ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ

The Sakala Picture
Published On

ଭୁବନେଶ୍ୱର : ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି । ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ । ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଥିଲେ। ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର […]

ଭୁବନେଶ୍ୱର : ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି । ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ । ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଥିଲେ। ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା।

ଆହୁରି ପଢ଼ନ୍ତୁ: ଉଚ୍ଛୁଳା ଦୟାନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସିପଡି ପୁଅ ନିଖୋଜ

ଆହୁରି ପଢ଼ନ୍ତୁ: ୩୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ

ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଦଶବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ, ତା’ହେଲେ ଲୋକ କେମିତି ଆସ୍ଥା ରଖିବେ ? ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ବିଜେପିର ହାଇକମାଣ୍ଡ ? ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା ୨୪ବର୍ଷ ପଛକୁ ପଳେଇବ । ଆଗରୁ କଂଗ୍ରେସ ଦଳ ବି ଥିଲା, ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ, ତେଣୁ ସେତେବେଳେ କିଛି କାମ ହୋଇପାରେନି । ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବିପୁଳ ଧନ ଜୀବନ କ୍ଷୟ କ୍ଷତି ଘଟିଥିଲା ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୪ ୟୁନିଟ୍ ରକ୍ତ ସଂଗୃହୀତ

ଜାତୀୟ ଦଳମାନେ ହାଇକମାଣ୍ଡ ଉପରେ ନିର୍ଭରଶୀଳ, ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ, ସେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲିବେ, କିନ୍ତୁ ଆମ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ତାଙ୍କ ରିମୋଟ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି । ଓଡ଼ିଶାର ବିକାଶ ଉପରେ ବିରୋଧୀଙ୍କ ମନ୍ତବ୍ୟ ଉପରେ ଟିପପ୍‍ଣୀ ଦେଇ କହିଥିଲେ ଯେ, ଓଡ଼ିଶା ବିକାଶ ଓ ରୂପାନ୍ତର ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଯାଉଛି କିନ୍ତୁ ବିରୋଧୀଙ୍କୁ ଦେଖାଯାଉନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଆପଣ କେତେମାତ୍ରାରେ ଭଲ ପାଆନ୍ତି, ଏତେ ସକାଳୁ ଏତେ ବଡ଼ ସମାବେଶ ଦେଖି ଜଣାପଡ଼ୁଛି, ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ । ଉପସ୍ଥିତ ଜନତାଙ୍କୁ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି ? ପ୍ରତ୍ୟୁତ୍ତରରେ ସମବେତ ଜନତା ଉଚ୍ଛ୍ୱସିତ ସ୍ୱରରେ ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ ।

ଲୋକଙ୍କୁ ବିକାଶର ହିସାବ ଦେଇ ସେ କହିଥିଲେ ଯେ ହିଞ୍ଜିଳି-ଶେରଗଡ଼ର ଜଗନ୍ନାଥ ମନ୍ଦିର, ତାରାତାରିଣୀ, ସ୍ୱପ୍ନେଶ୍ୱର ଓ ଉଦୟନାଥ ମନ୍ଦିରର ଉନ୍ନତି ପାଇଁ ୧.୩୦ କୋଟି ଟଙ୍କା, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୧୭୦ କୋଟି ଟଙ୍କା, ଏହି ପ୍ରକଳ୍ପ ଜରିଆରେ ୭୦୦୦ ଏକର ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ଶେରଗଡ଼ ଓ ପଥରପୁଙ୍ଗୀ ମେଗାଲିଫ୍ଟ ପାଇଁ ୬୦ କୋଟି ଟଙ୍କା, ୪୫ ଗୋଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ରେ ପ୍ରକଳ୍ପ କାର୍ୟ୍ୟ ଜାରିରହିଛି । ଶେରଗଡ଼ କଲେଜକୁ କଟକ, ଭୁବନେଶ୍ୱରର ଅଗ୍ରଣୀ କଲେଜ ସହିତ ମୁଖ୍ୟମନ୍ତ୍ରୀ ସମକକ୍ଷ କରିଛନ୍ତି, ଆହୁରି ମଧ୍ୟ ଉଦୟପ୍ରତାପ ହାୟର ସେକେଣ୍ଡାରି ସ୍କୁଲ ଓ ଡିଗ୍ରୀ କଲେଜର ରୁପାନ୍ତରଣ କରିଛନ୍ତି, ପିତ୍ତଳ ହାୟର ସେକେଣ୍ଡାରି ସ୍କୁଲର ରୁପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା, କାଞ୍ଜିଆମା ହାଇସ୍କୁଲ, ପିତ୍ତଳ ଗାର୍ଲସ୍‍ ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର ହାଇସ୍କୁଲ ଏବଂ ବ୍ରାହ୍ମଣସାହୀ ହାଇସ୍କୁଲର ରୁପାନ୍ତରଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଇତ୍ୟାଦି ପିତ୍ତଳର ସ୍କୁଲ, କଲେଜ, ମନ୍ଦିର ଆଦି ଅନେକ ଅନୁଷ୍ଠାନର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ୧୦୦ ଟଙ୍କା, ୩୦୦ ଟଙ୍କା, ୫୦୦ ଟଙ୍କା ଭତ୍ତା ଥିଲା ଏବେ ମଧୁବାବୁ ପେନ୍‍ସନ୍‍ ରେ ଓଡ଼ିଶାର ୫୦ ଲକ୍ଷ ପରିବାର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି ।

07 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର