ବରଯାତ୍ରୀ ବୋଲେରୋକୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ: ୪ ମୃତ, ୭ଗୁରୁତର

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଟିତକେଲାଠାରୁ ପିପଲପଦରକୁ ବରଯାତ୍ରୀ ଯାଇ ବୋଲେରୋରେ ଫେରୁଥିବା ବେଳେ ଏକ ଧାନ ବୋଝେଇ ଟ୍ରକ ସହ ବୋଲେରୋ ପିଟି ହୋଇଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ […]

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଟିତକେଲାଠାରୁ ପିପଲପଦରକୁ ବରଯାତ୍ରୀ ଯାଇ ବୋଲେରୋରେ ଫେରୁଥିବା ବେଳେ ଏକ ଧାନ ବୋଝେଇ ଟ୍ରକ ସହ ବୋଲେରୋ ପିଟି ହୋଇଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ୭ ଗୁରୁତରଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଆହତ ଏକ ଶିଶୁକୁ ବୁର୍ଲା ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ବୋଲେରୋରେ ସମୁଦାୟ ୧୧ ଜଣ ଲୋକ ଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

22 Feb 2022 By The Sakala

ବରଯାତ୍ରୀ ବୋଲେରୋକୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ: ୪ ମୃତ, ୭ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଟିତକେଲାଠାରୁ ପିପଲପଦରକୁ ବରଯାତ୍ରୀ ଯାଇ ବୋଲେରୋରେ ଫେରୁଥିବା ବେଳେ ଏକ ଧାନ ବୋଝେଇ ଟ୍ରକ ସହ ବୋଲେରୋ ପିଟି ହୋଇଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ୭ ଗୁରୁତରଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଆହତ ଏକ ଶିଶୁକୁ ବୁର୍ଲା ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ବୋଲେରୋରେ ସମୁଦାୟ ୧୧ ଜଣ ଲୋକ ଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/kalahandi/the-truck-hit-bolero-4death-7-injured/article-9442
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର