ମୋବାଇଲ ଚୋରି ଅଭିଯୋଗରେ ନିର୍ଧୁମ ଛେଚିବା ସହିତ ଦୁଇ ହାତକୁ ଦୌଡିରେ ବାନ୍ଧି ୨କିଲୋମିଟର ଚଲାଇଲେ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠରେ କଙ୍ଗାରୁକୋର୍ଟ । ଜଣେ ଯୁବକକୁ ମୋବାଇଲ ଚୋରି ଅଭିଯୋଗରେ ନିର୍ଧୁମ ଛେଚିବା ସହିତ ଦୁଇ ହାତକୁ ଦୌଡିରେ ବାନ୍ଧି ୨ କିଲୋମିଟର ଚଲାଇଲେ ଲୋକେ । ଏଭଳି ଏକ ସଂଘାତିକ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ରଘୁନାଥପୁର ଅଂଚଳରେ । ଜଣେ ଯୁବକ ମୋବାଇଲ ଚୋରି କରି ଯାଉଥିବା ବେଳେ ଲୋକେ ଜାଣିବାକୁ ପାଇ ସଙ୍ଘବଦ୍ଧ ହୋଇ ଅଭିଯୁକ୍ତ ଯୁବକକୁ ନିର୍ଘାତ ପିଟିବା ସହିତ […]

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠରେ କଙ୍ଗାରୁକୋର୍ଟ । ଜଣେ ଯୁବକକୁ ମୋବାଇଲ ଚୋରି ଅଭିଯୋଗରେ ନିର୍ଧୁମ ଛେଚିବା ସହିତ ଦୁଇ ହାତକୁ ଦୌଡିରେ ବାନ୍ଧି ୨ କିଲୋମିଟର ଚଲାଇଲେ ଲୋକେ । ଏଭଳି ଏକ ସଂଘାତିକ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ରଘୁନାଥପୁର ଅଂଚଳରେ ।

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

ଜଣେ ଯୁବକ ମୋବାଇଲ ଚୋରି କରି ଯାଉଥିବା ବେଳେ ଲୋକେ ଜାଣିବାକୁ ପାଇ ସଙ୍ଘବଦ୍ଧ ହୋଇ ଅଭିଯୁକ୍ତ ଯୁବକକୁ ନିର୍ଘାତ ପିଟିବା ସହିତ ମୁହଁ ଫଟାଇଦେଇଲେ । ପରେ ସେତିକିରେ ରାଗ ଶାନ୍ତ ହୋଇନଥିଲା ଯୁବକର ୩ ହାତକୁ ଦଉଡିରେ ବାନ୍ଧି ରାସ୍ତାରେ ୨ କିଲୋମିଟର ଚଲାଇଥିଲେ । ରାଜରାସ୍ତାରେ ସମ୍ପୃକ୍ତ ଯୁବକକୁ ସଜା ଦେଇଥିଲେ । ଏଭଳି ଘଟଣା ବାରିପଦା ସହରରେ ଚର୍ଚାରେ ବିଷୟ ପାଲଟିଛି । ଅପରପଟେ ସମ୍ପୃକ୍ତ ଯୁବକ ଜଣକ ଚୋରି ଘଟଣାକୁ ଖଣ୍ଡନ କରିଥିବା ବେଳେ ସାଧାରଣ ଲୋକେ ବିନା ଦୋଷରେ କାହିଁକି ଏଭଳି ଦଣ୍ଡ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଘଟଣାରେ ପୁଲିସର ପତିକ୍ରିୟା ମିଳି ପାରିନାହିଁ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର