ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ

The Sakala Picture
Published On

କନ୍ଧମାଳ (ସଞ୍ଜୟ ପାତ୍ର): ବିଭିନ୍ନ ପାରମ୍ପରିକ ଶିଳ୍ପକଳା ମଧ୍ୟରେ ଅନ୍ୟତମ ଡୋକ୍ରା କାରିଗରୀ। ଆମ ରାଜ୍ୟର ଅନେକ ସ୍ଥାନରେ ଡୋକ୍ରା କାରିଗରୀ ଚାଲିଥିଲେ ବି କନ୍ଧମାଳ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଦିବାସୀଙ୍କର ପୁରାତନ ଏବଂ ପାରମ୍ପରିକ କଳାଭାବେ ବଂଶାନୁକ୍ରମିକ ଭାବରେ ଚାଲି ଆସିଛି ଡୋକ୍ରା କାରିଗରୀ। ପୂର୍ବରୁ ବାହାଘର ସମୟରେ ଝିଅମାନେ ଡୋକ୍ରା ମୂର୍ତ୍ତିକୁ ଉପହାର ସ୍ୱରୂପ […]

କନ୍ଧମାଳ (ସଞ୍ଜୟ ପାତ୍ର): ବିଭିନ୍ନ ପାରମ୍ପରିକ ଶିଳ୍ପକଳା ମଧ୍ୟରେ ଅନ୍ୟତମ ଡୋକ୍ରା କାରିଗରୀ। ଆମ ରାଜ୍ୟର ଅନେକ ସ୍ଥାନରେ ଡୋକ୍ରା କାରିଗରୀ ଚାଲିଥିଲେ ବି କନ୍ଧମାଳ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ଆଦିବାସୀଙ୍କର ପୁରାତନ ଏବଂ ପାରମ୍ପରିକ କଳାଭାବେ ବଂଶାନୁକ୍ରମିକ ଭାବରେ ଚାଲି ଆସିଛି ଡୋକ୍ରା କାରିଗରୀ। ପୂର୍ବରୁ ବାହାଘର ସମୟରେ ଝିଅମାନେ ଡୋକ୍ରା ମୂର୍ତ୍ତିକୁ ଉପହାର ସ୍ୱରୂପ ଶାଶୂ ଘରକୁ ସାଙ୍ଗରେ ନେଇ ଯାଉଥିଲେ। ଡୋକ୍ରା କାରିଗରୀ ଅଞ୍ଚଳର ଜନଜାତିଙ୍କ ପେଷା ଭାବରେ ମଧ୍ୟ ଚଳି ଆସିଛି। ମହମ, ରୁପା, ତମ୍ୱା, ପିତ୍ତଳ ଓ କଂସାକୁ ନିଆଁରେ ପୋଡ଼ି ସ୍ୱତନ୍ତ୍ର ଛାଞ୍ଚରେ ଢାଳି ଡୋକ୍ରା କାରିଗରମାନେ ତାକୁ ମୂର୍ତ୍ତିର ରୂପ ଦିଅନ୍ତି। ମୁଖ୍ୟତଃ ହାତୀ, ମାଛ, ଘୋଡା, ମସରା, କଳସ, ପାଉଁଜି, ଖଡୁ, ଦୀପାଳି ଇତ୍ୟାଦି ସାମଗ୍ରୀ ଓ ଗଢନ୍ତି ଡୋକ୍ରା କାରୀଗର। ଏଥି ସହିତ ଆଦିବାସୀ ମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଅନେକ ସାମଗ୍ରୀ ମଧ୍ୟ ଏଥିରେ ସାମିଲ ଥାଏ। ଏବେ ମୁଖ୍ୟତଃ ସ୍ଥାନୀୟ ବଜାରରୁ ସଂଗୃହୀତ ବ୍ୟବହୃତ ପିତ୍ତଳରେ ନିର୍ମିତ ହେଉଛି ଡୋକ୍ରା ମୂର୍ତ୍ତି। ତେବେ ମୂର୍ତ୍ତିମାନଙ୍କ ଆକୃତି ହିଁ ଏହାର ବିଶେଷତ୍ୱ, ଯାହାକି ଆଦିବାସୀ ଜୀବନଶୈଳୀ ଓ ପ୍ରକୃତି ଉପରେ ପର୍ଯ୍ୟବେଶିତ।

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

ଧୀରେ ଧୀରେ ଏହି ଶିଳ୍ପ ଆଞ୍ଚଳିକ ସୀମା ଡେଇଁ ଆନ୍ତର୍ଜାତିକସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଏକଦା ଡୋକ୍ରା କାରିଗରୀର ଚାହିଦା କମିବାକୁ ଲାଗିଥିବା ବେଳେ ୧୯୯୫ ମସିହାରେ ତକ୍ରାଳୀନ ଖଦୀ ବୋର୍ଡ ଜିଲ୍ଲା ସଭାପତି ଉମାକାନ୍ତ ଦିଗାଲ ଏହକୁ ପୁର୍ନଜୀବିତ କରି ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଓଡିଶା ସରକାରଙ୍କ ଟ୍ରାଇଜେମ ବିଭାଗ ଦ୍ୱାରା ଗ୍ରାମାଂଚଳ ଯୁବକଯୁବତୀମାନଙ୍କୁ ଆତ୍ମ ନିଯୁକ୍ତି ଯୋଜନାରେ ଡୋକ୍ରାକୁ ସାମିଲ କରାଯାଇଥିଲା। ଏହାପରେ ପୁଣି ବାରଖମା ଠାରେ ଆରମ୍ଭ ହୋଇଥିଲା ହଜି ଯାଉଥିବା ଡୋକ୍ରା କାରିଗରୀ। ବାଲିଗୁଡାର ମା’ପାଟଖଣ୍ଡା ଗ୍ରାମ୍ୟ ଉଦ୍ୟୋଗ ବାଣିଜ୍ୟିକ ସମବାୟ ସମିତି ସହ ଟ୍ରାଇଜମ୍‌କୁ ଜଡିତ କରାଗଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ବାଲିଗୁଡା ବିଡିଓ, ଖଦୀ ବୋର୍ଡର ଜିଲ୍ଲା ସଭାପତି ଉମାକାନ୍ତ ଦିଗାଳ, ସମାଜସେବୀ କେଶବ ପ୍ରଧାନ ଏବଂ ଆଇପିଓ ଏହି କମିଟିରେ ରହିଲେ। କମିଟି ଦ୍ୱାରା ଡୋକ୍ରା କାରିଗରୀ ଆଗକୁ ନେବାକୁ ଓ ଲୋକଲୋଚନକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଡୋକ୍ରା କାରିଗରୀ ବିଷୟରେ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଭାନୁ ନାୟକ ଓ ଗଜାଧର ନାୟକଙ୍କ ନିଯୁକ୍ତି କରାଯାଇଥିଲା।ଏହା ପରେ ଡୋକ୍ରା କାରିଗରୀ ପୁଣି ଧିରେ ଧିରେ ମୁଣ୍ଡ ଟେକିବାରେ ଲାଗିଥିଲା। ସଫଳ ପ୍ରୟାସ ଫଳରେ ଡୋକ୍ରାର ଚାହିଦା ଏବେ ଜିଲ୍ଲା ତଥା ରାଜ୍ୟ, ଏପରିକି ଦେଶ ବାହାରେ ମଧ୍ୟ ବଢିବାରେ ଲାଗିଛି। ବାରଖମାରେ ପୂର୍ବରୁ ମାତ୍ର ୩୦ଟି ପରିବାର ଏହି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆଜି ୭୦ରୁ ଅଧିକ ପରିବାର ସମ୍ପୃକ୍ତ ଅଛନ୍ତି। ଏହା ବ୍ୟତୀତ ଟିକାବାଲି ନିକଟ ବେହେରା ଗାଁ ଓ ତୁମୁଡିବନ୍ଧ ବ୍ଲକ୍‌ କୁର୍ତ୍ତମଗଡର କିଛି ପରିବାର ମଧ୍ୟ କାରିଗରୀକୁ ଆପଣାଇ ନେଇଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାହାଡ଼ ଦ୍ୱାରା କାରିଗରଙ୍କୁ ତାଲିମ ଦେବା ସହ ଏହାର ବଜାର ସୃଷ୍ଟି ଓ ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆ ଯାଇଥିବା କହନ୍ତି ଅନୁଷ୍ଠାନର ମୁଖ୍ୟ ପଞ୍ଚାନନ ମିଶ୍ର। ବିଭିନ୍ନ ସରକାରୀ ସଂସ୍ଥା ଓ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ତେବେ ଏହି ଶିଳ୍ପ ପାଇଁ ଆଜି ବି ବଜାର ସମସ୍ୟା ରହିଛି। କେବଳ ବିଭିନ୍ନ ମେଳା ମହୋତ୍ସବ ଭଳି କାର୍ଯ୍ୟକ୍ରମରେ ଯାଇ ନିଜ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରୁଛନ୍ତି କାରୀଗର। କୌଣସି ସ୍ଥାୟୀ ଦୋକାନର ବ୍ୟବସ୍ଥା ନାହିଁ। ଜଗନ୍ନାଥ ନାୟକ,ରାଜେନ୍ଦ୍ର ନାୟକଙ୍କ ଭଳି ଅନେକ କାରିଗର ରାଜ୍ୟ ଓ ଜାତୀୟ ସ୍ତରରେ ବି ସମ୍ମାନିତ ହୋଇଛନ୍ତି। କିନ୍ତୁ ଏଥିରେ ନିୟୋଜିତ ପରିବାରମାନଙ୍କୁ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଘର ଏବଂ ଅନ୍ୟାନ୍ୟ ସହାୟତା ମିଳି ନ ଥିବା କରୀଗରମାନେ ଅଭିଯୋଗ କରୁଛନ୍ତି। ଗତ ୨୦୦୬ ମସିହାରେ ଡିଆରଡିଏ ସଂସ୍ଥା ଦ୍ୱାରା ୭ଲକ୍ଷ ବ୍ୟୟରେ ଡୋକ୍ରା କାର୍ଯ୍ୟ ନିମନ୍ତେ ଏକ ଗୃହ ବାରଖମା ଠାରେ ନିର୍ମାଣ କରାଯାଇଥିଲା। ତେବେ ବାଲିଗୁଡା କିମ୍ୱା ଅନ୍ୟ କୌଣସି ପ୍ରମୁଖ ସ୍ଥାନରେ ଗୃହ ନିର୍ମାଣ କରି କାରୀଗରଙ୍କୁ ପ୍ରୋତ୍ସାହନ ଦିଆଗଲେ ଡୋକ୍ରା ଶିଳ୍ପ ଅଧିକ ଲୋକଲୋଚନକୁ ଆସି ପାରନ୍ତା ବୋଲି କହନ୍ତି ବରି କାରୀଗର ଭାନୁ ନାୟକ। କନ୍ଧମାଳର ଡୋକ୍ରାର କାରୁକାର୍ଯ୍ୟ ସର୍ବଭାରତୀୟସ୍ତରରେ ମାନ୍ୟତା ପାଇ ଦିଲ୍ଲୀ ମ୍ୟୁଜିୟମରେ ସ୍ଥାନ ପାଇବା ସହ ସାରା ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ମହୋତ୍ସବରେ ବିପୁଳ ପରିମାଣରେ ବିକ୍ରି ହେଉଥିଲେ ବି ପରିବାର ପ୍ରତିପୋଷଣ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପେଷା ହୋଇ ପାରିନାହିଁ। ଅଧିକ ସହାୟତା ମିଳିଲେ ଏହି କଳା ଅଧିକ ଜୀବନ୍ତ ହେବା ସହିତ ଆହୁରି ଚାହିଦା ବଢି ଥାଆନ୍ତା ବୋଲି କହିଛନ୍ତି କରୀଗର।ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଏବଂ କେନ୍ଦ୍ର ସରକାର ଦୃଷ୍ଟି ଦେଲେ କାରିଗରମାନଙ୍କର ଅଧିକ ଉନ୍ନତି ହେବ ବୋଲି ପ୍ରକାଶ କରିଛନ୍ତି ଡୋକ୍ରା ଶିଳ୍ପରେ ନିୟୋଜିତ ଅନେକ କାରୀଗର।

06 Apr 2025 By The Sakala

https://www.thesakala.in/latest-odisha-news/kandhamal/barakhma-village-in-baliguda-block-has-created-a-special-identity-for-dokra-craftsmanship/article-39816
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର