ବରକନ୍ୟାଙ୍କୁ ନେଇ ଫେରୁଥିବା ବୋଲେରୋକୁ ଧକ୍କା ଦେଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ବରକନ୍ୟା, ଚାଳକ ମୃତ

The Sakala Picture
Published On

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଆମପାଣି ନିକଟ ବିଜୁ ଏକ୍ସପ୍ରେସ୍‌ୱେରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରକନ୍ୟାଙ୍କୁ ନେଇ ଫେରୁଥିବା ବେଳେ ବୋଲେରୋ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋ ଚାଳକଙ୍କର ମୃତ୍ୟୁ ଘଟିଛି। ଏଥିରେ ବରକନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଚାଳକଙ୍କ ନାଁ ରୁକମନ ସାହୁ ହୋଇଥିବା ବେଳେ ତାଙ୍କ ଘର ଦେବଭୋଗ ବ୍ଲକ ଉରମାଲ ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ […]

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଆମପାଣି ନିକଟ ବିଜୁ ଏକ୍ସପ୍ରେସ୍‌ୱେରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରକନ୍ୟାଙ୍କୁ ନେଇ ଫେରୁଥିବା ବେଳେ ବୋଲେରୋ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋ ଚାଳକଙ୍କର ମୃତ୍ୟୁ ଘଟିଛି। ଏଥିରେ ବରକନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଚାଳକଙ୍କ ନାଁ ରୁକମନ ସାହୁ ହୋଇଥିବା ବେଳେ ତାଙ୍କ ଘର ଦେବଭୋଗ ବ୍ଲକ ଉରମାଲ ଗାଁର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବରକନ୍ୟାଙ୍କୁ ନେଇ ଫେରୁଥିବା ବେଳେ ଏକ ବୋଲେରୋ ଗାଡ଼ିକୁ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁର୍ଷାଗୁଡ଼ା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ବୋଲେରୋରେ ଥିବା ବରକନ୍ୟାଙ୍କ ସମେତ ୫ରୁ ୬ ଜଣ ଗୁରୁତର ହୋଇଥିବା ବେଳ ଡ୍ରାଇଭର ରୁକମନ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମେଡିକାଲ ନେବା ବାଟରେ ବୋଲେରୋ ଚାଳକଙ୍କର ମୃତ୍ୟୁ ଘଟିଥିଲା। ବୋଲେରୋରେ ଥିବା ଅନ୍ୟମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

30 Dec 2021 By The Sakala

ବରକନ୍ୟାଙ୍କୁ ନେଇ ଫେରୁଥିବା ବୋଲେରୋକୁ ଧକ୍କା ଦେଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ବରକନ୍ୟା, ଚାଳକ ମୃତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଆମପାଣି ନିକଟ ବିଜୁ ଏକ୍ସପ୍ରେସ୍‌ୱେରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରକନ୍ୟାଙ୍କୁ ନେଇ ଫେରୁଥିବା ବେଳେ ବୋଲେରୋ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋ ଚାଳକଙ୍କର ମୃତ୍ୟୁ ଘଟିଛି। ଏଥିରେ ବରକନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଚାଳକଙ୍କ ନାଁ ରୁକମନ ସାହୁ ହୋଇଥିବା ବେଳେ ତାଙ୍କ ଘର ଦେବଭୋଗ ବ୍ଲକ ଉରମାଲ ଗାଁର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବରକନ୍ୟାଙ୍କୁ ନେଇ ଫେରୁଥିବା ବେଳେ ଏକ ବୋଲେରୋ ଗାଡ଼ିକୁ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁର୍ଷାଗୁଡ଼ା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ବୋଲେରୋରେ ଥିବା ବରକନ୍ୟାଙ୍କ ସମେତ ୫ରୁ ୬ ଜଣ ଗୁରୁତର ହୋଇଥିବା ବେଳ ଡ୍ରାଇଭର ରୁକମନ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମେଡିକାଲ ନେବା ବାଟରେ ବୋଲେରୋ ଚାଳକଙ୍କର ମୃତ୍ୟୁ ଘଟିଥିଲା। ବୋଲେରୋରେ ଥିବା ଅନ୍ୟମାନଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

https://www.thesakala.in/latest-odisha-news/kalahandi/truck-hit-bolero-who-was-returning-with-the-bride/article-7994
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର