଯାଇଥିଲା । ଏମଆଇ ସ୍ୱରୂପ ସେହି ରାତିରେ ରୋଗୀଙ୍କ ନାଁକୁ ଆଡ କରି ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କାର୍ଡରେ ମାଗଣା ଚିକିତ୍ସା ଉପଲବ୍ଧ କରାଇବାରେ ସହାୟତା କରିଥିଲେ । ଏହିଭଳି ଅନେକ ଲୋକଙ୍କୁ ଉଚିତ ସମୟରେ ରାସନ କାର୍ଡରେ ଆଡ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏମଆଇ ସ୍ବରୂପ ଦାସ।
ଅସହାୟ ଗରିବ ପରିବାର ପାଇଁ ଏବେ ସାହାରା ସାଜିଛି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ । ଗରିବଙ୍କ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମେଡ଼ିକାଲରେ ଖର୍ଚ୍ଚ କରିବାକୁ ପାଖରେ ଅର୍ଥ ନଥାଇ ମଧ୍ୟ ମାଗଣାରେ ସମସ୍ତ ସହଯୋଗ ପାଇପାରୁଛନ୍ତି । ସରକାରୀ ଯୋଜନାରେ ବାଦ ପଡ଼ିଥିବା ବ୍ୟକ୍ତିଙ୍କୁ ତୁରନ୍ତ ରାସନ କାର୍ଡ ସାମିଲ କରି ଏବେ ସେହି ସରକାରୀ ଅଧିକାରୀ ବଞ୍ଚାଇଛନ୍ତି ଅମୂଲ୍ୟ ଜୀବନ । ସବୁଠୁ ବଡ଼ କଥା ହେଉଛି ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଉପକୃତ ପାଇଥିବା ମହିଳା ରୋଗୀଙ୍କ ସେହି କାର୍ଡ ମଧ୍ୟରେ ନାମ ନଥିଲା । ହେଲେ ତାହା ଯୋଗାଣ ନିରୀକ୍ଷକଙ୍କ ପାଇଁ ତାହା ସମ୍ଭବ ହୋଇପାରିଛି । ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି । କିଛିଦିନ ତଳେ ଗରଦପୁର ବ୍ଲକ୍ ଅଧୀନରେ ଥିବା ତେଣ୍ଡାକୁଡ଼ା ଗ୍ରାମର ୪୮ବର୍ଷୀୟ ମହିଳା ସୀତାରା ବିବି ହଟାତ୍ ହୃଦଘାତ୍ ଜନିତ ରୋଗର ଶିକାର ହେଲେ । ସ୍ବାମୀ ମିରୟାକଲ ଅଲ୍ଲୀ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ନିଜର କୌଣସି ରୋଜଗାର ନଥିବାରୁ ସେ କିଭଳି ନିଜ ସ୍ତ୍ରୀର ଚିକିତ୍ସା କରିବେ ଚିନ୍ତିତ ହୋଇପଡ଼ିଥିଲେ । ସୀତାରାଙ୍କ ରାସନ କାର୍ଡରେ ନାମ ନଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରୁନଥିଲେ । ସ୍ବାମୀ ମିରୟାକଲ ପଞ୍ଚାୟତର କିଛି ବ୍ୟକ୍ତିଙ୍କ ପାଖରେ ପହଞ୍ଚି କିଭଳି ତୁରନ୍ତ ବିଜୁ ସ୍ବାସ୍ଥ୍ୟ କାର୍ଡରେ ନିଜ ସ୍ତ୍ରୀଙ୍କୁ ସାମିଲ୍ ହୋଇପାରିବ ବୁଝିଥିଲେ । ଏହା ପରେ ଗରଦପୁର ବ୍ଲକ୍ ଯୋଗାଣ ନିରୀକ୍ଷକ ସ୍ବରୂପ ଦାସଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଘଟଣା ବିଳମ୍ବିତ ରାତ୍ରିର ହୋଇଥିଲେ ମଧ୍ୟ ସ୍ବରୂପ ଏହାକୁ ଗୁରୁତର ସହ ନେଇ ତୁରନ୍ତ ସୀତାରା ବିବିଙ୍କୁ ରାସନ ସାମଗ୍ରୀରେ ସାମିଲ କରିଥିଲେ । ଯାହା ଫଳରେ ସୀତାରା ମାଗଣାରେ ହୃଦଘାତ ଜନିତ ରୋଗର ଚିକିତ୍ସା ହୋଇପାରିଛନ୍ତି ।
ତାଙ୍କ ଚିକିତ୍ସା ବାବଦ ୨ଲକ୍ଷ ଟଙ୍କା ରାଜ୍ୟ ସରକାର ବହନ କରିଛନ୍ତି । ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ରାଜ୍ୟ ସରକାର ଏବଂ ତୁରନ୍ତ ସହଯୋଗ ଯୋଗାଇ ଦେଇଥିବା ସରକାରୀ ଅଧିକାରୀ ସ୍ବରୂପଙ୍କୁ ଧନ୍ୟବାଦ୍ ଦେଇଛନ୍ତି । କେବଳ ଯେ ସୀତାରା ଉପକୃତ ହୋଇଛନ୍ତି ତାହା ନୁହେଁ ସେହି ତେଣ୍ଡାକୁଡ଼ା ଗ୍ରାମର ୧୪ବର୍ଷୀୟ ବାଳକ ମିର୍ ମେହେଫୁଜ୍ ଅଲ୍ଲୀ ଏବଂ ୨୩ ବର୍ଷୀୟା ମହିଳା ନଫିସା ବେଗମଙ୍କୁ ମଧ୍ୟ ତୁରନ୍ତ ବିଜୁ ସ୍ବାସ୍ଥ୍ୟ କାର୍ଡରେ ସାମିଲ କରିବାରୁ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାରେ ଉପକୃତ ହୋଇପାରିଛନ୍ତି । ସେଥିପାଇଁ ପରିବାର ପକ୍ଷରୁ ଏହିଭଳି ଅନନ୍ୟ ଯୋଜନା ପାଇଁ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।





