ଖାଉଥିବା ବେଳେ ଯୁବତୀଙ୍କ ପର୍ସ ଝାମ୍ପିନେଲେ ଦୁର୍ବୃତ୍ତ

The Sakala Picture
Published On

କେନ୍ଦ୍ରାପଡା: ରାସ୍ତା କଡରେ ଦହିବରା ଖାଉଥିବା ଜଣେ ଯୁବତୀଙ୍କ ପର୍ସ କେତେଜଣ ଦୁର୍ବୃତ୍ତ  ଝାମ୍ପି ନେଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଚକ୍ରୋଡା ପଞ୍ଚାୟତର ନରିଲୋ ଅଞ୍ଚଳର ପ୍ରିତିଛନ୍ଦା ଧଳ କୌଣସି କାମରେ କେନ୍ଦ୍ରାପଡା ସହରକୁ ଆସିଥିଲେ। ଭୋକ ଲାଗିବାରୁ ସେ ତିନିମୁହାଣୀ ସ୍ଥିତ ରାସ୍ତା କଡରେ ଥିବା ଏକ ଜଳଖିଆ ଦୋକାନରୁ ଦହିବରା ଖାଇଥିଲେ। ଖାଇ ସାରିବା ପରେ ପର୍ସରୁ ଟଙ୍କା ବାହାର କରି ଦେଲେ । ସ୍କୁଟି […]

କେନ୍ଦ୍ରାପଡା: ରାସ୍ତା କଡରେ ଦହିବରା ଖାଉଥିବା ଜଣେ ଯୁବତୀଙ୍କ ପର୍ସ କେତେଜଣ ଦୁର୍ବୃତ୍ତ  ଝାମ୍ପି ନେଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଚକ୍ରୋଡା ପଞ୍ଚାୟତର ନରିଲୋ ଅଞ୍ଚଳର ପ୍ରିତିଛନ୍ଦା ଧଳ କୌଣସି କାମରେ କେନ୍ଦ୍ରାପଡା ସହରକୁ ଆସିଥିଲେ। ଭୋକ ଲାଗିବାରୁ ସେ ତିନିମୁହାଣୀ ସ୍ଥିତ ରାସ୍ତା କଡରେ ଥିବା ଏକ ଜଳଖିଆ ଦୋକାନରୁ ଦହିବରା ଖାଇଥିଲେ। ଖାଇ ସାରିବା ପରେ ପର୍ସରୁ ଟଙ୍କା ବାହାର କରି ଦେଲେ । ସ୍କୁଟି ଚଲାଇବାକୁ ହେଲମେଟ ପିନ୍ଧିବା ପାଇଁ ପର୍ସଟି ସ୍କୁଟି ସିଟ ଉପରେ ରଖିଥିଲେ l ହେଲମେଟ ପିନ୍ଧୁ ପିନ୍ଧୁ ଦୁଇଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ସେଠାରେ ପହଞ୍ଚିଥିଲେ। ଯୁବତୀଙ୍କୁ ସାଲେପୁର ଯିବାକୁ ରାସ୍ତା ପଚାରିଥିଲେ । ଯୁବତୀ ଜଣଙ୍କ ହାତ ଠାରି ରାସ୍ତା କହିବା ସମୟରେ ଦୁର୍ବୁତ୍ତ ଦ୍ବୟ ସ୍କୁଟି ସିଟ ଉପରେ ଥିବା ପର୍ସଟିକୁ ନେଇ ଅତି ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ l ଏନେଇ ଯୁବତୀ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କ ପିଛା କରିଥିଲେ ହେଁ ସେମାନଙ୍କ ପତା ପାଇନଥିଲେ । ଯୁବତୀଙ୍କ ପର୍ସରେ ଗୋଟିଏ ମୋବାଇଲ, କିଛି ଜରୁରୀ କାଗଜପତ୍ର, ଏଟିଏଏମ କାର୍ଡ, ୧୮ ଶହ ଟଙ୍କା ଥିଲା । ଏନେଇ ପ୍ରୀତିଛନ୍ଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୧୧୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

03 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର