ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ମାମଲାରେ ୩ ଜଣଙ୍କୁ ଗିରଫ କଲା କେନ୍ଦ୍ରାପଡା ପୁଲିସ

The Sakala Picture
Published On

କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦରୁ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କର ଅଶ୍ଲୀଳ ଭିଡ଼ିଓ ଆଉ ଫଟୋ ଦେଶ ବିଦେଶରେ ଭାଇରାଲ କରିବା ନେଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ସେହି ମାମଲାରେ ସଦର ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ କେନ୍ଦ୍ରାପଡା ସଦରଥାନାରେ କେନ୍ଦ୍ରାପଡା ଉପ-ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ପଶ୍ଚିମବଙ୍ଗ ନଦିଆ […]

କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦରୁ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କର ଅଶ୍ଲୀଳ ଭିଡ଼ିଓ ଆଉ ଫଟୋ ଦେଶ ବିଦେଶରେ ଭାଇରାଲ କରିବା ନେଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ସେହି ମାମଲାରେ ସଦର ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ କେନ୍ଦ୍ରାପଡା ସଦରଥାନାରେ କେନ୍ଦ୍ରାପଡା ଉପ-ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର କାଳିଗଞ୍ଜ ଥାନା ଅନ୍ତର୍ଗତ ଜାନକୀନଗର ଗ୍ରାମର ମିଲନ (୩୨) ମୁଲାୟମ (୩୦) ଓ କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଦେବଦତ୍ତ ବେହେରା (୨୮) ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏବଂ ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ ଜବତ କରାଯାଇଥିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ । ଭାଇରାଲର ମାଷ୍ଟ୍ରରମାଇଣ୍ଡ ପଡୋଶୀ ଦମ୍ପତ୍ତି ଫେରାର ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ପ୍ରକାଶଯୋଗ୍ୟ, ସଦରଥାନା ଅଧିନ ଚାନ୍ଦୋଳ ଅଞ୍ଚଳର ଜଣେ ନାବାଳିକାଙ୍କ ଗୃହ ନିର୍ମାଣ ନିମନ୍ତେ ପଶ୍ଚିମବଙ୍ଗର ମିଲନ ନାମକ ଜଣେ ବଙ୍ଗାଳି ମିସ୍ତ୍ରୀ ଠିକା ନେଇଥିଲେ । ଘର କାମ କରିବା ସମୟରେ ମିଲନଙ୍କ ସହିତ ସେହି ନାବାଳିକାଙ୍କ ସମ୍ପର୍କ ଗଢି ଉଠିଥିଲା । ସମ୍ପୃକ୍ତ ନାବାଳିକାଙ୍କ ପରିବାରର ଅଗୋଚରରେ ମିଲନ ଭିଡିଓ କଲିଂ କରି ସମ୍ପୃକ୍ତ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଆଉ ଭିଡ଼ିଓ ରେକର୍ଡ କରି ନେଇଥିଲେ । ମିଲନ ନାବାଳିକାଙ୍କ ଘର ନିର୍ମାଣ କାମର ଠିକା ନେବା ସହ ତାଙ୍କ ପଡୋଶୀଙ୍କ ଘର କାମ ବୁଝାଶୁଝା କରୁଥିଲେ । କିନ୍ତୁ ପଡୋଶୀ ଏବଂ ନାବାଳିକାଙ୍କ ପରିବାର ମଧ୍ୟରେ ପୁର୍ବରୁ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା । ପଡୋଶୀଙ୍କ ଘରେ ମିଲନଙ୍କ ଭାଇ ମୁଲାୟମ ରହୁଥିଲେ । ନାବାଳିକାଙ୍କ ପଡୋଶୀ ଏବଂ ତାଙ୍କ ପତ୍ନୀ ମୁଲାୟମଙ୍କ ସହ ମିଶି ମିଲନର ଫୋନରେ ଥିବା ନାବାଳିକାଙ୍କ କେତେକ ଅଶ୍ଳୀଳ ଫଟୋ ଭିଡିଓ ହ୍ୱାଟ୍ସଅପ ଗୃପରେ ଭାଇରାଲ କରିଦେଇଥିଲେ ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ୩୨୩/୨୦୨୧ରେ ଆଇପିସିର ୨୯୪,୫୦୬, ୩୪ ଦଫା ଏବଂ ୬୭(ଖ) ଆଇ.ଟି. ଆକ୍ଟ ଓ ୧୨ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର